ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ନବୀନ
ଭୁବନେଶ୍ୱର,୧୨।୯(ଅନିଲ ଦାସ)ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ସାଙ୍ଗଠନିକ ସମ୍ମିଳନୀ ବୁଧବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ବିଜେଡିକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାରେ ଯୁବଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଗତ ୨୭ ବର୍ଷ ଧରି ବିଜେଡି ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ରଖିଛି। ମିଛ ଖବରକୁ ପ୍ରତିହତ କରି ବିଜୁ ଯୁବ ଜନତା ଦଳର ପ୍ରତ୍ୟେକ […] The post ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ନବୀନ appeared first on Dharitri Odia News.
ଭୁବନେଶ୍ୱର,୧୨।୯(ଅନିଲ ଦାସ)ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ସାଙ୍ଗଠନିକ ସମ୍ମିଳନୀ ବୁଧବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ବିଜେଡିକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାରେ ଯୁବଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ବିଗତ ୨୭ ବର୍ଷ ଧରି ବିଜେଡି ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ରଖିଛି। ମିଛ ଖବରକୁ ପ୍ରତିହତ କରି ବିଜୁ ଯୁବ ଜନତା ଦଳର ପ୍ରତ୍ୟେକ ସଦସ୍ୟ ଓଡ଼ିଶାବାସୀଙ୍କୁ ସଚେତନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଲାଗି ନବୀନ ସମସ୍ତ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ତୃଣମୂଳ ସ୍ତରରୁ ବିଜୁ ଯୁବ ଜନତା ଦଳର ପ୍ରତ୍ୟେକ କମର୍ର୍କର୍ତ୍ତା ସଂଗଠିତ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ କହିଥିଲେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଯୁବକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲେ ତାହା ପ୍ରତାରଣାରେ ପରିଣତ ହୋଇଛି। ଏଥିସହ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ବିଧାୟକ ଅରୁଣ କୁମାର ସାହୁ, କଳିକେଶ ସିଂଦେଓ, ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।
ଏହି ସମ୍ମିଳନୀରେ ରାଜ୍ୟ ସଭା ସଦସ୍ୟ ସୁବାଶିଷ ଖୁଣ୍ଟିଆ, ନବନିର୍ବାଚିତ ବିଧାୟକ ସୁନୀଲ ମହାନ୍ତି ଓ ରୁପେଶ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
The post ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ନବୀନ appeared first on Dharitri Odia News.