କଟକରେ ମଣ୍ଟେ କାର୍ଲୋର ଏକ୍ସକ୍ଲୁସିଭ ଆଉଟ୍ଲେଟ
କଟକ,୨୩।୫: ମଣ୍ଟେ କାର୍ଲୋ ଫ୍ୟାଶନ ଲିମିଟେଡ୍ (ଏମ୍ସିଏଫ୍ଏଲ୍)ର ନୂତନ ତଥା ଏକ୍ସକ୍ଲୁସିଭ ଆଉଟ୍ଲେଟ(ଷ୍ଟୋର) ବୁଧବାର କଟକର ବଜ୍ରକବାଟୀ ରୋଡ୍ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏପରିକି ୪,୦୦୦ ବର୍ଗଫୁଟ୍ ପରିବ୍ୟାପ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ନୂତନ ତଥା ମଣ୍ଟେ କାର୍ଲୋର ପ୍ରଥମ ଷ୍ଟୋର (୪ମହଲା ବିଶିଷ୍ଟ) ରେ ସବୁବର୍ଗର ଗ୍ରାହକଙ୍କ ପାଇଁ ବ୍ରାଣ୍ଡ୍ର ସମସ୍ତ ଉତ୍ପାଦ ଉପଲବ୍ଧ। ଏହି ଅବସରରେ ଏମ୍ସିଏଫ୍ଏଲ୍ର ଭିପି ପଙ୍କଜ ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। […] The post କଟକରେ ମଣ୍ଟେ କାର୍ଲୋର ଏକ୍ସକ୍ଲୁସିଭ ଆଉଟ୍ଲେଟ appeared first on Dharitri Odia News.
କଟକ,୨୩।୫: ମଣ୍ଟେ କାର୍ଲୋ ଫ୍ୟାଶନ ଲିମିଟେଡ୍ (ଏମ୍ସିଏଫ୍ଏଲ୍)ର ନୂତନ ତଥା ଏକ୍ସକ୍ଲୁସିଭ ଆଉଟ୍ଲେଟ(ଷ୍ଟୋର) ବୁଧବାର କଟକର ବଜ୍ରକବାଟୀ ରୋଡ୍ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏପରିକି ୪,୦୦୦ ବର୍ଗଫୁଟ୍ ପରିବ୍ୟାପ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ନୂତନ ତଥା ମଣ୍ଟେ କାର୍ଲୋର ପ୍ରଥମ ଷ୍ଟୋର (୪ମହଲା ବିଶିଷ୍ଟ) ରେ ସବୁବର୍ଗର ଗ୍ରାହକଙ୍କ ପାଇଁ ବ୍ରାଣ୍ଡ୍ର ସମସ୍ତ ଉତ୍ପାଦ ଉପଲବ୍ଧ।
ଏହି ଅବସରରେ ଏମ୍ସିଏଫ୍ଏଲ୍ର ଭିପି ପଙ୍କଜ ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଟେ କାର୍ଲୋ କଟକ ଶୋ’ରୁମ୍ର ସ୍ବତ୍ୱାଧିକାରୀ (ମାଲିକ) ଅମିତ ଅଗ୍ରୱାଲଙ୍କ ସମେତ ଏମ୍ସିଏଫ୍ଏଲ୍ର ମିଡିଆ ହେଡ୍ ନୀରଜ କୁମାର ନିର୍ବାଣ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଏମ୍ସିଏଫ୍ଏଲ୍ର ଭିପି ପଙ୍କଜ ଶ୍ରୀବାସ୍ତବ କହିଥିଲେ, କଟକରେ ଆମେ ଆମର ନୂତନ ଷ୍ଟୋରର ଆନୁଷ୍ଠାନିକ ଶୁଭାରମ୍ଭ (ଉଦ୍ଘାଟନ) କରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହି ନୂତନ ଷ୍ଟୋର ଗ୍ରାହକଙ୍କୁ ଏକ ପରିବର୍ତ୍ତନଶୀଳ ଶପିଂ ଅଭିଜ୍ଞତା ପ୍ରଦାନ କରିବ,ଯାହା ମଣ୍ଟେ କାର୍ଲୋଙ୍କ ଟ୍ୟାଗ୍ଲାଇନ୍ ସହ ଜଡ଼ିତ ରହିଛି। ସେହିଭଳି ଗ୍ରାହକଙ୍କ ଶପିଂ ଅଭିଜ୍ଞତାକୁ କ୍ରମାଗତ ଭାବେ ଉନ୍ନତ କରିବା ସହ ପ୍ରତ୍ୟେକ ପରିଦର୍ଶନ ଏହାକୁ ଆହୁରି ଉନ୍ନତ କରିବା ପାଇଁ ଷ୍ଟୋର ଲକ୍ଷ୍ୟ ରଖିଛି।
The post କଟକରେ ମଣ୍ଟେ କାର୍ଲୋର ଏକ୍ସକ୍ଲୁସିଭ ଆଉଟ୍ଲେଟ appeared first on Dharitri Odia News.