ହେଉଥିଲା ଭସାଣୀ: ହଠାତ୍‌ ପଡ଼ିଲା ପଥର, ପରେ…

ବାଲେଶ୍ୱର,,୧୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିକଟରେ ସୋମବାର ରାତିରେ ଭସାଣି ଶୋଭାଯାତ୍ରା ବେଳେ ଉତ୍ତେଜନା ଦେଖାଦେଇଥିଲା। ଶୋଭାଯାତ୍ରା ସମୟରେ ଏକ ଗୋଷ୍ଠୀ ପକ୍ଷରୁ ଢ଼େଲା, ପଥର ମାଡ଼ ହେବା ଯୋଗୁ ଉଭୟ ଗୋଷ୍ଠୀର ୬ଜଣ ଆହତ ହୋଇଥିଲେ। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ବାଲିଆ ଅଞ୍ଚଳର ଏକ ଦୁର୍ଗା ମେଢ଼ ନୁଣିଅଁଯୋଡ଼ିରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ଯାଉଥିଲା। ନୂଆବଜାର ଦେଇ ଅରଡ଼ବଜାର ରେଳ ଫାଟକ ନିକଟରେ […] The post ହେଉଥିଲା ଭସାଣୀ: ହଠାତ୍‌ ପଡ଼ିଲା ପଥର, ପରେ… appeared first on Dharitri Odia News.

ହେଉଥିଲା ଭସାଣୀ: ହଠାତ୍‌ ପଡ଼ିଲା ପଥର, ପରେ…

ବାଲେଶ୍ୱର,,୧୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିକଟରେ ସୋମବାର ରାତିରେ ଭସାଣି ଶୋଭାଯାତ୍ରା ବେଳେ ଉତ୍ତେଜନା ଦେଖାଦେଇଥିଲା। ଶୋଭାଯାତ୍ରା ସମୟରେ ଏକ ଗୋଷ୍ଠୀ ପକ୍ଷରୁ ଢ଼େଲା, ପଥର ମାଡ଼ ହେବା ଯୋଗୁ ଉଭୟ ଗୋଷ୍ଠୀର ୬ଜଣ ଆହତ ହୋଇଥିଲେ। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ବାଲିଆ ଅଞ୍ଚଳର ଏକ ଦୁର୍ଗା ମେଢ଼ ନୁଣିଅଁଯୋଡ଼ିରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ଯାଉଥିଲା। ନୂଆବଜାର ଦେଇ ଅରଡ଼ବଜାର ରେଳ ଫାଟକ ନିକଟରେ ଶୋଭାଯାତ୍ରା ପହଞ୍ଚତ୍ଥିଲା। ଜଣେ ଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବାଇକ୍‌ ନେଇ ଯାଉଥିବା ବେଳେ ସେଠାରେ ଜଣେ ଶୋଭାଯାତ୍ରାକାରୀଙ୍କୁ ଧକ୍କା ଦେଇଥିଲେ। ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉକ୍ତ ବ୍ୟକ୍ତି ଜଣକ ଉତ୍ତ୍ୟକ୍ତ ହୋଇ ପରିବାର ଓ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ସେମାନେ ଆସି ଭସାଣି ଶୋଭାଯାତ୍ରା ଉପରକୁ ଢ଼େଲା, ପଥର ମାଡ଼ କରିଥିଲେ। ଖବରପାଇ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଉଭୟ ଗୋଷ୍ଠୀରୁ ବାଲିଆ ଅଞ୍ଚଳର ପ୍ରଦୀପ ଦାସ, ମୁନା ମହାଳିକ, ପ୍ରାଣବନ୍ଧୁ ବିଶ୍ୱାଳ, ଗୋପନାରାୟଣ ଦାସ, ବଡ଼ଖୁଆ ଅଞ୍ଚଳର ତପନ ସାହୁ, ଅରଡ଼ବଜାରର ସେକ ହାଇଦର ଆହତ ହୋଇଛନ୍ତି। ଡିଆଇଜି ଡା. ସତ୍ୟଜିତ ନାୟକ, ଏସ୍‌ପି ରାଜ ପ୍ରସାଦ, ସହଦେବଖୁଣ୍ଟା ଥାନା ଆଇଆଇସି ଜୟନ୍ତ ବେହେରାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

The post ହେଉଥିଲା ଭସାଣୀ: ହଠାତ୍‌ ପଡ଼ିଲା ପଥର, ପରେ… appeared first on Dharitri Odia News.