ଅକ୍ଷୟ ତୃତୀୟା କାରବାର ଆଶାଜନକ
ଭୁବନେଶ୍ୱର,୧।୫: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ଘରୋଇ ବଜାରରେ ଆଶାଜନକ ରହିଥିଲାବେଳେ ପରମ୍ପରା ଅନୁଯାୟୀ ସବୁ ବର୍ଗର ଗ୍ରାହକ ଅଳ୍ପ ବହୁତେ ସୁନା କ୍ରୟ କରିଛନ୍ତି। ଏପରିକି ଓଡ଼ିଶା ବଜାରରେ ୨୦୦ କୋଟି ଟଙ୍କାର ଅକ୍ଷୟ ତୃତୀୟା କାରବାର ହୋଇଥିବା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ଅକ୍ଷୟ ତୃତୀୟା ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡିକ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ଉପହାର ଓ […] The post ଅକ୍ଷୟ ତୃତୀୟା କାରବାର ଆଶାଜନକ appeared first on Dharitri Odia News.
ଭୁବନେଶ୍ୱର,୧।୫: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ଘରୋଇ ବଜାରରେ ଆଶାଜନକ ରହିଥିଲାବେଳେ ପରମ୍ପରା ଅନୁଯାୟୀ ସବୁ ବର୍ଗର ଗ୍ରାହକ ଅଳ୍ପ ବହୁତେ ସୁନା କ୍ରୟ କରିଛନ୍ତି। ଏପରିକି ଓଡ଼ିଶା ବଜାରରେ ୨୦୦ କୋଟି ଟଙ୍କାର ଅକ୍ଷୟ ତୃତୀୟା କାରବାର ହୋଇଥିବା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ଅକ୍ଷୟ ତୃତୀୟା ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡିକ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ଉପହାର ଓ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରାହକଙ୍କ ପାଇଁ କରିଥିଲାବେଳେ ଦରବୃଦ୍ଧି କାରବାରରେ ବାଧକ ସାଜିଥିଲା ବୋଲି ବ୍ୟବସାୟୀମାନେ ମତପ୍ରକାଶ କରିଛନ୍ତି। ସେହିପରି ବର୍ତ୍ତମାନ ସମୟରେ ବିବାହ ଋତୁ ଓ ଶୁଭ କାର୍ଯ୍ୟ ସାଙ୍ଗକୁ ଅକ୍ଷୟ ତୃତୀୟା ପାଇଁ ଗ୍ରାହକ ଆଶାଠାରୁ କମ୍ ପରିମାଣରେ ସୁନା କ୍ରୟ କରୁଥିବାବେଳେ ସୁନା ଦର ଓ ଅନ୍ୟାନ୍ୟ ଦରର ଅହେତୁକ ବୃଦ୍ଧି ପାଇଁ ଗ୍ରାହକ କାମ ଚଳିବା ଭଳି କାରବାର (କ୍ରୟ) କରୁଥିବା କହିଛନ୍ତି। ଅପରପକ୍ଷରେ ଓଡ଼ିଶାର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ, ତନିସ୍କ, ରିଲାଏନ୍ସ, ମାଲାବାର, କଲ୍ୟାଣ, ଜୟଆଲୁକ୍କାସ, ଅରୁନ୍ଧତୀ, ପି ସି ଚନ୍ଦ୍ରା, ରାଧା ଗୋବିନ୍ଦ ରୟ ଗ୍ରାଣ୍ଡସନ (ଆର୍ଜିଜି) ଜୁଏଲର୍ସ, ନାରାୟଣୀ ଜୁଏଲର୍ସ, ଧରିତ୍ରୀ ଜୁଏଲର୍ସ,ବିଶ୍ୱମ ଜୁଏଲର୍ସ, ସ୍ମାଇଲଗୋଲ୍ଡ, ଜାଭେରୀ, ଲୋକନାଥ ଏବଂ ସେନ୍କୋ ପକ୍ଷରୁ ଆକର୍ଷଣୀୟ ଅଫର ଓ ସାଜସଜ୍ଜା ଗ୍ରାହକଙ୍କୁ କିଛି ପରିମାଣରେ ଆକୃଷ୍ଟ କରିବା ସହ ଆଶାଜନକ କାରବାର ହୋଇଥିବା ଉଭୟ ଘରୋଇ ଓ ଜାତୀୟ ବ୍ରାଣ୍ଡ୍ର ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟା ପାଇଁ ଉପରୋକ୍ତ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ସକାଳ ୮ ଘଟିକାରୁ ଗ୍ରାହକଙ୍କ ପାଇଁ ଶୋ’ରୁମ୍ (ଷ୍ଟୋର) ଖୋଲିଥିଲାବେଳେ ବୁଧବାର ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୯୭,୮୭୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୯,୮୦୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୩,୪୭୦ ଟଙ୍କାରେ କାରବାର ହେଉଥିଲା। ଅପରପକ୍ଷରେ ରୁପା କିଲୋଗ୍ରାମ ପିଛା ୧,୧୧,୦୦୦ ଟଙ୍କା ଥିଲାବେଳେ ମୂଲ୍ୟବାନ୍ ଧାତୁ ଓ ଅଳଙ୍କାରର ଦର ପ୍ରାୟ ୩୫,୦୦୦ରୁ ୫୫,୦୦୦ ଟଙ୍କାରେ କାରବାର ହେଉଥିଲା। ସକାଳ ୧୦ ଘଟିକାରୁ ଗ୍ରାହକଙ୍କ ଆଗମନ ସହ କାରବାର ଆରମ୍ଭ ହୋଇଥିଲାବେଳେ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଝାରସୁଗୁଡ଼ା, ରାଉରକେଲା, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, କୋରାପୁଟ, ବଲାଙ୍ଗୀର, ପୁରୀ ଏବଂ ମାଲକାନଗିରି ଭଳି ପ୍ରମୁଖ ବଜାରରେ କାରବାର ଆଶାଜନକ ଥିଲା ବୋଲି ଉପରୋକ୍ତ ଅଳଙ୍କାର ଓ ଜିଲାର ପ୍ରମୁଖ ଗହଣା ଦୋକାନଗୁଡିକ ପକ୍ଷରୁ କୁହାଯାଇଛି।
The post ଅକ୍ଷୟ ତୃତୀୟା କାରବାର ଆଶାଜନକ appeared first on Dharitri Odia News.