କାଫେ ବିସ୍ଫୋରଣ ପରେ ଆଲର୍ଟ ମୋଡରେ ପୋଲିସ, ବେଙ୍ଗାଲୁରୁରେ ତଲାସ ବେଳେ ମିଳିଲା ଜିଲୋଟିନ ଷ୍ଟିକ୍ ଓ ଡିଟୋନେଟର
ବେଙ୍ଗାଲୁରୁ ୧୯।୩: ରାମେଶ୍ୱରମ କେଫେ ବିସ୍ଫୋରଣ ପରେ ପୋଲିସ ପାଟ୍ରୋଲିଂ ବଢାଇ ଦିଆଯାଇଛି। ଏହି ସମୟରେ ପୋଲିସ ସର୍ଚ୍ଚିଂ କାଳରେ ଜିଲୋଜିନ ଷ୍ଟିକ୍ ଓ ଡିଟୋନେଟର ପାଇଛି। ପୋଲିସ ବିସ୍ଫରୋକ ସାମଗ୍ରୀ ଜବତ କରିବା ସହ ମାମଲାରେ ଏତଲା ରୁଜୁ କରିଛି। ପୋଲିସ ଅନୁସାରେ ଘଟଣା ୧୭ ମାର୍ଚ୍ଚର। ବେଲାନ୍ଦୁର ପୋଲିସ ଷ୍ଟେସନର ପିଏସଆଇ ଆର. ସିଦ୍ଦପା ପାଟ୍ରୋଲିଂ କରୁଥିବା ବେଳେ ଚିକ୍କନାହକନହଲ୍ଲୀ ପ୍ରାକ୍ରିୟା ସ୍କୁଲ ବାହାରେ ଥିବା ଲେବର ସେଡ ନିକଟରେ ଛିଡା ହୋଇଥିବା ଟ୍ରାକ୍ଟର କମ୍ପ୍ରେସରକୁ ଯାଞ୍ଚ କରି ସେଥିରୁ ଜିଲୋଟିନ ଛଡ ଓ ବିଦ୍ୟୁତ ଡିଟୋନେଟର ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ମାମଲାରେ ପୋଲିସ ଟ୍ରାକ୍ଟର ମାଲିକ ବିରୋଧରେ ଏତଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ୧ ମାର୍ଚ୍ଚ ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ କାଫେରେ ଲୋକଙ୍କ ବେଶ ଭିଡ ଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲେ। ପ୍ରଥମେ ଲୋକେ ଭାବିଥିଲେ କାଫେରେ ରୋଷେଇ ପାଇଁ ଥିବା ସିଲିଣ୍ଡରରେ ବିସ୍ଫୋରଣ ହୋଇଛି। ତେବେ ପରେ ପୋଲିସ ପହଞ୍ଚି ଏହା ଏକ କମ୍ ତୀବ୍ରତାର ବିସ୍ଫୋରଣ ବୋଲି ସ୍ପଷ୍ଟ କରିଥିଲା। ଏହି ବିସ୍ଫୋରକ ଆଇଇଡି ଦ୍ୱାରା କରାଯାଇଥିଲା। ଏଣୁ ମାମଲାର ତଦନ୍ତ ଦାୟିତ୍ୱ ଏନଆଇଏକୁ ଦିଆଯାଇଛି। କାଫେ ବିସ୍ଫୋରଣ ମାମଲାରେ ସନ୍ଦିଗ୍ଧକୁ ପୋଲିସ ଗିରଫ କରିଛି। ସନ୍ଦିଗ୍ଧକୁ ଶବିର ଓ କର୍ଣ୍ଣାଟକ
