ମହାନଦୀ ବିହାରରେ ମହିଳାଙ୍କୁ ହତ୍ୟା, ପୁଅକୁ ଅଟକ ରଖିଛି ପୋଲିସ

କଟକ ୧୪।୦୯ : କଟକ ମହାନଦୀ ବିହାରରେ ହତ୍ୟାକାଣ୍ଡ । ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବାର ଅଭିଯୋଗ କରିଛନ୍ତି । ମୃତ ମହିଳାଙ୍କୁ ପୁଅକୁ ଅଟକ ରଖିଛି ପୋଲିସ । ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ମହାନଦୀ ବିହାରରେ ଏକ ଘର ଭିତରେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ହେଲେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପୁଅକୁ ଅଟକ ରଖି ଜେରା କରୁଛି ପୋଲିସ । ଏହାସହିତ ଯଦି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

ମହାନଦୀ ବିହାରରେ ମହିଳାଙ୍କୁ ହତ୍ୟା, ପୁଅକୁ ଅଟକ ରଖିଛି ପୋଲିସ

କଟକ ୧୪।୦୯ : କଟକ ମହାନଦୀ ବିହାରରେ ହତ୍ୟାକାଣ୍ଡ । ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବାର ଅଭିଯୋଗ କରିଛନ୍ତି । ମୃତ ମହିଳାଙ୍କୁ ପୁଅକୁ ଅଟକ ରଖିଛି ପୋଲିସ । ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ମହାନଦୀ ବିହାରରେ ଏକ ଘର ଭିତରେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ହେଲେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପୁଅକୁ ଅଟକ ରଖି ଜେରା କରୁଛି ପୋଲିସ । ଏହାସହିତ ଯଦି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।