କାନାଡାକୁ ମୁହଁତୋଡ ଜବାବ: କୂଟନୀତିଜ୍ଞଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ,୧୪ା୧୦:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିଯାଇଛି। ପ୍ରତିବାଦରେ ନୂଆଦିଲ୍ଲୀ ସୋମବାର କାନାଡାରୁ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ ବରିଷ୍ଠ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ସରକାରର କାର୍ଯ୍ୟ କୂଟନୀତିଜ୍ଞମାନଙ୍କ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି। ଏଭଳି ଉଗ୍ରବାଦ ଏବଂ ହିଂସାତ୍ମକ ପରିବେଶରେ […] The post କାନାଡାକୁ ମୁହଁତୋଡ ଜବାବ: କୂଟନୀତିଜ୍ଞଙ୍କୁ ଫେରାଇ ଆଣିଲା ଭାରତ appeared first on Dharitri Odia News.

କାନାଡାକୁ ମୁହଁତୋଡ ଜବାବ: କୂଟନୀତିଜ୍ଞଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ,୧୪ା୧୦:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିଯାଇଛି। ପ୍ରତିବାଦରେ ନୂଆଦିଲ୍ଲୀ ସୋମବାର କାନାଡାରୁ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ ବରିଷ୍ଠ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିଛି।
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ସରକାରର କାର୍ଯ୍ୟ କୂଟନୀତିଜ୍ଞମାନଙ୍କ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି। ଏଭଳି ଉଗ୍ରବାଦ ଏବଂ ହିଂସାତ୍ମକ ପରିବେଶରେ କୂଟନୀତିଜ୍ଞମାନେ ସେଠାରେ ରହିବା ସମ୍ଭବ ନୁହେଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। କୂଟନୀତିଜ୍ଞମାନଙ୍କ ସୁରକ୍ଷା ପ୍ରତି କାନାଡାର ବର୍ତ୍ତମାନ ସରକାରଙ୍କ ପ୍ରତିଶ୍ରୁତି ଉପରେ ଭରସା ନାହିଁ। ତେଣୁ ଭାରତ ସରକାର ଏହାର ଉଚ୍ଚାୟୁକ୍ତ ଓ ଟାର୍ଗେଟରେ ଥିବା ଅନ୍ୟ ଅଫିସରମାନଙ୍କୁ ପ୍ରତ୍ୟାହାର କରିଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର କିଛି ସମୟ ପୂର୍ବରୁ ମନ୍ତ୍ରଣାଳୟ ଦିଲ୍ଲୀରେ ଥିବା କାନାଡା କୂଟନୀତିଜ୍ଞ ଷ୍ଟିଓ୍ବାର୍ଟ ହ୍ବିଲରଙ୍କୁ ସମନ ଜାରି କରିଥିଲେ। ଭାରତୀୟ ଉଚ୍ଚାୟୁକ୍ତ ଏବଂ ଅନ୍ୟ କୂଟନୀତିଜ୍ଞ ଓ ଅଧିକାରୀମାନଙ୍କୁ କାନାଡା ସରକାର ଟାର୍ଗେଟ କରିବା ନିରାଧାର ଏବଂ ଆଦୌ ଗ୍ରହଣୀୟ ନୁହେଁ ବୋଲି ହ୍ବିଲରଙ୍କୁ ଜଣାଇ ଦିଆଯାଇଛି। ଟ୍ରୁଡୋ ସରକାର ଭାରତରେ ଉଗ୍ରବାଦ, ହିଂସା ଏବଂ ବିଚ୍ଛିନ୍ନତାବାଦକୁ ସିମର୍ଥନ କରୁଥିବାରୁ ଏହା ବିରୋଧରେ ପଦକ୍ଷେପ ନେବାର ଅଧିକାର ଭାରତର ରହିଛି ବୋଲି ନୂଆଦିଲ୍ଲୀ ଅବଗତ କରାଇଛି। ଭାରତର ବାରମ୍ବାର ଅନୁରୋଧ ସତ୍ତ୍ୱେ ନିଜ୍ଜାର ହତ୍ୟା ସହ ଭାରତର ସମ୍ପୃକ୍ତି ନେଇ କାନାଡା ସରକାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ଶେୟାର କରିନାହାନ୍ତି। ଟ୍ରୁଡୋ ସରକାର କାନାଡାରୁ ମାଟିରେ ବିଚ୍ଛିନ୍ନତାବାଦୀ ତତ୍ତ୍ୱଙ୍କୁ କାବି କରିବା ପରିବର୍ତ୍ତେ ଭୋଟବ୍ୟାଙ୍କ ରାଜନୀତି କରୁଥିବା ନୂଆଦିଲ୍ଲୀ ଅଭିଯୋଗ କରିଛି।

The post କାନାଡାକୁ ମୁହଁତୋଡ ଜବାବ: କୂଟନୀତିଜ୍ଞଙ୍କୁ ଫେରାଇ ଆଣିଲା ଭାରତ appeared first on Dharitri Odia News.