ଜାଣନ୍ତୁ ଫୂର୍ତ୍ତି ରହିବେ କିପରି…

ଯେ କୌଣସି କାମ ହେଉନା କାହିଁକି, ତାକୁ କରିବା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ସର୍ବଦା ପ୍ରସ୍ତୁତ ରହିବାକୁ ଫୂର୍ତ୍ତି ବା ଆକ୍ଟିଭ୍‌ନେସ୍‌ କୁହାଯାଏ। ଯେଉଁ ବ୍ୟକ୍ତି ଜୀବନରେ ଯେତେ ଫୂର୍ତ୍ତି ଥାନ୍ତି, ତାଙ୍କୁ ସଫଳତା ସେହି ମାତ୍ରାରେ ହିଁ ମିଳିଥାଏ। ତେଣିକି ସେ ପାଠପଢା ହେଉ ଅବା ଖେଳକୁଦ କିମ୍ବା କ୍ୟାରିୟର୍‌। ତେବେ ଏହି ଫୂର୍ତ୍ତିପଣକୁ ବଢାଇବା ପାଇଁ ସେମିତି କିଛି ଖାସ୍‌ କାମ କରିବାର ଆବଶ୍ୟକତା ନଥାଏ। କେତୋଟି ସହଜ ଉପାୟ ଆପଣେଇ […] The post ଜାଣନ୍ତୁ ଫୂର୍ତ୍ତି ରହିବେ କିପରି… appeared first on Dharitri Odia News.

ଜାଣନ୍ତୁ ଫୂର୍ତ୍ତି ରହିବେ କିପରି…

ଯେ କୌଣସି କାମ ହେଉନା କାହିଁକି, ତାକୁ କରିବା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ସର୍ବଦା ପ୍ରସ୍ତୁତ ରହିବାକୁ ଫୂର୍ତ୍ତି ବା ଆକ୍ଟିଭ୍‌ନେସ୍‌ କୁହାଯାଏ। ଯେଉଁ ବ୍ୟକ୍ତି ଜୀବନରେ ଯେତେ ଫୂର୍ତ୍ତି ଥାନ୍ତି, ତାଙ୍କୁ ସଫଳତା ସେହି ମାତ୍ରାରେ ହିଁ ମିଳିଥାଏ। ତେଣିକି ସେ ପାଠପଢା ହେଉ ଅବା ଖେଳକୁଦ କିମ୍ବା କ୍ୟାରିୟର୍‌। ତେବେ ଏହି ଫୂର୍ତ୍ତିପଣକୁ ବଢାଇବା ପାଇଁ ସେମିତି କିଛି ଖାସ୍‌ କାମ କରିବାର ଆବଶ୍ୟକତା ନଥାଏ। କେତୋଟି ସହଜ ଉପାୟ ଆପଣେଇ ମଧ୍ୟ ନିଜକୁ ଫିଟ୍‌ ରଖିବା ସହ ମନ ଭିତରେ ଆକ୍ଟିଭ୍‌ନେସ୍‌କୁ ବଢାଇହେବ। ଯେମିତିକି: ଠିକ୍‌ ସମୟରେ ସୁଷମ ଖାଦ୍ୟ ଖାଇବା ଓ ପ୍ରର୍ଯ୍ୟାପ୍ତ ପାଣି ପିଇବା। ରାତିରେ ଅନ୍ତତଃ ୮ ଘଣ୍ଟା ଭଲରେ ଶୋଇବା। କାରଣ ରାତିରେ ଭଲ ନିଦ ନହେଲେ ତା’ପରଦିନ କୌଣସି କାମ କରିବାକୁ ଇଚ୍ଛା ହୁଏନି, ଚିଡିଚିଡ଼ି ଲାଗେ, ଅଳସ ଲାଗେ। ସେହିପରି ପ୍ରତିଦିନ ବ୍ୟାୟାମ୍‌ କଲେ ବି ଶରୀର ଫୂର୍ତ୍ତି ରହିଥାଏ। ଆବଶ୍ୟକ ପଡିଲେ ସକାଳୁ କିଛି ସମୟ ଜଗିଙ୍ଗ୍‌ କରିପାରିବେ; ଏହାଦ୍ୱାରା ଶରୀରରେ ଥିବା ଚର୍ବି ଅଂଶ କମିବା ସହ ରକ୍ତ ସଞ୍ଚାଳନ ଠିକ୍‌ରେ ହୋଇଥାଏ। ଦରକାର ହେଲେ କିଛି ସମୟ ଆଉଟ୍‌ଡୋର୍‌ ଗେମ୍‌ ବି ଖେଳିପାରିବେ; ଏହା ବି ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଇଥାଏ। ଏଥିସହିତ ନିଶାସେବନଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖିବା ସହ ଚିନ୍ତାମୁକ୍ତ ରହିବେ ଉଭୟ ଶାରିରୀକ ଓ ମାନସିକ ସ୍ତରରେ ଆପଣ ସେତେ ଦୃଢ ହୋଇପାରିବେ ଆଉ ଫୂର୍ତ୍ତି ଅନୁଭବ କରିପାରିବେ।

The post ଜାଣନ୍ତୁ ଫୂର୍ତ୍ତି ରହିବେ କିପରି… appeared first on Dharitri Odia News.