ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ମନର ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହେବେ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ ମାତ୍ର କାମ ମଧ୍ୟ ଅଟକିବ ନାହିଁ। ସାହିତ୍ୟ ଚର୍ଚ୍ଚା, ଅଧ୍ୟାପନା, ପ୍ରକାଶନ, ପ୍ରଶାସନିକ ସେବା, କ୍ରୀଡା, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ। ବୃଷ ଶନିଙ୍କ ଶୁଭସଂସ୍ଥାନ ଆପଣଙ୍କୁ ପ୍ରତ୍ୟେକ କାମରେ ନିୟନ୍ତ୍ରଣ ମଧ୍ୟରେ ରଖିବ। ବୁଧାଦିତ୍ୟ ଯୋଗ ପ୍ରଭାବରେ କାର୍ଯ୍ୟ […] The post ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope
ମେଷ
ଆଜି ଶ୍ରୀଚନ୍ଦ୍ର ଯୋଗୁ ମନର ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହେବେ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ ମାତ୍ର କାମ ମଧ୍ୟ ଅଟକିବ ନାହିଁ। ସାହିତ୍ୟ ଚର୍ଚ୍ଚା, ଅଧ୍ୟାପନା, ପ୍ରକାଶନ, ପ୍ରଶାସନିକ ସେବା, କ୍ରୀଡା, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଶନିଙ୍କ ଶୁଭସଂସ୍ଥାନ ଆପଣଙ୍କୁ ପ୍ରତ୍ୟେକ କାମରେ ନିୟନ୍ତ୍ରଣ ମଧ୍ୟରେ ରଖିବ। ବୁଧାଦିତ୍ୟ ଯୋଗ ପ୍ରଭାବରେ କାର୍ଯ୍ୟ ହାସଲ ସହ ଅର୍ଥଲାଭ ପାଇଁ ବାଧକ ନ ହୋଇପାରେ। କ୍ରୀଡ଼ା, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ। କର୍ମକ୍ଷେତ୍ର ସମସ୍ୟାବହୁଳ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତନ ନ ହେଲେ ପଶ୍ଚାନ୍ତେ ବହୁମୂଲ୍ୟ ଦେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ରାଶ୍ୟାଧିପ ଭାଗ୍ୟ ସ୍ଥାନକୁ ଦେଖୁଥିବାରୁ ଆପଣଙ୍କ ଦ୍ୱାରା ଉପକୃତ ହୋଇଥିବା ବ୍ୟକ୍ତିଙ୍କ ଦ୍ୱାରା କାର୍ଯ୍ୟ ସାଧିତ ହେବ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ନିରର୍ଥକ ହେବନାହିଁ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟହେବେ।
କର୍କଟ
କର୍କଟ
କର୍ମଭାବସ୍ଥ ଚନ୍ଦ୍ର ହେତୁ ଆନୁଷ୍ଠାନିକ କାମରେ ନିଜର ଦକ୍ଷତା ପ୍ରମାଣିତ କରି ପ୍ରଶଂସିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହିବେ। ସମସ୍ୟା ମଧ୍ୟରେ ବ୍ୟବସାୟରେ ସଫଳତା ହାସଲ କରିବାର ଆଶା ରହିଛି। ଘରର ବରାଦ ଅନୁଯାୟୀ ବିଳାସ ଉପକରଣ କିଣି ପାରନ୍ତି।
ସି˚ହ
ସି˚ହ
କର୍ମସ୍ଥାନରେ ବୃହସ୍ପତିଙ୍କ ଅବସ୍ଥାନ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଆଜି ଯାହା ଆଶା କରୁଛନ୍ତି ତାହା ପାଇବାରେ ଅସୁବିଧା ହେବନାହିଁ। ସକାଳୁ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦୂରଯାତ୍ରା କରିବାକୁ ପଡ଼ିପାରେ। ତଥାପି ସାମୟିକ ଭାବରେ ସନ୍ଦେହକୁ କେନ୍ଦ୍ରକରି ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ଆଶଙ୍କା ରହିଛି।
କନ୍ୟା
