‘ତୁମ ଜନ୍ମ କିପରି ହୋଇଥିଲା ଭୁଲନି’, BSFର ପ୍ରଶଂସା କରି ବାଂଲାଦେଶକୁ ୧୯୭୧ର କାହାଣୀ ମନେ ପକାଇ ଦେଲେ ଶାହ

ନୂଆଦିଲ୍ଲୀ: ଚୀନ କଥାରେ ଡେଉଁଥିବା ବାଂଲାଦେଶକୁ କଡ଼ା ସନ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ ପଡ଼ୋଶୀ ଦେଶ ମନେ ରଖିବା ଦରକାର, ତାର ଜନ୍ମ କିପରି ହୋଇଥିଲା । ଏବଂ ତାର ନିର୍ମାଣରେ ଭାରତର ସୀମା ସୁରକ୍ଷା ବଳର ଭୂମିକା କ’ଣ ଥିଲା । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ପଡ଼ୋଶୀ ଦେଶ ୧୯୭୧ର ମୁକ୍ତି ସଂଗ୍ରାମ ବେଳେ ତାରା ନିର୍ମାଣରେ ବିଏସଫର ଭୂମିକାକୁ ଅଣଦେଖା ନକରୁ ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଶୁକ୍ରବାର ୨୨ତମ ବିଏସଏଫ୍ ଅଳଙ୍କରଣ ସମାରୋହରେ ସାମିଲ ହୋଇ ବିଏସଏଫ୍ ଯବାନଙ୍କ ଶୌର୍ଯ୍ୟ କଥା ମନେ ପକାଇଛନ୍ତି । ଶାହ କହିଛନ୍ତି ଯେ ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ସ୍ଥିତ ଅତଙ୍କବାଦୀ ସଂଗଠନ ଉପରେ ଭାରତ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଆତଙ୍କବାଦୀଙ୍କ ସମର୍ଥନରେ ପାକିସ୍ତାନ ପଟୁ ଆକ୍ରମଣ ସାରା ଦୁନିଆରେ ତାର ମୁଖା ଖୋଲି ଦେଇଛି । ଏହି କାର୍ଯ୍ୟକ୍ରମରେ ବିଏସଏଫ ଯବାନଙ୍କୁ ପ୍ରଶଂସା କରି ଗୃହମନ୍ତ୍ରୀ ଅମିତ ଶାହ ପଡ଼ୋଶୀ ଦେଶ ବାଂଲାଦେଶକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ଅମିତ ଶାହ କହିଛନ୍ତି ଯେ ୧୯୭୧ ଯୁଦ୍ଧରେ ବିଏସଅ୍‌ଏଫ୍‌ର ସାହସିକତା ଏବଂ ବାଂଲାଦେଶ ସୃଷ୍ଟିରେ ଏହାର ଅବଦାନକୁ ଭାରତ ଭୁଲିପାରିବ ନାହିଁ ଏବଂ ବାଂଲାଦେଶ ମଧ୍ୟ ଏହାକୁ କେବେ ଭୁଲିବା ଉଚିତ୍ ନୁହେଁ । ଅନ୍ୟାୟ ବିରୁଦ୍ଧ ଲଢ଼େଇରେ ସଶସ୍ତ୍ର ବାହିନୀ ସହିତ କାନ୍ଧକୁ କାନ୍ଧ ମିଶାଇ

‘ତୁମ ଜନ୍ମ କିପରି ହୋଇଥିଲା ଭୁଲନି’, BSFର ପ୍ରଶଂସା କରି ବାଂଲାଦେଶକୁ ୧୯୭୧ର କାହାଣୀ ମନେ ପକାଇ ଦେଲେ ଶାହ

