ସ୍କୁଲରେ ପଶି ଗାଳିଗୁଲଜ: ଥାନାରେ ପହଞ୍ଚିଲା ମାମଲା 

ତିହିଡ଼ି,୨।୭(ସଞ୍ଜିତ ବଳ)-ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତର ଲଞ୍ଜାତର ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ସୋମବାର ଜଣେ ବ୍ୟକ୍ତି ଗାଲିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସିଂଙ୍କ ଅଭିଯୋଗକ୍ରମେ ପୋଲିସ ଗାଳିଗୁଲଜ କରିଥିବା ଲଞ୍ଜାତର ଗ୍ରାମର ସତ୍ୟାନନ୍ଦ ଦାସଙ୍କ ନଁାରେ ଏକ ମାମଲା(ନଂ.୩୧୪/୨୪) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପ୍ରଧାନଶିକ୍ଷକ ସିଂ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ସ୍କୁଲରେ ଥିବାବେଳେ ସତ୍ୟାନନ୍ଦ ନିଶାସକ୍ତ ଅବସ୍ଥାରେ ସ୍କୁଲ ଭିତରକୁ ପଶିଥିଲେ। ସେଠାରେ ସେ […] The post ସ୍କୁଲରେ ପଶି ଗାଳିଗୁଲଜ: ଥାନାରେ ପହଞ୍ଚିଲା ମାମଲା  appeared first on Dharitri Odia News.

ସ୍କୁଲରେ ପଶି ଗାଳିଗୁଲଜ: ଥାନାରେ ପହଞ୍ଚିଲା ମାମଲା 
ତିହିଡ଼ି,୨।୭(ସଞ୍ଜିତ ବଳ)-ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତର ଲଞ୍ଜାତର ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ସୋମବାର ଜଣେ ବ୍ୟକ୍ତି ଗାଲିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସିଂଙ୍କ ଅଭିଯୋଗକ୍ରମେ ପୋଲିସ ଗାଳିଗୁଲଜ କରିଥିବା ଲଞ୍ଜାତର ଗ୍ରାମର ସତ୍ୟାନନ୍ଦ ଦାସଙ୍କ ନଁାରେ ଏକ ମାମଲା(ନଂ.୩୧୪/୨୪) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ପ୍ରଧାନଶିକ୍ଷକ ସିଂ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ସ୍କୁଲରେ ଥିବାବେଳେ ସତ୍ୟାନନ୍ଦ ନିଶାସକ୍ତ ଅବସ୍ଥାରେ ସ୍କୁଲ ଭିତରକୁ ପଶିଥିଲେ। ସେଠାରେ ସେ ତାଙ୍କୁ ଗାଳିଗୁଲଜ କରିବା ସହ ବିଭିନ୍ନ ଧମକ ଦେଇଥିଲେ। ତେବେ ନୂତନ ଆପରାଧିକ ଆଇନ ଲାଗୁ ହେବା ପରେ ଏହା ଥାନାରେ ପ୍ରଥମ ମକଦ୍ଦମା ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକ କହିଛନ୍ତି।

The post ସ୍କୁଲରେ ପଶି ଗାଳିଗୁଲଜ: ଥାନାରେ ପହଞ୍ଚିଲା ମାମଲା  appeared first on Dharitri Odia News.