ବ୍ୟୟାଧିପତିଙ୍କ ପ୍ରଭାବରୁ ଖର୍ଚ୍ଚ ବୃଦ୍ଧିଜନିତ ସାମୟିକ ମାନସିକ ଅସ୍ଥିରତା ଦେଖାଦେବ। ଆଜି ଜଣେ ବନ୍ଧୁ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଅଭିଳାଷ ପୂରଣ ଦିଗରେ ଚେଷ୍ଟିତ ହେବେ। ପରିବାରର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଅଶାନ୍ତ ରହିବାକୁ ପଡ଼ିପାରେ।
ତୁଳା
ତୁଳା
ସମୟର ପ୍ରତିକୂଳତାଜନିତ ଆପଣଙ୍କ କାର୍ଯ୍ୟହାନି ସାଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତା ବୃଦ୍ଧି କରିବ। ଦିନ ମଧ୍ୟରେ ଯେତେ ସାବଧାନତା ଅବଲମ୍ବନ କଲେ ମଧ୍ୟ କାମ ଶୃଙ୍ଖଳିତ ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ ଏବଂ ଲାଭାନ୍ବିତ ହେବେ। କର୍ମକ୍ଷେତ୍ରରେ ନୀତିଗତ କାମରୁ ପ୍ରଶଂସିତ ହେବେ।
ବିଛା
ବିଛା
ଗୁରୁଙ୍କ କୃପା ଦୃଷ୍ଟିରୁ ଆପଣଙ୍କ କୃତି ଓ କୃତିତ୍ୱଜନିତ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। କୌଣସି ମତ ଓ ମନ୍ତବ୍ୟକୁ କେନ୍ଦ୍ରକରି ବୟସ୍କ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ଜମିଜମାର ସମସ୍ୟା ବଢ଼ିଯାଇପାରେ। ଶିଳ୍ପ, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସମସ୍ୟା ଦୂରହେବାରେ ବନ୍ଧୁ ସାହାଯ୍ୟ କରିବେ।
ଧନୁ
ଧନୁ
ଅତୀତ ଘଟଣାକୁ ସ୍ମରଣ କରି ଆଜି ଜମା ଶାନ୍ତିରେ ଶୋଇପାରିବେନି। ରାହୁଙ୍କ ପ୍ରଭାବରେ ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡ଼ିପାରେ। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି। ପ୍ରିୟଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିପାରନ୍ତି।
ମକର
ମକର
ସପ୍ତମାଧିପତି ଚତୁର୍ଥ କେନ୍ଦ୍ରସ୍ଥ ଯୋଗୁ ବନ୍ଧୁଙ୍କ ଅନୁରାଗ, ବ୍ୟବସାୟରେ ସଫଳତା, ଯାତ୍ରାରେ ଆଶା ପୂରଣ ହେତୁ ଖୁସି ରହିବେ। ସାମାଜିକ ସ୍ତରରେ ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଆତ୍ମୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ସମସ୍ୟା ବିଜଡିତ ରହିଲେ ମଧ୍ୟ ପ୍ରତ୍ୟେକ କାମକୁ ଯଥାବିଧି ସମ୍ପନ୍ନ କରିବାରେ ପଶ୍ଚାଦ୍‌ପଦ୍‌ ହେବେ ନାହିଁ। ସ୍ବଗୃହୀ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କାମକରିବା ଜନିତ ଆଜି ଦିନଟି ଅର୍ଥବ୍ୟୟର ସମୟ ଅଟେ।
ମୀନମୀନ

ଆଜିର ଯାତ୍ରା ସମୟରେ ଜଣେ ବାଲ୍ୟବନ୍ଧୁଙ୍କ ସାହାଯ୍ୟ ସବୁ ଦିନ ସକାଶେ ସ୍ମରଣୀୟ ରହି ଯାଇପାରେ ା ତୃତୀୟସ୍ଥ ବୃହସ୍ପତି ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିବା ହେତୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ ା କର୍ମକ୍ଷେତ୍ରରେ ମଧ୍ୟ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ ା ତରବରିଆ ଭାବେ କୌଣସି କାମ ନ କରି ଦେଖିଚାହିଁ ପଦକ୍ଷେପ ନେବା ଭଲହେବ ା

The post ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope appeared first on Dharitri Odia News.