ମହାପ୍ରଭୁ ପରିଧାନ କଲେ ଶୀତବସ୍ତ୍ର

ପୁରୀ, ୧୯ା୧୨(ଅଜିତ୍‌ ମହାନ୍ତି): ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କୁ ଘୋଡ଼ଲାଗି ଅର୍ଥାତ୍‌ ଶୀତବସ୍ତ୍ର ପରିଧାନ କରାଯାଇଛି। ଶ୍ରୀଜୀଉମାନେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପର୍ଯ୍ୟନ୍ତ ଏହି ବେଶ ହେବେ। ମହାପ୍ରଭୁଙ୍କ ସକାଳ ଧୂପ ବଢିବା ପରେ ମଇଲମ କରାଯାଇଥିଲା। ପୂର୍ବରାତିରୁ ଅଧିବାସିତ ହୋଇଥିବା ଘୋଡ଼ଗୁଡ଼ିକୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ଶ୍ରୀମନ୍ଦିର ଚାରିପଟେ ତିନିଘେରା ପ୍ରଦକ୍ଷିଣ କରାଯାଇ ରତ୍ନସିଂହାସନକୁ ବିଜେ କରାଯାଇ ଥିଲା। […] The post ମହାପ୍ରଭୁ ପରିଧାନ କଲେ ଶୀତବସ୍ତ୍ର appeared first on Dharitri Odia News.

ମହାପ୍ରଭୁ ପରିଧାନ କଲେ ଶୀତବସ୍ତ୍ର

ପୁରୀ, ୧୯ା୧୨(ଅଜିତ୍‌ ମହାନ୍ତି): ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କୁ ଘୋଡ଼ଲାଗି ଅର୍ଥାତ୍‌ ଶୀତବସ୍ତ୍ର ପରିଧାନ କରାଯାଇଛି। ଶ୍ରୀଜୀଉମାନେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପର୍ଯ୍ୟନ୍ତ ଏହି ବେଶ ହେବେ।

ମହାପ୍ରଭୁଙ୍କ ସକାଳ ଧୂପ ବଢିବା ପରେ ମଇଲମ କରାଯାଇଥିଲା। ପୂର୍ବରାତିରୁ ଅଧିବାସିତ ହୋଇଥିବା ଘୋଡ଼ଗୁଡ଼ିକୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ଶ୍ରୀମନ୍ଦିର ଚାରିପଟେ ତିନିଘେରା ପ୍ରଦକ୍ଷିଣ କରାଯାଇ ରତ୍ନସିଂହାସନକୁ ବିଜେ କରାଯାଇ ଥିଲା। ଶ୍ରୀବିଗ୍ରହମାନଙ୍କୁ ପାଗ ଓ ଘୋଡ଼ ସହ ୬ମୂର୍ତ୍ତି ଅଳଙ୍କାର ଲାଗି ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯାଇଥିଲା। ୭ଦିନରେ ଠାକୁରମାନେ ୭ ରଙ୍ଗର ଘୋଡ଼ ପରିଧାନ କରିବାର ବିଧି ରହିଛି। ପରମ୍ପରା ଅନୁସାରେ, ଶ୍ରୀବିଗ୍ରହମାନେ ରବିବାର ଲାଲ, ସୋମବାର କଳାଛିଟା ମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ, ବୁଧବାର ନୀଳ, ଗୁରୁବାର ହଳଦିଆ, ଶୁକ୍ରବାର ଧଳା ଓ ଶନିବାର କଳା ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି। ସୋମବାର ଓଢଣଷଷ୍ଠୀ ପଡ଼ିିଥିବାରୁ ଶ୍ରୀବିଗ୍ରହମାନଙ୍କୁ କଳାଛିଟା ମିଶା ଶୁକ୍ଳ ରଙ୍ଗର ଘୋଡ଼ ଲାଗି କରାଯାଇଛି। ଶ୍ରୀବିଗ୍ରହମାନେ ପ୍ରତିଦିନ ଚାରିଥର ସକାଳଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟାଧୂପ ଏବଂ ବଡ଼ସିଂହାର ବେଶରେ ଘୋଡ଼ ଲାଗି ହେବେ। ସେହିପରି ଶ୍ରୀମନ୍ଦିରର ପାର୍ଶ୍ୱଦେବଦେବୀଙ୍କୁ ମଧ୍ୟ ଘୋଡ଼ଲାଗି କରାଯାଇଛି।

The post ମହାପ୍ରଭୁ ପରିଧାନ କଲେ ଶୀତବସ୍ତ୍ର appeared first on Dharitri Odia News.