ଖୁବ୍ ଶୀଘ୍ର ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ, ପ୍ରତିଶ୍ରୁତି ଦେଲେ ଆଇନମନ୍ତ୍ରୀ

ଭୁବନେଶ୍ଵର: ଖୁବ୍ ଶୀଘ୍ର ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ । ଏନେଇ ପ୍ରତିଶ୍ରୁତି ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲାକୁ ରିଓପନ କରି ତଦନ୍ତ କରାଯିବ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ଆଜି ରାଜ୍ୟ ବିଜେପି-ଓବିସି ମୋର୍ଚ୍ଚାର ସଦସ୍ୟମାନେ ଆଇନମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହା ପରେ ମାମଲାର ରିଓପନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ । ୨୦୧୯ ମସିହା ଅକ୍ଟୋବର ମାସରେ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ଗେଷ୍ଟ ହାଉସରୁ ଝୁଲନ୍ତା ଅବସ୍ଥାରେ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସ୍ମିତାରାଣୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଥିଲେ ସ୍ମିତାରାଣୀଙ୍କ ସ୍ବାମୀ । 

ଖୁବ୍ ଶୀଘ୍ର ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ, ପ୍ରତିଶ୍ରୁତି ଦେଲେ ଆଇନମନ୍ତ୍ରୀ

ଭୁବନେଶ୍ଵର: ଖୁବ୍ ଶୀଘ୍ର ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ । ଏନେଇ ପ୍ରତିଶ୍ରୁତି ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲାକୁ ରିଓପନ କରି ତଦନ୍ତ କରାଯିବ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । 

ଆଜି ରାଜ୍ୟ ବିଜେପି-ଓବିସି ମୋର୍ଚ୍ଚାର ସଦସ୍ୟମାନେ ଆଇନମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହା ପରେ ମାମଲାର ରିଓପନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ । ୨୦୧୯ ମସିହା ଅକ୍ଟୋବର ମାସରେ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ଗେଷ୍ଟ ହାଉସରୁ ଝୁଲନ୍ତା ଅବସ୍ଥାରେ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସ୍ମିତାରାଣୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଥିଲେ ସ୍ମିତାରାଣୀଙ୍କ ସ୍ବାମୀ ।