ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ଭାରତରେ ବି…

କାଠମାଣ୍ଡୁ/ଲକ୍ଷ୍ନୌ,୪।୪:ନେପାଳରେ ଶୁକ୍ରବାର ରାତି ୭ଟା ୫୨ ମିନିଟ୍‌ ସମୟରେ ୫.୦ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କମ୍ପନ ଉତ୍ତର ଭାରତର ବିଭିନ୍ନ ଭାଗରେ ଅନୁଭୂତ ହୋଇଛି। ୨୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲେ ହେଁ ଏହାର ଝଟ୍‌କା ଉତ୍ତର ଭାରତର ଅନେକ ସ୍ଥାନରେ, ବିଶେଷକରି ଉତ୍ତର ପ୍ରଦେଶ, ବିହାର ଏବଂ ଉତ୍ତରାଖଣ୍ଡରେ ଅନୁଭୂତ ହୋଇଛି। ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକଙ୍କ […] The post ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ଭାରତରେ ବି… appeared first on Dharitri Odia News.

ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ଭାରତରେ ବି…

କାଠମାଣ୍ଡୁ/ଲକ୍ଷ୍ନୌ,୪।୪:ନେପାଳରେ ଶୁକ୍ରବାର ରାତି ୭ଟା ୫୨ ମିନିଟ୍‌ ସମୟରେ ୫.୦ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କମ୍ପନ ଉତ୍ତର ଭାରତର ବିଭିନ୍ନ ଭାଗରେ ଅନୁଭୂତ ହୋଇଛି। ୨୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲେ ହେଁ ଏହାର ଝଟ୍‌କା ଉତ୍ତର ଭାରତର ଅନେକ ସ୍ଥାନରେ, ବିଶେଷକରି ଉତ୍ତର ପ୍ରଦେଶ, ବିହାର ଏବଂ ଉତ୍ତରାଖଣ୍ଡରେ ଅନୁଭୂତ ହୋଇଛି।

ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଏବଂ ଅନେକ ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଏଥିରେ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।

ବିଶେଷଜ୍ଞମାନଙ୍କ ମତରେ ଏହା ଏକ ମଧ୍ୟମ ତୀବ୍ରତାର ଭୂକମ୍ପ ଥିଲା, କିନ୍ତୁ ଭବିଷ୍ୟତରେ ଏକ ବଡ଼ ଭୂକମ୍ପ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ନିକଟରେ ମିଆଁମାର ଏବଂ ବ୍ୟାଙ୍କକ୍‌ରେ ଘଟିଥିବା ଧ୍ୱଂସଲୀଳାକୁ କେହି ଭୁଲିପାରିବେ ନାହିଁ। ଲୋକମାନେ ଏବେ ବି ଭୂକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତି ସହିତ ସଂଘର୍ଷ କରୁଛନ୍ତି।

ନେପାଳ ବିହାର ଏବଂ ଉତ୍ତର ପ୍ରଦେଶ ଭଳି ଭାରତୀୟ ରାଜ୍ୟ ସହିତ ସୀମା ଅଂଶୀଦାର କରୁଛି। ତେଣୁ ସେଠାକାର ଭୌଗୋଳିକ କାର୍ଯ୍ୟକଳାପ ମଧ୍ୟ ଭାରତକୁ ପ୍ରଭାବିତ କରୁଛି। ସେଥିପାଇଁ ଗୋରଖପୁର ଏବଂ ସିଦ୍ଧାର୍ଥନଗର ସମେତ ଉତ୍ତର ପ୍ରଦେଶର ଅନେକ ଜିଲାରେ ଶୁକ୍ରବାର ଭୂକମ୍ପ ଅନୁଭୂତ ହୋଇଥିଲା।

The post ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ଭାରତରେ ବି… appeared first on Dharitri Odia News.