ଜୈସଲମେରରେ ସନ୍ଧ୍ୟା ୫ଟାରୁ ବଜାର ବନ୍ଦ, ସନ୍ଧ୍ୟା ୬ଟାରୁ ସମ୍ପୂର୍ଣ୍ଣ ବ୍ଲାକଆଉଟ୍

ଜୈସଲମେର : ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧିକୁ ଦୃଷ୍ଟିରେ ରଖି, ଜୈସଲମେର ପ୍ରଶାସନ କଠୋର ନିର୍ଦ୍ଦେଶାବଳୀ ଜାରି କରିଛି। ସନ୍ଧ୍ୟା ୫ ଟାରୁ ସମସ୍ତ ଦୋକାନ ବଜାର ବନ୍ଦ କରାଯିବ। ସନ୍ଧ୍ୟା ୬ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାରି ହେବ। ଏହି ସମୟରେ ସମସ୍ତ ଆବାସିକ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅନ୍ଧାର ରହିବ। ରାତିସାରା ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ। ପ୍ରତିରକ୍ଷା କ୍ଷେତ୍ରର […]

ଜୈସଲମେରରେ ସନ୍ଧ୍ୟା ୫ଟାରୁ ବଜାର ବନ୍ଦ, ସନ୍ଧ୍ୟା ୬ଟାରୁ ସମ୍ପୂର୍ଣ୍ଣ ବ୍ଲାକଆଉଟ୍

ଜୈସଲମେର : ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧିକୁ ଦୃଷ୍ଟିରେ ରଖି, ଜୈସଲମେର ପ୍ରଶାସନ କଠୋର ନିର୍ଦ୍ଦେଶାବଳୀ ଜାରି କରିଛି। ସନ୍ଧ୍ୟା ୫ ଟାରୁ ସମସ୍ତ ଦୋକାନ ବଜାର ବନ୍ଦ କରାଯିବ। ସନ୍ଧ୍ୟା ୬ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାରି ହେବ। ଏହି ସମୟରେ ସମସ୍ତ ଆବାସିକ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅନ୍ଧାର ରହିବ। ରାତିସାରା ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ। ପ୍ରତିରକ୍ଷା କ୍ଷେତ୍ରର ୫ କିଲୋମିଟର ପରିଧି ମଧ୍ୟରେ ସମ୍ପୂର୍ଣ୍ଣ ନୋ-ଏଣ୍ଟ୍ରି ଜୋନ୍ ଘୋଷଣା କରାଯାଇଛି।