କିଛିଦିନର ବ୍ୟବଧାନ ପରେ ଫେରିଲା ତାତି, ୪୫.୯ ଡିଗ୍ରୀରେ ଜଳିଲା ବୌଦ୍ଧ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ତାତି। ଖାଲି ଯେ ତାତି ନୁହେଁ ଅସ୍ତବ୍ୟସ୍ତ କରିଛି ଗୁଳୁଗୁଳି । ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଛି। ଆଉ ୪୫.୯ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।ଏହା ପଛକୁ ସୋନପୁରରେ‌ ୪୫.୩ ଡିଗ୍ରୀ, ଟିଟିଲାଗଡ଼ ୪୫, ଝାରସୁଗୁଡ଼ା ୪୪.୮, ସମ୍ବଲପୁର ୪୪.୬,  ବଲାଙ୍ଗିର ୪୪.୫, ଭବାନୀପାଟଣା ୪୪, ହୀରାକୁଦ ୪୩.୬, ଫୁଲବାଣୀ ୪୩.୩, ନୂଆପଡ଼ା ୪୩, ତାଳଚେର, ବରଗଡ଼ ୪୨.୨, ମାଲକାନଗିରି, ଅନୁଗୁଳ, ସୁନ୍ଦରଗଡ଼ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ। ସେପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଆଗାମୀ ତିନିଦିନ ଯାଏଁ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ।  ଅସହ୍ୟ ହେବ ଗରମ ଗୁଳୁଗୁଳି ।  ବୃଦ୍ଧି ପାଇବ ଦିନର ତାପମାତ୍ରା । ଖରା  ଓ ଅସହ୍ୟ ଗରମରେ ସନ୍ତୁଳି ହେବେ ରାଜ୍ୟବାସୀ। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର,ପୁରୀ , ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତି ହେବ । ଏନେଇ ଏ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

କିଛିଦିନର ବ୍ୟବଧାନ ପରେ ଫେରିଲା ତାତି, ୪୫.୯ ଡିଗ୍ରୀରେ ଜଳିଲା ବୌଦ୍ଧ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ତାତି। ଖାଲି ଯେ ତାତି ନୁହେଁ ଅସ୍ତବ୍ୟସ୍ତ କରିଛି ଗୁଳୁଗୁଳି । ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଛି। ଆଉ ୪୫.୯ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।

ଏହା ପଛକୁ ସୋନପୁରରେ‌ ୪୫.୩ ଡିଗ୍ରୀ, ଟିଟିଲାଗଡ଼ ୪୫, ଝାରସୁଗୁଡ଼ା ୪୪.୮, ସମ୍ବଲପୁର ୪୪.୬,  ବଲାଙ୍ଗିର ୪୪.୫, ଭବାନୀପାଟଣା ୪୪, ହୀରାକୁଦ ୪୩.୬, ଫୁଲବାଣୀ ୪୩.୩, ନୂଆପଡ଼ା ୪୩, ତାଳଚେର, ବରଗଡ଼ ୪୨.୨, ମାଲକାନଗିରି, ଅନୁଗୁଳ, ସୁନ୍ଦରଗଡ଼ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ। 

ସେପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଆଗାମୀ ତିନିଦିନ ଯାଏଁ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ।  ଅସହ୍ୟ ହେବ ଗରମ ଗୁଳୁଗୁଳି ।  ବୃଦ୍ଧି ପାଇବ ଦିନର ତାପମାତ୍ରା । ଖରା  ଓ ଅସହ୍ୟ ଗରମରେ ସନ୍ତୁଳି ହେବେ ରାଜ୍ୟବାସୀ। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର,ପୁରୀ , ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତି ହେବ । ଏନେଇ ଏ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।