ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ କାର୍‌ରେ ମେଡିକାଲ ନେଲେ ବିଧାୟକ

ଛତ୍ରପୁର,୨୨ା୨(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଛଟପଟ ହେଉଥିବା ଆହତଙ୍କୁ ନିଜ ଗାଡ଼ିରେ ମେଡିକାଲ ନେଇ ନିଜ ମହନୀୟତାର ପରିଚୟ ଦେଇଛନ୍ତି। ସୂଚନାନୁଯାୟୀ, ଗୁରୁବାର ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ଏକ ଦଳୀୟ ସଭାକୁ ଯାଉଥିବା ସମୟରେ ରାସ୍ତାରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇ ପଡ଼ିଥିବା ଦେଖି ବିଧାୟକ ଡ୍ରାଇଭରଙ୍କୁ ଗାଡ଼ି ରଖିବାକୁ କହିଥିଲେ ଏବଂ ସାଙ୍ଗେ ସାଙ୍ଗେ ବିଧାୟକ ଗାଡ଼ିରୁ ଓହ୍ଲାଇ […] The post ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ କାର୍‌ରେ ମେଡିକାଲ ନେଲେ ବିଧାୟକ appeared first on Dharitri Odia News.

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ କାର୍‌ରେ ମେଡିକାଲ ନେଲେ ବିଧାୟକ

ଛତ୍ରପୁର,୨୨ା୨(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଛଟପଟ ହେଉଥିବା ଆହତଙ୍କୁ ନିଜ ଗାଡ଼ିରେ ମେଡିକାଲ ନେଇ ନିଜ ମହନୀୟତାର ପରିଚୟ ଦେଇଛନ୍ତି।

ସୂଚନାନୁଯାୟୀ, ଗୁରୁବାର ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ଏକ ଦଳୀୟ ସଭାକୁ ଯାଉଥିବା ସମୟରେ ରାସ୍ତାରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇ ପଡ଼ିଥିବା ଦେଖି ବିଧାୟକ ଡ୍ରାଇଭରଙ୍କୁ ଗାଡ଼ି ରଖିବାକୁ କହିଥିଲେ ଏବଂ ସାଙ୍ଗେ ସାଙ୍ଗେ ବିଧାୟକ ଗାଡ଼ିରୁ ଓହ୍ଲାଇ ଡ୍ରାଇଭରଙ୍କ ସହାୟତାରେ ଆହତଙ୍କୁ ଧରି ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ଏଥିସହ ସେଠାରେ ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। କୌଣସି ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିବା ଆଲୋଚନା ହେଉଛି। ଖବର ପାଇ ଏନଏସି ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ ମେଡିକାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

The post ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ କାର୍‌ରେ ମେଡିକାଲ ନେଲେ ବିଧାୟକ appeared first on Dharitri Odia News.