ସ୍ପେସ୍ ମିଶନରେ ଯିବାପରେ ଏମିତି ବାର୍ତ୍ତା ପଠାଇଲେ ଶୁଭାଂଶୁ: ଦେଶବାସୀଙ୍କୁ କଲେ ଭାବପ୍ରବଣ
ନୂଆଦିଳ୍ଲୀ,୨୫।୬: ଭାରତର ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହ କେନେଡି ସ୍ପେସ ସେଣ୍ଟରରୁ ଆକ୍ସିଅମ-୪ ମିଶନ ପାଇଁ ଉଡ଼ାଣ ଭରିଛନ୍ତି। ଏହି ମିଶନକୁ ଭାରତର ଶୁଭାଂଶୁ ଶୁକ୍ଳା ପରିଚାଳନା କରୁଛନ୍ତି। ସେ ମହାକାଶରେ ପହଞ୍ଚିବା ମାତ୍ରେ ଦେଶ ପାଇଁ ପ୍ରଥମ ବାର୍ତ୍ତା ପଠାଇଥିଲେ। ଶୁଭାଂଶୁ କହିଥିଲେ, ମୋ କାନ୍ଧରେ ମୋର ତ୍ରିରଙ୍ଗା ଅଛି। ସମଗ୍ର ଦେଶ ମୋ ସହିତ ଅଛି। ମହାକାଶ ମିଶନରେ ଯିବା ପୂର୍ବରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଆମେରିକାର ଫ୍ଲୋରିଡାରେ […] The post ସ୍ପେସ୍ ମିଶନରେ ଯିବାପରେ ଏମିତି ବାର୍ତ୍ତା ପଠାଇଲେ ଶୁଭାଂଶୁ: ଦେଶବାସୀଙ୍କୁ କଲେ ଭାବପ୍ରବଣ appeared first on Dharitri Odia News.
ନୂଆଦିଳ୍ଲୀ,୨୫।୬: ଭାରତର ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହ କେନେଡି ସ୍ପେସ ସେଣ୍ଟରରୁ ଆକ୍ସିଅମ-୪ ମିଶନ ପାଇଁ ଉଡ଼ାଣ ଭରିଛନ୍ତି। ଏହି ମିଶନକୁ ଭାରତର ଶୁଭାଂଶୁ ଶୁକ୍ଳା ପରିଚାଳନା କରୁଛନ୍ତି। ସେ ମହାକାଶରେ ପହଞ୍ଚିବା ମାତ୍ରେ ଦେଶ ପାଇଁ ପ୍ରଥମ ବାର୍ତ୍ତା ପଠାଇଥିଲେ। ଶୁଭାଂଶୁ କହିଥିଲେ, ମୋ କାନ୍ଧରେ ମୋର ତ୍ରିରଙ୍ଗା ଅଛି। ସମଗ୍ର ଦେଶ ମୋ ସହିତ ଅଛି। ମହାକାଶ ମିଶନରେ ଯିବା ପୂର୍ବରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହୋଇଥିବା ମିଶନରେ କ୍ରୁ କମ୍ପାନୀର ଫାଲକନ ୯ ରକେଟ ବ୍ୟବହାର କରାଯାଇଛି। ସମସ୍ତ ମହାକାଶଚାରୀ ଏକ ନୂତନ ସ୍ପେସଏକ୍ସ ଡ୍ରାଗନ ସ୍ପେସ୍କ୍ରାଫ୍ଟରେ ଅଛନ୍ତି।
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା କହିଛନ୍ତି, ନମସ୍କାର, ମୋର ପ୍ରିୟ ଦେଶବାସୀ! ଆମେ ୪୧ ବର୍ଷ ପରେ ପୁଣି ଥରେ ମହାକାଶରେ ପହଞ୍ଚିଛୁ। ଏହା ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା। ଆମେ ପ୍ରତି ସେକେଣ୍ଡରେ ୭.୫ କିଲୋମିଟର ବେଗରେ ପୃଥିବୀ ପରିକ୍ରମା କରୁଛୁ। ମୋ କାନ୍ଧରେ ଥିବା ମୋର ତ୍ରିରଙ୍ଗା ମୋତେ କହୁଛି ଯେ, ମୁଁ ତୁମ ସମସ୍ତଙ୍କ ସହିତ ଅଛି। ମୋର ଏହି ଯାତ୍ରା ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ର ଆରମ୍ଭ ନୁହେଁ, ଏହା ଭାରତର ମାନବ ମହାକାଶ କାର୍ଯ୍ୟକ୍ରମର ଆରମ୍ଭ। ମୁଁ ଚାହେଁ ଯେ, ତୁମେ ସମସ୍ତେ ଏହି ଯାତ୍ରାର ଅଂଶ ହୁଅ। ତୁମର ଛାତି ମଧ୍ୟ ଗର୍ବରେ ଫୁଲିଯିବା ଉଚିତ। ଆସନ୍ତୁ ଆମେ ସମସ୍ତେ ମିଶି ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ କରିବା। ଜୟ ହିନ୍ଦ! ଜୟ ଭାରତ!
ଆକ୍ସିଅମ-୪ ମିଶନରେ ଯାଇଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ପରିବାରରେ ଖୁସିର ପରିବେଶ ରହିଛି। ପରିବାର କହିଛନ୍ତି, ସେମାନେ ତାଙ୍କ ପୁଅର ସଫଳତା ପାଇଁ ଗର୍ବିତ। ଶୁଭାଂଶୁଙ୍କ ସମଗ୍ର ପରିବାର ଖୁସି ପ୍ରକାଶ କରିଛନ୍ତି।
Falcon 9’s first stage booster has landed at Landing Zone 1. pic.twitter.com/lRLuJ6RkZy
— Shubhanshu Shukla (@IndiaInSky) June 25, 2025
The post ସ୍ପେସ୍ ମିଶନରେ ଯିବାପରେ ଏମିତି ବାର୍ତ୍ତା ପଠାଇଲେ ଶୁଭାଂଶୁ: ଦେଶବାସୀଙ୍କୁ କଲେ ଭାବପ୍ରବଣ appeared first on Dharitri Odia News.