ଲାଲ୍ମନି କ୍ରିକ୍ଫେଷ୍ଟ-୨୦୨୫ ଉଦ୍ଯାପିତ, ବାପୁଜୀ କ୍ଲବ ଭୁବନେଶ୍ୱର ଚମ୍ପିଆନ୍
ବିନିକା ୨୮।୦୧ : ୩୬ ତମ ଲାଲମନି କ୍ରିକ୍ଫେଷ୍ଟ- ୨୦୨୫ ଉଦ୍ଯାପିତ । ରଙ୍ଗାରଙ୍ଗ କାର୍ଯ୍ୟ ମଧ୍ୟରେ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ବାପୁଜୀ କ୍ଲବ ଭୁବନେଶ୍ୱର ଓ ନବଜୀବନ କ୍ରିକେଟ୍ କ୍ଲବ ସୁନ୍ଦରଗଡ଼ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ବାପୁଜୀ କ୍ଲବ ଭୁବନେଶ୍ୱର ଦଳ ସୁନ୍ଦରଗଡ଼ ଟିମ୍କୁ ପରାସ୍ତ କରି ଚଳିତ ବର୍ଷ ଚମ୍ପିଆନ୍ ହୋଇଛି । ଉଭୟ ଟି-୨୦ ଏବଂ ଟି-୧୦ ଫର୍ମାଟର ମ୍ୟାଚ୍ରେ ବାପୁଜୀ କ୍ଲବ ଭୁବନେଶ୍ୱର ବିଜୟୀ ହୋଇ ଚମ୍ପିଆନ୍ ହୋଇଛି । ଉଦ୍ଯାପନୀ ଉତ୍ସବରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ସୌରଭ ତିଓ୍ୱାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିଆନ୍ ଦଳକୁ ୮୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ରନର୍ସଅପ୍ ଦଳକୁ ୪୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ତେବେ ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ଲାଲମନି କ୍ରିକ୍ଫେଷ୍ଟର ଫାଇନାଲ ମ୍ୟାଚ୍ ଦେଖିବାକୁ ଗାନ୍ଧୀ ଷ୍ଟାଡିୟମରେ ହଜାର ହଜାର କ୍ରିକେଟ୍ ପ୍ରେମୀଙ୍କ ସମାଗମ ହୋଇଥିଲା ।