ଡିସିପିଙ୍କୁ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିଠି

କଟକ : କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ପାଇଁ କଟକ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଆନ୍ଦୋଳନ ପାଇଁ କ୍ୟାମ୍ପସ୍‌ରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପ୍ରବେଶ କରୁଛନ୍ତି। ଫଳରେ କ୍ୟାମ୍ପସ୍‌ରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଏନେଇ କ୍ୟାମ୍ପସ୍‌ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ରେଜିଷ୍ଟ୍ରାର କଟକ ଡ଼ିସିପିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଦୃଢ଼ ପଦକ୍ଷେପ ଗ୍ରହଣ ସହ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଏଥିସହ ପ୍ରବେଶ ପଥ ଏବଂ […]

ଡିସିପିଙ୍କୁ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିଠି
ଡିସିପିଙ୍କୁ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିଠି

କଟକ : କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ପାଇଁ କଟକ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଆନ୍ଦୋଳନ ପାଇଁ କ୍ୟାମ୍ପସ୍‌ରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପ୍ରବେଶ କରୁଛନ୍ତି। ଫଳରେ କ୍ୟାମ୍ପସ୍‌ରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଏନେଇ କ୍ୟାମ୍ପସ୍‌ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ରେଜିଷ୍ଟ୍ରାର କଟକ ଡ଼ିସିପିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଦୃଢ଼ ପଦକ୍ଷେପ ଗ୍ରହଣ ସହ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଏଥିସହ ପ୍ରବେଶ ପଥ ଏବଂ କ୍ୟାମ୍ପସ୍‌ରେ ପୋଲିସ ମୁତୟନ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ, ସ୍ବାୟତ୍ତ ଶାସନ ପାଳନ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ନାଁ ପରିବର୍ତ୍ତନ ନେଇ କହିଥିଲେ। ସେ କହିଥିଲେ ଏହା ମୋର ବ୍ୟକ୍ତିଗତ ମତ। ତେବେ ସେହିଦିନଠାରୁ ଏହାକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହେବା ସହ ବିବାଦ ଥମିବାର ନାଁ ନେଉନି । ଏନେଇ ଆଜି ବିଧାନସଭାରେ ମଧ୍ୟ ଶାସକ ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ବାକବିତଣ୍ଡା ଲାଗି ରହିଥିବାର ଦେଖାଯାଇଥିଲା ।