ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ ବିସିସିଆଇ ସଚିବ ଜୟ ଶାହା ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏନେଇ ଘୋଷଣା କରାଯାଇଛି। ତେବେ ଟିମ୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବ। ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଭୂମିକା ତୁଲାଇବେ। ସେହିଭଳି ଚୟନକର୍ତ୍ତା ସଞ୍ଜୁ ସାମସନ୍‌ଙ୍କ ଉପରେ ଭରସା ଦେଖାଇଥିବା ବେଳେ କେ ଏଲ୍‌ […] The post ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ… appeared first on Dharitri Odia News.

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ ବିସିସିଆଇ ସଚିବ ଜୟ ଶାହା ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏନେଇ ଘୋଷଣା କରାଯାଇଛି। ତେବେ ଟିମ୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବ। ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଭୂମିକା ତୁଲାଇବେ। ସେହିଭଳି ଚୟନକର୍ତ୍ତା ସଞ୍ଜୁ ସାମସନ୍‌ଙ୍କ ଉପରେ ଭରସା ଦେଖାଇଥିବା ବେଳେ କେ ଏଲ୍‌ ରାହୁଲଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସୁଯୋଗ ମିଳିନାହିଁ। ସେହିଭଳି ରିଙ୍କୁ ସିଂ ରିଜର୍ଭ ଖେଳାଳି ଭାବେ ଦଳ ସହ ରହିବେ। ତାଙ୍କ ସ୍ଥାନ ଶିବମ ଦୁବେ ନେଇଛନ୍ତି। ଏହାଛଡ଼ା ଶୁବମନ ଗିଲ, ଖଲିଲ ଅହମ୍ମଦ, ଆବେଶ ଖାନ୍‌ଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ କରାଯାଇଛି।

ଚୟନ ହୋଇଥିବା ଟିମ୍‌ରେ କୁଲଦୀପ ଯାଦବ ଏବଂ ଯୁଜବେନ୍ଦ୍ର ଚହଲ ରହିଛନ୍ତି। ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ଦୁବେଙ୍କୁ ବିଶ୍ୱକପ୍‌ ଖେଳିବା ସୁଯୋଗ ମିଳିଛି। ଉଇକେଟକିପର ଭାବେ ସଞ୍ଜୁ ସାମସନ ଏବଂ ଋଷଭ ପନ୍ତ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି, ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ଜସପ୍ରିତ ବୁମ୍‌ରାଙ୍କୁ ସ୍ଥାନ ମିଳିଛି।

ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ଭାରତୀୟ କ୍ରିକେଟ ଦଳ – ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯୁଜବେନ୍ଦ୍ର ଚହଲ , ଅର୍ଶଦୀପ ସିଂ, ଜସପ୍ରିତ୍‌ ବୁମ୍‌ରା, ମହମ୍ମଦ ସିରାଜ

ରିଜର୍ଭ ଖେଳାଳି – ଶୁବମନ ଗିଲ, ରିଙ୍କୁ ସିଂ, ଖଲିଲ ଅହମ୍ମଦ ଏବଂ ଆବେଶ ଖାନ୍‌

The post ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ… appeared first on Dharitri Odia News.