ନୂଆଦିଲ୍ଲୀ: ଚୀନ କଥାରେ ଡେଉଁଥିବା ବାଂଲାଦେଶକୁ କଡ଼ା ସନ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ ପଡ଼ୋଶୀ ଦେଶ ମନେ ରଖିବା ଦରକାର, ତାର ଜନ୍ମ କିପରି ହୋଇଥିଲା । ଏବଂ ତାର ନିର୍ମାଣରେ ଭାରତର ସୀମା ସୁରକ୍ଷା ବଳର ଭୂମିକା କ’ଣ ଥିଲା । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ପଡ଼ୋଶୀ ଦେଶ ୧୯୭୧ର ମୁକ୍ତି ସଂଗ୍ରାମ ବେଳେ ତାରା ନିର୍ମାଣରେ ବିଏସଫର ଭୂମିକାକୁ ଅଣଦେଖା ନକରୁ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଶୁକ୍ରବାର ୨୨ତମ ବିଏସଏଫ୍ ଅଳଙ୍କରଣ ସମାରୋହରେ ସାମିଲ ହୋଇ ବିଏସଏଫ୍ ଯବାନଙ୍କ ଶୌର୍ଯ୍ୟ କଥା ମନେ ପକାଇଛନ୍ତି । ଶାହ କହିଛନ୍ତି ଯେ ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ସ୍ଥିତ ଅତଙ୍କବାଦୀ ସଂଗଠନ ଉପରେ ଭାରତ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଆତଙ୍କବାଦୀଙ୍କ ସମର୍ଥନରେ ପାକିସ୍ତାନ ପଟୁ ଆକ୍ରମଣ ସାରା ଦୁନିଆରେ ତାର ମୁଖା ଖୋଲି ଦେଇଛି । 

ଏହି କାର୍ଯ୍ୟକ୍ରମରେ ବିଏସଏଫ ଯବାନଙ୍କୁ ପ୍ରଶଂସା କରି ଗୃହମନ୍ତ୍ରୀ ଅମିତ ଶାହ ପଡ଼ୋଶୀ ଦେଶ ବାଂଲାଦେଶକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ଅମିତ ଶାହ କହିଛନ୍ତି ଯେ ୧୯୭୧ ଯୁଦ୍ଧରେ ବିଏସଅ୍‌ଏଫ୍‌ର ସାହସିକତା ଏବଂ ବାଂଲାଦେଶ ସୃଷ୍ଟିରେ ଏହାର ଅବଦାନକୁ ଭାରତ ଭୁଲିପାରିବ ନାହିଁ ଏବଂ ବାଂଲାଦେଶ ମଧ୍ୟ ଏହାକୁ କେବେ ଭୁଲିବା ଉଚିତ୍ ନୁହେଁ । ଅନ୍ୟାୟ ବିରୁଦ୍ଧ ଲଢ଼େଇରେ ସଶସ୍ତ୍ର ବାହିନୀ ସହିତ କାନ୍ଧକୁ କାନ୍ଧ ମିଶାଇ ବିଏସ୍‌ଏଫ୍ ସାହସିକତାର ଅନୁକରଣୀୟ ମାନଦଣ୍ଡ ସ୍ଥାପନ କରିଥିଲା । ଗୃହମନ୍ତ୍ରୀ କହିଛନ୍ତି ଯେ ୨.୭୫ ଲକ୍ଷ କର୍ମଚାରୀଙ୍କ ସଂଖ୍ୟା ସହିତ ବିଏସଏଫ ଭୌଗୋଳିକ ଚ୍ୟାଲେଞ୍ଜ ସବ ଜଡିତ ସବୁଠାରୁ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛି । ଉଲ୍ଲେଖଯୋଗ୍ୟ ଯେ ସୀମା ସୁରକ୍ଷା ବାହିନୀ ୧୯୬୫ ମସିହାରେ ଗଠିତ ହୋଇଥିଲା । ୧୯୬୫ରେ ଗଠିତ ଏହି ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ବାଂଲାଦେଶ ସହିତ ୬,୦୦୦ କିଲୋମିଟର ଲମ୍ବା ଭାରତୀୟ ସୀମାକୁ ସୁରକ୍ଷା ଦେଉଛି ।