ପାଳଝଡ଼ି ଡବଲ୍ ମର୍ଡର ଘଟଣା, ଚାରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍
ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ପାଳଝଡ଼ି ଡବଲ୍ ମର୍ଡର ଘଟଣାରେ ଚାରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍। ବୁଧବାର ଏହି ମାମଲାରେ ଶୁଣାଣି କରି ରାୟ ଶୁଣାଇଛନ୍ତି ବ୍ରହ୍ମପୁର ଜିଲ୍ଲା କୋର୍ଟ। ଆଜୀବନ ଜେଲ ପାଇଥିବା ଚାରି ଅଭିଯୁକ୍ତ ହେଉଛନ୍ତି ଲାଠି ଗ୍ରାମର କୁନା ଗୌଡ଼, କୁକୁଡ଼ାଖଣ୍ଡିର ବୁଡୁ ଦାସ, ଜଗନ୍ନାଥପୁରର ଦେବରାଜ ରେଡ୍ଡୀ ଏବଂ ପାଳଝଡ଼ି ଗ୍ରାମର ପ୍ରଶାନ୍ତ ଗୌଡ଼। ସୂଚନାଥାଉକି, ୨୦୨୨ ଏପ୍ରିଲ ୨୩ ତାରିଖରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତର ପାଳଝଡ଼ି ଗାଁ ନିକଟରେ ଦୁଇ ଜଣକୁ ନିର୍ମମ ଭାବରେ ପଥରରେ ଛେଚି ହତ୍ୟା କରାଯାଇଥିଲା। ମୃତକ ଦ୍ୱୟ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର। ଉଭୟଙ୍କୁ ରାଜନୈତିକ ଶତ୍ରୁତା କାରଣରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ପାଳଝଡ଼ି ଡବଲ୍ ମର୍ଡର ଘଟଣାରେ ଚାରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍। ବୁଧବାର ଏହି ମାମଲାରେ ଶୁଣାଣି କରି ରାୟ ଶୁଣାଇଛନ୍ତି ବ୍ରହ୍ମପୁର ଜିଲ୍ଲା କୋର୍ଟ। ଆଜୀବନ ଜେଲ ପାଇଥିବା ଚାରି ଅଭିଯୁକ୍ତ ହେଉଛନ୍ତି ଲାଠି ଗ୍ରାମର କୁନା ଗୌଡ଼, କୁକୁଡ଼ାଖଣ୍ଡିର ବୁଡୁ ଦାସ, ଜଗନ୍ନାଥପୁରର ଦେବରାଜ ରେଡ୍ଡୀ ଏବଂ ପାଳଝଡ଼ି ଗ୍ରାମର ପ୍ରଶାନ୍ତ ଗୌଡ଼।
ସୂଚନାଥାଉକି, ୨୦୨୨ ଏପ୍ରିଲ ୨୩ ତାରିଖରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତର ପାଳଝଡ଼ି ଗାଁ ନିକଟରେ ଦୁଇ ଜଣକୁ ନିର୍ମମ ଭାବରେ ପଥରରେ ଛେଚି ହତ୍ୟା କରାଯାଇଥିଲା। ମୃତକ ଦ୍ୱୟ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର। ଉଭୟଙ୍କୁ ରାଜନୈତିକ ଶତ୍ରୁତା କାରଣରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।