ଆଲ୍ଲୁଙ୍କୁ ଗିରଫ ମାମଲା: ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ
ପୁଷ୍ପାରାଜ୍ଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ତାଙ୍କ ଫିଲ୍ମ ପୁଷ୍ପା ୨: ଦି ରାଇଜର ପ୍ରିମିୟର ସମୟରେ ବଡ଼ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହାଇଦ୍ରାବାଦ ପୋଲିସ ତାଙ୍କ ଘରୁ ତାଙ୍କୁ ଗିରଫ କରିଛି। ଏହାରି ଭିତରେ ଆଲ୍ଲୁଙ୍କ ଗିରଫଦାରୀକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ବଡ଼ ବୟାନ ଦେଇଛନ୍ତି। ଆଲ୍ଲୁଙ୍କୁ ନେଇ ରାଜନୀତି ତେଜିବାରେ ଲାଗିଛି। ଭାଜପା ଓ କେଟିଆରଙ୍କ ସମେତ ବହୁ […] The post ଆଲ୍ଲୁଙ୍କୁ ଗିରଫ ମାମଲା: ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ appeared first on Dharitri Odia News.
ପୁଷ୍ପାରାଜ୍ଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ତାଙ୍କ ଫିଲ୍ମ ପୁଷ୍ପା ୨: ଦି ରାଇଜର ପ୍ରିମିୟର ସମୟରେ ବଡ଼ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହାଇଦ୍ରାବାଦ ପୋଲିସ ତାଙ୍କ ଘରୁ ତାଙ୍କୁ ଗିରଫ କରିଛି। ଏହାରି ଭିତରେ ଆଲ୍ଲୁଙ୍କ ଗିରଫଦାରୀକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ବଡ଼ ବୟାନ ଦେଇଛନ୍ତି।
ଆଲ୍ଲୁଙ୍କୁ ନେଇ ରାଜନୀତି ତେଜିବାରେ ଲାଗିଛି। ଭାଜପା ଓ କେଟିଆରଙ୍କ ସମେତ ବହୁ ବଡ଼ ବଡ଼ ରାଜନେତା ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ରେଭନ୍ତ କହିଛନ୍ତି, ଆଇନ୍ ତା’ କାମ କରିବ। ମାମଲାର ତଦନ୍ତବେଳେ ମୁଁ କୌଣସି ହସ୍ତକ୍ଷେପ କରିବି ନାହିଁ। ଦଳାଚକଟାବେଳେ ହୋଇଥିବା ମୃତ୍ୟୁ କାରଣରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଡିସେମ୍ବର ୪ ରେ ଏହି ଘଟଣା ଘଟିଥିଲା ଯେତେବେଳେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା। ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ ତାଙ୍କର ଆଠ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ଡିସେମ୍ବର ୫ ରେ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା।
ଅଭିଯୋଗ ଅନୁଯାୟୀ ଅଲୁ ଅର୍ଜୁନ ସ୍କ୍ରିନିଂ ପାଇଁ ଆସିବେ ବୋଲି ପୋଲିସକୁ ଅବଗତ କରାଯାଇ ନଥିଲା। ଥିଏଟର ମ୍ୟାନେଜମେଣ୍ଟ କିନ୍ତୁ ଏବିଷୟରେ ବିଷୟରେ ଅବଗତ ଥିଲେ। ପୋଲିସ ପାଖରେ ସୂଚନା ଥିଲେ ହୁଏତ ଅଧିକ ସୁରକ୍ଷା ବ୍ୟବସ୍ଥା ସହିତ ଭିଡକୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଥାନ୍ତେ। ଏହାବାଦ କେବଳ ମୁଖ୍ୟ ପ୍ରବେଶ ପଥକୁ ଛାଡିଦେଲେ ଥିଏଟର ସେଠାରେ ଦର୍ଶକଙ୍କ ପାଇଁ କୌଣସି ପୃଥକ ପ୍ରବେଶ କିମ୍ବା ପ୍ରସ୍ଥାନ ନଥିଲା। ତେଣୁ ଥିଏଟରରେ ପହଞ୍ଚିଥିବା ବହୁ ଜନସମାଗମ ଏବଂ ସୁରକ୍ଷା ଅଭାବରୁ ଏକ ଦଳାଚକଟା ସ୍ଥିତି ଉପୁଜିଥିଲା। ବର୍ତ୍ତମାନ ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଯାଇଛନ୍ତି ଅଲ୍ଲୁ। ମାମଲାରେ ଜରୁରୀ ଶୁଣାଣି ପାଇଁ ସେ ଆବେଦନ କରିଛନ୍ତି। ସେପଟେ ତାଙ୍କୁ ଗିରଫ କରାଯାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ହସ୍ପିଟାଲ ନିଆଯାଇଛି, ଯେଉଁଠାରେ କିଛି ସମୟ ପରେ ଅଲ୍ଲୁଙ୍କ ମେଡିକାଲ ଯାଞ୍ଚ ହେବ।
The post ଆଲ୍ଲୁଙ୍କୁ ଗିରଫ ମାମଲା: ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ appeared first on Dharitri Odia News.