ବେଙ୍ଗାଲୁରୁ ୧୯।୩: ରାମେଶ୍ୱରମ କେଫେ ବିସ୍ଫୋରଣ ପରେ ପୋଲିସ ପାଟ୍ରୋଲିଂ ବଢାଇ ଦିଆଯାଇଛି। ଏହି ସମୟରେ ପୋଲିସ ସର୍ଚ୍ଚିଂ କାଳରେ ଜିଲୋଜିନ ଷ୍ଟିକ୍ ଓ ଡିଟୋନେଟର ପାଇଛି। ପୋଲିସ ବିସ୍ଫରୋକ ସାମଗ୍ରୀ ଜବତ କରିବା ସହ ମାମଲାରେ ଏତଲା ରୁଜୁ କରିଛି। ପୋଲିସ ଅନୁସାରେ ଘଟଣା ୧୭ ମାର୍ଚ୍ଚର। ବେଲାନ୍ଦୁର ପୋଲିସ ଷ୍ଟେସନର ପିଏସଆଇ ଆର. ସିଦ୍ଦପା ପାଟ୍ରୋଲିଂ କରୁଥିବା ବେଳେ ଚିକ୍କନାହକନହଲ୍ଲୀ ପ୍ରାକ୍ରିୟା ସ୍କୁଲ ବାହାରେ ଥିବା ଲେବର ସେଡ ନିକଟରେ ଛିଡା ହୋଇଥିବା ଟ୍ରାକ୍ଟର କମ୍ପ୍ରେସରକୁ ଯାଞ୍ଚ କରି ସେଥିରୁ ଜିଲୋଟିନ ଛଡ ଓ ବିଦ୍ୟୁତ ଡିଟୋନେଟର ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ।
ମାମଲାରେ ପୋଲିସ ଟ୍ରାକ୍ଟର ମାଲିକ ବିରୋଧରେ ଏତଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ୧ ମାର୍ଚ୍ଚ ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ କାଫେରେ ଲୋକଙ୍କ ବେଶ ଭିଡ ଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲେ। ପ୍ରଥମେ ଲୋକେ ଭାବିଥିଲେ କାଫେରେ ରୋଷେଇ ପାଇଁ ଥିବା ସିଲିଣ୍ଡରରେ ବିସ୍ଫୋରଣ ହୋଇଛି। ତେବେ ପରେ ପୋଲିସ ପହଞ୍ଚି ଏହା ଏକ କମ୍ ତୀବ୍ରତାର ବିସ୍ଫୋରଣ ବୋଲି ସ୍ପଷ୍ଟ କରିଥିଲା।
ଏହି ବିସ୍ଫୋରକ ଆଇଇଡି ଦ୍ୱାରା କରାଯାଇଥିଲା। ଏଣୁ ମାମଲାର ତଦନ୍ତ ଦାୟିତ୍ୱ ଏନଆଇଏକୁ ଦିଆଯାଇଛି। କାଫେ ବିସ୍ଫୋରଣ ମାମଲାରେ ସନ୍ଦିଗ୍ଧକୁ ପୋଲିସ ଗିରଫ କରିଛି। ସନ୍ଦିଗ୍ଧକୁ ଶବିର ଓ କର୍ଣ୍ଣାଟକ ବେଲାରୀର ବାସିନ୍ଦା ରୂପେ ଚିହ୍ନଟ କରାଯାଇଛି। ଏବେ ଏନଆଇଏ ତାକୁ ପଚରା ଉଚରା କରୁଛି। ତଦନ୍ତକାରୀ ଦଳ ଅଭିଯୁକ୍ତକୁ ଧରିବା ପାଇଁ ତାର ରୁଟ୍ ମ୍ୟାପିଙ୍ଗ କରିଥିଲା। ସନ୍ଦିଗ୍ଧକୁ ମାର୍ଚ୍ଚ ୧ ତାରିଖ ଦିନ କେଫେରେ ଦେଖାଯାଇଥିଲା। ସେ ହାତରେ ଇଡଲୀ ପ୍ଲେଟ୍ ଧରିଥିଲା ଓ କାନ୍ଧରେ ବ୍ୟଗ୍ ପକାଇଥିଲା। ଯେଉଁଥିରେ ସେ ବିସ୍ଫୋରକ ରଖିଥିଲା ବୋଲି ସନ୍ଦେହ କରାଯାଉଛି।