ଅଧାରେ ଅଟକିଛି ସେତୁ ନିର୍ମାଣ , ଲୋକଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ

ଯାଜପୁର : ଅଧାରେ ଅଟକିଛି ବିରୂପା ନଦୀ ଉପରେ ନିର୍ମାଣଧୀନ ସେତୁ । ଯାଜପୁର ବଡଚଣା ପୂର୍ତ୍ତ ବିଭାଗ ଅଧୀନରେ... The post ଅଧାରେ ଅଟକିଛି ସେତୁ ନିର୍ମାଣ , ଲୋକଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ appeared first on .

ଅଧାରେ ଅଟକିଛି ସେତୁ ନିର୍ମାଣ , ଲୋକଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ

ଯାଜପୁର : ଅଧାରେ ଅଟକିଛି ବିରୂପା ନଦୀ ଉପରେ ନିର୍ମାଣଧୀନ ସେତୁ । ଯାଜପୁର ବଡଚଣା ପୂର୍ତ୍ତ ବିଭାଗ ଅଧୀନରେ ବରୁଆଁ- ବାଲିଚନ୍ଦ୍ରପୁର ରାସ୍ତାର ବିରୂପା ନଦୀ ଉପରେ ତିଆରି ହେଉଥିବା ସେତୁଟି ଏବେବି ଅସମ୍ପୂର୍ଣ୍ଣ । ୨୦୨୧ ମସିହାରେ ବ୍ରିଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରଜା କନଷ୍ଟ୍ରକସନ ପକ୍ଷରୁ ବ୍ରିଜ ନିର୍ମାଣ ପାଇଁ ୧୭ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ କରାଯାଇ ଥିଲା। ହେଲେ ଦୀର୍ଘ ୪ ବର୍ଷ ବିତିବାକୁ ବସିଲାଣି ହେଲେ ବ୍ରିଜଟି ଅଧାଗଢା ଅବସ୍ଥାରେ ପଡିରହିଛି । ଏହି ବ୍ରିଜଟି ରୁକୁଟିପାଟରୁ ମାଣ୍ଡୁକାକୁ ସଂଯୋଗ କରିଥାନ୍ତା। ଏହି ବ୍ରିଜ ନିର୍ମାଣ ହେବା ଦ୍ୱାରା ୧୦ ରୁ ଉର୍ଦ୍ଧ ପଂଚାୟତ ଲୋକ ଉପକୃତ ହୋଇଥାନ୍ତେ। ସିଧା ସଳଖ ଯାଜପୁରରୁ ବାଲିଚନ୍ଦ୍ରପୁରକୁ ଗମନାଗମନ ସୁବିଧା ହୋଇଥାନ୍ତା । ଚାଷୀମାନେ ବେଶ ଉପକୃତ ହୋଇପାରିଥାନ୍ତେ । ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ବ୍ରିଜ କାର୍ଯ୍ୟ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ବ୍ରିଜ ନିର୍ମାଣ ଶୈଳୀକୁ ନେଇ ସମସ୍ୟା ଦେଖାଯାଇ ଥିବାରୁ ଦୀର୍ଘ ଏକ ବର୍ଷ ହେବ ଠିକା ସଂସ୍ଥା ପକ୍ଷରୁ କାର୍ଯ୍ୟ ବନ୍ଦ କରି ଦିଆଯାଇଛି। କେବେ ବ୍ରିଜ କାର୍ଯ୍ୟ ଆରମ୍ଭ ହେବ କେବେ ଶେଷ ହେବ ତାକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି । ତେବେ ଖୁବ ଶୀଘ୍ର ବ୍ରିଜ କାର୍ଯ୍ଯ ଶେଷ କରି ଏହାକୁ କାର୍ଯ୍ଯକାରୀ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ସେପଟେ ଖୁବ ଶୀଘ୍ର ବ୍ରିଜ କାମ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ବ୍ରିଜ ନିର୍ମାଣ ଶୈଳୀକୁ ନେଇ ସମସ୍ୟା ଦେଖାଯାଇ ଥିବାରୁ ଦୀର୍ଘ ଏକ ବର୍ଷ ହେବ ଠିକା ସଂସ୍ଥା ପକ୍ଷରୁ କାର୍ଯ୍ୟ ବନ୍ଦ କରି ଦିଆଯାଇଛି । କେବେ ବ୍ରିଜ କାର୍ଯ୍ୟ ଆରମ୍ଭ ହେବ ଏବଂ କେବେ ଶେଷ ହେବ ତାକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି । ତେବେ ଖୁବ ଶୀଘ୍ର ବ୍ରିଜ କାର୍ଯ୍ଯ ଶେଷ କରି ଏହାକୁ କାର୍ଯ୍ଯକାରୀ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ସେପଟେ ଖୁବ ଶୀଘ୍ର ବ୍ରିଜ କାମ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

The post ଅଧାରେ ଅଟକିଛି ସେତୁ ନିର୍ମାଣ , ଲୋକଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ appeared first on .