ଭଲ ଷ୍ଟାର୍ଟ, ଫ୍ଲପ୍ ଫିନିସ୍; ପ୍ରଥମ ମ୍ୟାଚ୍‌ରେ ଆରସିବିକୁ ୧୭୫ ରନ୍ ଟାର୍ଗେଟ୍ ଦେଲା କେକେଆର୍

କୋଲକାତା: ଉଦ୍‌ଘାଟନୀ ମ୍ୟାଚ୍‌ରେ ଆରସିବି ଆଗରେ ୧୭୫ରନ୍ ବିଜୟ ଲକ୍ଷ୍ୟ ଦେଇଛି କୋଲକାତା ନାଇଟ୍ ରାଇଡର୍ସ । ଅଜିଙ୍କ୍ୟା ରାହାଣେଙ୍କ ୫୬ ରନ୍ ଓ ସୁନୀଲ ନାରିନଙ୍କ ୪୪ ରନ୍ ବଳରେ କେକେଆର୍ ନିର୍ଦ୍ଧାରିତ ୨୦ ଓଭରରେ ୧୭୪ ରନ୍ କରିବାରେ ସଫଳ ହୋଇଥିଲା । ପାୱାର ପ୍ଲେ'ରେ ଭଲ ଆରମ୍ଭ ମିଳିବା ସତ୍ତ୍ୱେ ଟିମ୍ ଭଲ ଫିନିସ୍ କରିପାରିଲା ନାହିଁ ।ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୮ତମ ସିଜିନର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗେଲୁରୁ ମଧ୍ୟରେ ଖେଳାଯାଉଛି । ଆରସିବି ଅଧିନାୟକ ରଜତ ପଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କୋଲକାତା ଦଳର ଆରମ୍ଭ ଭଲ ନଥିଲା । ପ୍ରଥମ ଓଭରରେ ହିଁ ଓପନର କ୍ୱିଣ୍ଟନ ଡି କକ୍ ପ୍ୟାଭିଲିୟନ ଫେରିଥିଲେ । ଏହାପରେ, ରାହାଣେ ଏବଂ ନାରିନଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ ପାଇଁ ୫୫ ବଲରେ ୧୦୩ ରନ୍‌ର ଭାଗୀଦାରି ହୋଇଥିଲା । ସୁନୀଲ ନାରିନ ୨୬ ବଲ୍‌ରେ ୪୪ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଅଜିଙ୍କ୍ୟା ରାହାଣେ ୩୧ ବଲ୍‌ରେ ୫୬ ରନ୍ କରି ଆଉଟ୍ ହୋଇଥିଲେ । ଭେଙ୍କଟେଶ ଆୟର ୭ଟି ବଲ୍‌ରେ ୬ ରନ୍ କରିଥିଲେ । ରିଙ୍କୁ ସିଂହ ୧୦ ବଲ୍‌ରେ ମାତ୍ର ୧୨ ରନ୍ କରିପାରିଥିଲେ । ସୁୟାଶଙ୍କ ଦ୍ୱାରା ଆଣ୍ଡ୍ରେ ରସେଲ (୪) ଆଉଟ୍ ହୋଇଥିଲେ ।କେକେଆର୍ ଶେଷ କ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଟିମ୍ ବଡ଼ ସ୍କୋର କରିବାରେ ବିଫ

ଭଲ ଷ୍ଟାର୍ଟ, ଫ୍ଲପ୍ ଫିନିସ୍; ପ୍ରଥମ ମ୍ୟାଚ୍‌ରେ ଆରସିବିକୁ ୧୭୫ ରନ୍ ଟାର୍ଗେଟ୍ ଦେଲା କେକେଆର୍

କୋଲକାତା: ଉଦ୍‌ଘାଟନୀ ମ୍ୟାଚ୍‌ରେ ଆରସିବି ଆଗରେ ୧୭୫ରନ୍ ବିଜୟ ଲକ୍ଷ୍ୟ ଦେଇଛି କୋଲକାତା ନାଇଟ୍ ରାଇଡର୍ସ । ଅଜିଙ୍କ୍ୟା ରାହାଣେଙ୍କ ୫୬ ରନ୍ ଓ ସୁନୀଲ ନାରିନଙ୍କ ୪୪ ରନ୍ ବଳରେ କେକେଆର୍ ନିର୍ଦ୍ଧାରିତ ୨୦ ଓଭରରେ ୧୭୪ ରନ୍ କରିବାରେ ସଫଳ ହୋଇଥିଲା । ପାୱାର ପ୍ଲେ'ରେ ଭଲ ଆରମ୍ଭ ମିଳିବା ସତ୍ତ୍ୱେ ଟିମ୍ ଭଲ ଫିନିସ୍ କରିପାରିଲା ନାହିଁ ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୮ତମ ସିଜିନର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗେଲୁରୁ ମଧ୍ୟରେ ଖେଳାଯାଉଛି । ଆରସିବି ଅଧିନାୟକ ରଜତ ପଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କୋଲକାତା ଦଳର ଆରମ୍ଭ ଭଲ ନଥିଲା । ପ୍ରଥମ ଓଭରରେ ହିଁ ଓପନର କ୍ୱିଣ୍ଟନ ଡି କକ୍ ପ୍ୟାଭିଲିୟନ ଫେରିଥିଲେ । ଏହାପରେ, ରାହାଣେ ଏବଂ ନାରିନଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ ପାଇଁ ୫୫ ବଲରେ ୧୦୩ ରନ୍‌ର ଭାଗୀଦାରି ହୋଇଥିଲା । ସୁନୀଲ ନାରିନ ୨୬ ବଲ୍‌ରେ ୪୪ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଅଜିଙ୍କ୍ୟା ରାହାଣେ ୩୧ ବଲ୍‌ରେ ୫୬ ରନ୍ କରି ଆଉଟ୍ ହୋଇଥିଲେ । ଭେଙ୍କଟେଶ ଆୟର ୭ଟି ବଲ୍‌ରେ ୬ ରନ୍ କରିଥିଲେ । ରିଙ୍କୁ ସିଂହ ୧୦ ବଲ୍‌ରେ ମାତ୍ର ୧୨ ରନ୍ କରିପାରିଥିଲେ । ସୁୟାଶଙ୍କ ଦ୍ୱାରା ଆଣ୍ଡ୍ରେ ରସେଲ (୪) ଆଉଟ୍ ହୋଇଥିଲେ ।

କେକେଆର୍ ଶେଷ କ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଟିମ୍ ବଡ଼ ସ୍କୋର କରିବାରେ ବିଫଳ ହେଲା । ଆରସିବି ପାଇଁ କୃଣାଲ ପାଣ୍ଡ୍ୟା ସର୍ବାଧିକ ୩ ୱିକେଟ୍ ନେଇଥିଲେ । ଜୋଶ ହେଜଲଉଡ୍ ଟିମର ସବୁଠୁ ଇକୋନୋମିକ୍ ବଲର ଥିଲେ । ସେ ୪ ଓଭରରେ ୨୨ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ୟଶ ଦୟାଲ, ସଲାମ ଓ ସୂୟଶ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।