ବିଜେଡିର ବଢୁଛି ଚିନ୍ତା: ସାରଦାଙ୍କ ଗୋଷ୍ଠୀରେ ୫ ସମିତି ସଭ୍ୟ, ୬ ସରପଞ୍ଚ

ନିଶ୍ଚିନ୍ତକୋଇଲି/ ମାହାଙ୍ଗା,୧୨।୮(ଅଶୋକ କୁମାର ମହାପାତ୍ର୍ର/ଯଯାତି ସିଂହ):୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଜନପ୍ରତିନିଧିମାନେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ୧୧ଜଣ ନିର୍ବାଚିତ ଲୋକ ପ୍ରତିନିଧି ରବିବାର ବିଜେଡି ଛାଡି ସ୍ବାଧୀନ ବିଧାୟକ ସାରଦା ପ୍ରଧାନଙ୍କ ଗୋଷ୍ଠୀରେ ରବିବାର ସାମିଲ ହୋଇଛନ୍ତି। ଏଥିରେ ୫ ବିଜେଡି ସମର୍ଥତ୍ତ ସମିତି ସଭ୍ୟ ଓ ୬ ସରପଞ୍ଚ ରହିଛନ୍ତି। ସେମାନେ ହେଲେ ଫଗୋଳ ସରପଞ୍ଚ ବୈଷ୍ଣବ ଚରଣ ସାମଲ, […] The post ବିଜେଡିର ବଢୁଛି ଚିନ୍ତା: ସାରଦାଙ୍କ ଗୋଷ୍ଠୀରେ ୫ ସମିତି ସଭ୍ୟ, ୬ ସରପଞ୍ଚ appeared first on Dharitri Odia News.

ବିଜେଡିର ବଢୁଛି ଚିନ୍ତା: ସାରଦାଙ୍କ ଗୋଷ୍ଠୀରେ  ୫ ସମିତି ସଭ୍ୟ, ୬ ସରପଞ୍ଚ

ନିଶ୍ଚିନ୍ତକୋଇଲି/ ମାହାଙ୍ଗା,୧୨।୮(ଅଶୋକ କୁମାର ମହାପାତ୍ର୍ର/ଯଯାତି ସିଂହ):୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଜନପ୍ରତିନିଧିମାନେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ୧୧ଜଣ ନିର୍ବାଚିତ ଲୋକ ପ୍ରତିନିଧି ରବିବାର ବିଜେଡି ଛାଡି ସ୍ବାଧୀନ ବିଧାୟକ ସାରଦା ପ୍ରଧାନଙ୍କ ଗୋଷ୍ଠୀରେ ରବିବାର ସାମିଲ ହୋଇଛନ୍ତି। ଏଥିରେ ୫ ବିଜେଡି ସମର୍ଥତ୍ତ ସମିତି ସଭ୍ୟ ଓ ୬ ସରପଞ୍ଚ ରହିଛନ୍ତି। ସେମାନେ ହେଲେ ଫଗୋଳ ସରପଞ୍ଚ ବୈଷ୍ଣବ ଚରଣ ସାମଲ, ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର, ନରେନ୍ଦ୍ରପୁର ସରପଞ୍ଚ ନମିତା ରାୟ, ସମିତି ସଭ୍ୟ ପ୍ରଫୁଲ୍ଲ ସାହୁ, କେରିଲୋ ସରପଞ୍ଚ ଶୁଭ୍ରା ମହାନ୍ତି, ସମିତି ସଭ୍ୟା ସୌରପ୍ରଭା ଜଗଦ୍ଦେବ, ନଗସପୁର ସରପଞ୍ଚ ପୁଷ୍ପଲତା ମଲିକ, କଟିକଟା ସରପଞ୍ଚ ଚିତ୍ତରଞ୍ଜନ ମଲ୍ଲିକ, ସୁକରପଡା ସରପଞ୍ଚ ମନୋଜ କୁମାର ମଲିକ, ଜମରା ସମିତି ସଭ୍ୟା ମେନକା ବଳ ଓ ଜୟରାମପୁର ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଦାସ। ସାରଦା ସେମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସ୍ବାଗତ କରିଥିଲେ। ସେମାନଙ୍କ ଯୋଗଦାନ ଯୋଗୁ ଆଗାମୀ ଦିନରେ ମାହାଙ୍ଗାରେ ବିକାଶ କାର୍ଯ୍ୟ ଅଧିକ ତ୍ୱରାନ୍ବିତ ହୋଇପାରିବ ବୋଲି ସାରଦା ମତବ୍ୟକ୍ତ କରିଥିଲେ। ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡିର ବରିଷ୍ଠ ଯୁବନେତା ତଥା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଶୋକ ଓଝା କୁହନ୍ତି, ଏହି ଜନପ୍ରତିନିଧିମାନେ ବିଜେଡି ଛାଡିବା ଦ୍ୱାରା ଦଳ ଉପରେ କୌଣସି ଫରକ ପଡିବ ନାହିଁ।
ନିଶ୍ଚିନ୍ତକୋଇଲି ବ୍ଲକ ୪୧ଟି ପଞ୍ଚାୟତକୁ ନେଇ ଗଠିତ। ସେଥିମଧ୍ୟରୁ କଟକ ସଦର ନିର୍ବାଚନମଣ୍ଡଳୀରେ ୧୪ଟି ପଞ୍ଚାୟତ ଥିଲା ବେଳେ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ୨୭ଟି ପଞ୍ଚାୟତ ରହିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ହେଭି ୱେଟ ନେତା ପ୍ରତାପ ଜେନାଙ୍କ ସଫଳ ଗୋଟିଚାଳନା ହେତୁ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ସମସ୍ତ ଜିଲାପରିଷଦ ଆସନକୁ ବିଜେଡି ହାତେଇବାକୁ ସକ୍ଷମ ହୋଇଥିଲା। ନାମକୁମାତ୍ର କେତୋଟି ହାତଗଣତି ପଞ୍ଚାୟତକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ପଞ୍ଚାୟତରେ ବିଜେଡି ସମର୍ଥତ୍ତ ସରପଞ୍ଚ ଓ ସମିତିସଭ୍ୟମାନେ ବିଜୟୀ ହୋଇଥିଲେ। ଫଳରେ ଉଭୟ ମାହାଙ୍ଗା ଓ ନିଶ୍ଚି୍‌ନ୍ତକୋଇଲି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପଦବୀ ବିଜେଡି ହାତେଇବାକୁ ସକ୍ଷମ ହୋଇଥିଲା।

The post ବିଜେଡିର ବଢୁଛି ଚିନ୍ତା: ସାରଦାଙ୍କ ଗୋଷ୍ଠୀରେ ୫ ସମିତି ସଭ୍ୟ, ୬ ସରପଞ୍ଚ appeared first on Dharitri Odia News.