୧୪ ଶହ ବର୍ଷ ପୁରୁଣା ପ୍ରାଚୀନ ଜୈନ ମୂର୍ତ୍ତି ଚୋରି ଅଭିଯୋଗ, ଥାନାରେ ଏତଲା ଦେଲେ ଗ୍ରାମବାସୀ
କୋରାପୁଟ: କୋଲାବ ଜଳଭଣ୍ଡାର ନିକଟ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କେଚଲା ଗ୍ରାମରୁ ୧୪ ଶହ ବର୍ଷ ପୁରୁଣା ପ୍ରାଚୀନ ଜୈନ ମୁର୍ତ୍ତି ଚୋରି ହୋଇଥିବା ନେଇ ଅଭିଯୋଗ। ପ୍ରାଚୀନ ଜୈନ ମୂର୍ତ୍ତିର ମୁଲ୍ୟ ଦୁଇ କୋଟି ଟଙ୍କା ହେବା ନେଇ ଗ୍ରାମବାସୀ କୋରାପୁଟ ସଦର ଥାନାରେ ଏତଲା ଦେଇଛନ୍ତି।ସୂଚନା ଅନୁଯାୟୀ, ଗ୍ରାମ ନିକଟ ଏକ ଖୋଲା ସ୍ଥାନରେ ୭ ଟି ପ୍ରାଚୀନ ଜୈନ ମୂର୍ତ୍ତି ଗ୍ରାମବାସୀଙ୍କ ଦ୍ୱାରା ପୁଜା ପାଇ ଆସୁଥିଲା। ହେଲେ ଶୁକ୍ରବାର ଏଠାରେ ଥିବା ସବୁଠାରୁ ବଡ଼ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କୋରାପୁଟ ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।Updating...
କୋରାପୁଟ: କୋଲାବ ଜଳଭଣ୍ଡାର ନିକଟ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କେଚଲା ଗ୍ରାମରୁ ୧୪ ଶହ ବର୍ଷ ପୁରୁଣା ପ୍ରାଚୀନ ଜୈନ ମୁର୍ତ୍ତି ଚୋରି ହୋଇଥିବା ନେଇ ଅଭିଯୋଗ। ପ୍ରାଚୀନ ଜୈନ ମୂର୍ତ୍ତିର ମୁଲ୍ୟ ଦୁଇ କୋଟି ଟଙ୍କା ହେବା ନେଇ ଗ୍ରାମବାସୀ କୋରାପୁଟ ସଦର ଥାନାରେ ଏତଲା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମ ନିକଟ ଏକ ଖୋଲା ସ୍ଥାନରେ ୭ ଟି ପ୍ରାଚୀନ ଜୈନ ମୂର୍ତ୍ତି ଗ୍ରାମବାସୀଙ୍କ ଦ୍ୱାରା ପୁଜା ପାଇ ଆସୁଥିଲା। ହେଲେ ଶୁକ୍ରବାର ଏଠାରେ ଥିବା ସବୁଠାରୁ ବଡ଼ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କୋରାପୁଟ ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Updating...