ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ, ତାତିଲେ ଲୋକେ

ପୁରୁଷୋତ୍ତମପୁର,୧୨ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀଛକଠାରେ ଡ୍ରେନ୍‌ରେ ପଡ଼ି ଗୁରୁବାର ରାତିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ପିଛୁଲି ଗ୍ରାମର କୁନା ବେହେରା (୫୫) ବୋଲି ଜଣାପଡ଼ିଛି। ଶୁକ୍ରବାର ସକାଳୁ ଲୋକେ ଦେଖି ପୋଲିସ ଓ ଦମକଳବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳକୁ ଯାଇ ଡ୍ରେନ୍‌ରୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରିବା ସହ […] The post ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ, ତାତିଲେ ଲୋକେ appeared first on Dharitri Odia News.

ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ, ତାତିଲେ ଲୋକେ

ପୁରୁଷୋତ୍ତମପୁର,୧୨ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀଛକଠାରେ ଡ୍ରେନ୍‌ରେ ପଡ଼ି ଗୁରୁବାର ରାତିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ପିଛୁଲି ଗ୍ରାମର କୁନା ବେହେରା (୫୫) ବୋଲି ଜଣାପଡ଼ିଛି। ଶୁକ୍ରବାର ସକାଳୁ ଲୋକେ ଦେଖି ପୋଲିସ ଓ ଦମକଳବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳକୁ ଯାଇ ଡ୍ରେନ୍‌ରୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରିବା ସହ କେସ୍‌ ନଂ ୭/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। କୁନା ଜଣେ ଗରିବ ଶ୍ରେଣୀର ମଜୁରିଆ ହୋଇଥିବା ବେଳେ ରାତିରେ କାମସାରି ସାଇକେଲ ଯୋଗେ ଘରକୁ ଫେରିବା ବେଳେ ଅନ୍ଧାରରେ ଜାଣି ନ ପାରି ରାସ୍ତାପାର୍ଶ୍ୱ ମୁକୁଳା ଡ୍ରେନ୍‌ ମଧ୍ୟରେ ପଡ଼ିଯାଇଥିଲେ। ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାର ଓ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ସହ ସମ୍ପୁକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ଠାରୁ ତାରାତାରିଣୀ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ପ୍ରାୟ ୧୦ କୋଟି ଟଙ୍କାରେ ଆରମ୍ଭ ହୋଇଥିବା ବେଳେ ତାହାର କାର୍ଯ୍ୟ ଚାଲିଛିା ବ୍ରହ୍ମପୁର-ପୁରୁଷୋତ୍ତମପୁରକୁ ସଂଯୋଗ କରୁଥିବା ୩୨ ନମ୍ବର ରାଜ୍ୟ ରାଜପଥର ମୁଖ୍ୟ ରାସ୍ତାପାର୍ଶ୍ୱରେ ଡ୍ରେନ୍‌ ଓ ରାସ୍ତା ନିର୍ମାଣର ଦୀର୍ଘଦିନ ବିତିଥିଲେ ସୁଦ୍ଧା ଡ୍ରେନ୍‌ ଉପରେ ପ୍ଲେଟ୍‌ ପକାଯାଉ ନ ଥିବାରୁ ତାହା ମୁକୁଳା ରହିଛି। ଏହିରାସ୍ତାରେ ହଜାରହଜାର ଗାଡ଼ିମୋଟର ଚଳାଚଳ କରୁଥିବା ବେଳେ ମୁକୁଳା ଡ୍ରେନ୍‌ ଓ ପୋଲକୁ ନେଇ ବାରମ୍ବାର ଦୁର୍ଘଟଣା ଘଟିବାରେ ଲାଗିଛି। ଏହାକୁ ନେଇ ଲୋକେ ପୂର୍ତ୍ତବିଭାଗଠାରେ ବହୁବାର ଦାବି କରିବାରେ ଲାଗିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି। ଯାହାକି ପୂର୍ତ୍ତବିଭାଗ ଓ ଠିକାଦାରଙ୍କ ଅବହେଳା ସହ ଦାୟିତ୍ୱହୀନତାରୁ ଏଭଳି ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୂର୍ତ୍ତବିଭାଗ କନିଷ୍ଠଯନ୍ତ୍ରୀ ସୋନିଆ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହାର କାର୍ଯ୍ୟ ନେଇଥିବା ଏଜେନ୍ସିକୁ ବାରମ୍ବାର ତାଗିଦ କରିବା ସହ ଡ୍ରେନ୍‌ରେ ପ୍ଲେଟ୍‌ ପକାଇ ଘୋଡ଼ାଇବା ପାଇଁ କୁହାଯାଇଥିଲେ ଗୁରୁତ୍ୱ ଦେଉନାହିଁ।

The post ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ, ତାତିଲେ ଲୋକେ appeared first on Dharitri Odia News.