ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ଖଣ୍ଡଗିରି

ଭୁବନେଶ୍ୱର,୩ା୨ (ସୌମ୍ୟରଞ୍ଜନ ରାଉତ) ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ଏଥିସହ ୫ରୁ ସ୍ଥାନୀୟ ପାନ୍ଥିକାଠାରେ ଐତିହ୍ୟ, ସଂସ୍କୃତିର ଗାଥା ପ୍ରଦର୍ଶନ ସହ ମନୋରଞ୍ଜନ କରିବ ଐରଖାରବେଳ ମହୋତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଐତିହ୍ୟ ଖଣ୍ଡଗିରି ଓ ଉଦୟଗିରି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଇତିମଧ୍ୟରେ ଖଣ୍ଡଗିରିରେ ନାଗା ସାଧୁଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳୁଛି। ପାହାଡ଼ ପାଦଦେଶରେ ଯଜ୍ଞକୁଣ୍ଡ ତିଆରି […] The post ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ଖଣ୍ଡଗିରି appeared first on Dharitri Odia News.

ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ଖଣ୍ଡଗିରି

ଭୁବନେଶ୍ୱର,୩ା୨ (ସୌମ୍ୟରଞ୍ଜନ ରାଉତ) ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ଏଥିସହ ୫ରୁ ସ୍ଥାନୀୟ ପାନ୍ଥିକାଠାରେ ଐତିହ୍ୟ, ସଂସ୍କୃତିର ଗାଥା ପ୍ରଦର୍ଶନ ସହ ମନୋରଞ୍ଜନ କରିବ ଐରଖାରବେଳ ମହୋତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଐତିହ୍ୟ ଖଣ୍ଡଗିରି ଓ ଉଦୟଗିରି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଇତିମଧ୍ୟରେ ଖଣ୍ଡଗିରିରେ ନାଗା ସାଧୁଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳୁଛି। ପାହାଡ଼ ପାଦଦେଶରେ ଯଜ୍ଞକୁଣ୍ଡ ତିଆରି କରି ସେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିବାବେଳେ ସାଧାରଣ ଲୋକେ ସାଧୁସନ୍ଥଙ୍କ ଆଶୀର୍ବାଦ ପାଇଁ ଏବେଠୁ ଭିଡ଼ ଲଗାଇଲେଣି। ଅନ୍ୟପକ୍ଷରେ ଏଥର ପ୍ରଥମଥର ଖଣ୍ଡଗିରି ପାହାଡ ଉପରକୁ ଯିବା ପାଇଁ ଟିକେଟ୍‌ର ବ୍ୟବସ୍ଥା କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରତିବର୍ଷ ୬ଟି ଯାତ୍ରା କମିଟି ପକ୍ଷରୁ ଯାତ୍ରା ଆୟୋଜନ ହେଉଥିବାବେଳେ ଚଳିତ ବର୍ଷ ୭ଟି କମିଟି ଦାୟିତ୍ୱ ନେଉଛନ୍ତି। ତେବେ ୬ଟି ପେଣ୍ଡାଲରେ ୧୨ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ କଳିଙ୍ଗ ଗଣନାଟ୍ୟ ନିଜ ନାଟକ ‘ବାଜିବ ସାହାନାଇ ତୋରି ପାଇଁ’ ମଞ୍ଚସ୍ଥ କରିବ। ଏଥିସହ ଏହି ନାଟ୍ୟ ସଂସ୍ଥା ‘କଳିଙ୍ଗ ସାଂସ୍କୃତିକ ପରିଷଦ’ ନାମରେ କମିଟି ଗଢ଼ି ଏହି ନାଟକକୁ ୪ଦିନ ପରିବେଷଣ କରିବ। ଏନେଇ କମିଟି ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗଠାରୁ ଆବଶ୍ୟକ ଜାଗା ପାଇଁ ଅନୁମତି ଆଣିସାରିଛି ବୋଲି କଳିଙ୍ଗ ଗଣନାଟ୍ୟର ମ୍ୟାନେଜର ମଧୂସୁଦନ ପ୍ରଧାନ କହିଛନ୍ତି। ନାଟକରେ ମୁଖ୍ୟ ଆକର୍ଷଣ ଭାବରେ ଯାତ୍ରା ଦୁନିଆର ଆଗଧାଡିର କଳାକାର ସୁରେଶ ପଣ୍ଡାଙ୍କ ସହ ବହୁ ଚର୍ଚ୍ଚିତ କଳାକାର ଅଭିନୟ କରିବେ।

ଖଣ୍ଡଗିରି କୁମ୍ଭ ମେଳା ସହ ପଞ୍ଚ ଐତିହ୍ୟ କୁଣ୍ଡର ମହାତ୍ମ୍ୟ ଜଡିତ ରହିଥିବା କୁହାଯାଇଥାଏ। ତାହା ହେଲା ରାଧା କୁଣ୍ଡ, ଶ୍ୟାମ କୁଣ୍ଡ, ଲଳିତା କୁଣ୍ଡ, ଗୁପ୍ତ ଗଙ୍ଗା ଓ ଆକାଶ ଗଙ୍ଗା । ଏଥର ମଧ୍ୟ ଏସବୁ ଐତିହ୍ୟ କୁଣ୍ଡକୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଇଛି। ଖଣ୍ଡଗିରିର ପାହାଡର ଶୀର୍ଷରେ ଥିବା ଆକାଶ ଗଙ୍ଗା ସବୁଠାରୁ ଅଧିକ ଅପରିଷ୍କାର ସହ ଅନାବନା ଅଳିଆ ଆବର୍ଜନାରେ ପୂର୍ଣ୍ଣ ରହିଛି। ସାଧୁସନ୍ଥଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞରେ ଗୁପ୍ତଗଙ୍ଗାର ପବିତ୍ର ଜଳ ଆବଶ୍ୟକ ରହିଥାଏ। କୁମ୍ଭମେଳା ଅବସରରେ ସାଧୁସନ୍ଥ ଏହି ଗୁମ୍ଫା ନିକଟରେ ଜପତପ କରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ସ୍ଥାନଗୁଡିକ ଅତ୍ୟଧିକ ଅପରିଷ୍କାର ହୋଇଥିବାରୁ ସାଧୁସନ୍ଥ ଓ ସାଧାରଣ ଲୋକେ ସେଠାକୁ ଯାଇପାରୁ ନାହାନ୍ତି। ଏହାର ସୁରକ୍ଷା ଦିଗରେ ପ୍ରଶାସନର କାର୍ଯ୍ୟ କରୁନାହିଁ ବୋଲି ପାଦୁକା ଅଶ୍ରମର ଆଲୋକ ବାବା କହିବା ସହ ପର୍ଯ୍ୟଟନ ବିଭାଗ ଏହି ପବିତ୍ର କୁଣ୍ଡଗୁଡ଼ିକର ସୁରକ୍ଷା କରୁ ବୋଲି ସେ ଦାବି କରିଛନ୍ତି। ଏନେଇ ବିଏମ୍‌ସି ଜେଡିସି ରାକେଶ କୁମାର ପାତ୍ର କହିଛନ୍ତି, ମେଳା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ସମସ୍ତ ଐତିହ୍ୟ କୁଣ୍ଡକୁ ପରିଷ୍କାର କରାଯାଉଥିବା ସେ ସୂଚନା ଦେଇଛନ୍ତି।

The post ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ଖଣ୍ଡଗିରି appeared first on Dharitri Odia News.