ତେଲଙ୍ଗାନା : ପୋଲିସରେ ଆତ୍ମସମର୍ପଣ କଲେ ୬୪ ମାଓବାଦୀ

ହାଇଦ୍ରାବାଦ ୧୫।୩: ନିଷିଦ୍ଧ ସିପିଆଇ (ମାଓବାଦୀ) ସଙ୍ଗଠନର ମୋଟ ୬୪ ଜଣ ସଦସ୍ୟ ଶନିବାର ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଭଦ୍ରାଦ୍ରୀ କୋଠାଗୁଡେମ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣକରିଛନ୍ତି। ପୋଲିସ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ ଛତିଶଗଡ଼ ଓ ତେଲଙ୍ଗାନା ସୀମାବର୍ତ୍ତୀ ଗାଁ ମାନଙ୍କର ଜଣେ ଏରିୟା କମିଟି ସଦସ୍ୟ (ଏସିଏମ) ସମେତ ବିଭିନ୍ନ କ୍ୟାଡରରେ ୬୪ ଜଣ ମାଓବାଦୀ ନକ୍ସଲବାଦ ରାସ୍ତା ଛାଡି ନିଜ ପରିବାର ସହିତ ଶାନ୍ତିପୂର୍ଣ୍ଣ ଜୀବନ ନିର୍ବାହ କରିବା ପାଇଁ ଆଗ୍ରହୀ ହୋଇଛନ୍ତି। ସେମାନେ ମଲ୍ଟିଜୋନ ଆଇଜିପି-୧ ଓ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଭଦ୍ରାଦ୍ରୀ କୋଠାଗୁଡେମ ଏସପି ବି.ରୋହିତ ରାଜୁ କହିଛନ୍ତି ଯେ ଏହି ୬୪ ସଦସ୍ୟଙ୍କ ସହିତ ଗତ ଅଢେଇ ମାସରେ ମୋଟ ୧୨୨ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି। ଏସପି କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ଏହା ଅନୁଭବ ହୋଇଛି ଯେ ସେମାନଙ୍କ ନିଷିଦ୍ଧ ସିପିଆଇ(ମାଓବାଦୀ) ପାର୍ଟି ପୁରୁଣା ବିଚାରଧାରକୁ ଅନୁସରଣ କରୁଛି। #WATCH | Telangana | S Chandrasekhar Reddy says, "Today in Kothagudem 64 cadre of Maoists in various ranks surrendered before Police. We invited them into the mainstream. We handed over Rs 25,000...We will supp

ତେଲଙ୍ଗାନା : ପୋଲିସରେ ଆତ୍ମସମର୍ପଣ କଲେ ୬୪ ମାଓବାଦୀ

ହାଇଦ୍ରାବାଦ ୧୫।୩: ନିଷିଦ୍ଧ ସିପିଆଇ (ମାଓବାଦୀ) ସଙ୍ଗଠନର ମୋଟ ୬୪ ଜଣ ସଦସ୍ୟ ଶନିବାର ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଭଦ୍ରାଦ୍ରୀ କୋଠାଗୁଡେମ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣକରିଛନ୍ତି। ପୋଲିସ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ ଛତିଶଗଡ଼ ଓ ତେଲଙ୍ଗାନା ସୀମାବର୍ତ୍ତୀ ଗାଁ ମାନଙ୍କର ଜଣେ ଏରିୟା କମିଟି ସଦସ୍ୟ (ଏସିଏମ) ସମେତ ବିଭିନ୍ନ କ୍ୟାଡରରେ ୬୪ ଜଣ ମାଓବାଦୀ ନକ୍ସଲବାଦ ରାସ୍ତା ଛାଡି ନିଜ ପରିବାର ସହିତ ଶାନ୍ତିପୂର୍ଣ୍ଣ ଜୀବନ ନିର୍ବାହ କରିବା ପାଇଁ ଆଗ୍ରହୀ ହୋଇଛନ୍ତି। 

ସେମାନେ ମଲ୍ଟିଜୋନ ଆଇଜିପି-୧ ଓ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଭଦ୍ରାଦ୍ରୀ କୋଠାଗୁଡେମ ଏସପି ବି.ରୋହିତ ରାଜୁ କହିଛନ୍ତି ଯେ ଏହି ୬୪ ସଦସ୍ୟଙ୍କ ସହିତ ଗତ ଅଢେଇ ମାସରେ ମୋଟ ୧୨୨ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି। ଏସପି କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ଏହା ଅନୁଭବ ହୋଇଛି ଯେ ସେମାନଙ୍କ ନିଷିଦ୍ଧ ସିପିଆଇ(ମାଓବାଦୀ) ପାର୍ଟି ପୁରୁଣା ବିଚାରଧାରକୁ ଅନୁସରଣ କରୁଛି। 


ଏଣୁ ସିପିଆଇ(ମାଓବାଦୀ) ଏବ ବଣଜଙ୍ଗଲରେ ଆଦିବାସୀଙ୍କ ସମର୍ଥନ ହରାଇଛି। ଏସପି କହିଛନ୍ତି ଯେ ଆଉ ଯେଉଁମାନେ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଜୀବନ ବ୍ୟତୀତ କରିବାକୁ ଚାହୁଁଛନ୍ତି ସେମାନେ ନିଜ ପରିବାର ସଦସ୍ୟଙ୍କ ମାଧ୍ୟମରେ ଅଥବା ବ୍ୟକ୍ତିଗତ ରୂପେ ଆତ୍ମସମର୍ପଣ ନିମନ୍ତେ ନିକଟସ୍ଥ ପୋଲିସ ଥାନା ଅଥବା ଜିଲ୍ଲା ଅଧିକାରୀଙ୍କ ସହ ସମ୍ପର୍କ କରିପାରନ୍ତି। ଯେଉଁମାନେ ମାଓବାଦର ହିଂସାର ପଥ ଛାଡି ଶାନ୍ତିପୂର୍ଣ୍ଣ ସ୍ୱଭାବିକ ଜୀବନ ବିତାଇବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାରଙ୍କ ଯୋଜନା ଅନୁସାରେ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ଏସପି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି। 


ଆଜି ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କୁ ମଧ୍ୟ ସରକାରଙ୍କ ଯୋଜନା ଅନୁସାରେ ଥଇଥାନ କରାଯିବ। ସେମାନେ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇ ପୂର୍ବ ଭଳି ଯେପରି ଜୀବନ ବ୍ୟତୀତ କରିପାରନ୍ତି ସେଥି ପାଇଁ ସବୁ ପ୍ରକାର ସହାୟତା ଓ ସୁରକ୍ଷା ପ୍ରଦାନ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି।