ମନୁଷ୍ୟ ନିକଟରେ ଏହି ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ଚାଣକ୍ୟ କହିଛନ୍ତି…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା ମଣିଷ ଜୀବନରେ ସଫଳତା ପାଇଥାଏ। ଏହି କ୍ରମରେ ଚାଣକ୍ୟ ଶତ୍ରୁଙ୍କୁ ମିତ୍ର କରିବାର ଦୁଇଟି ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକ ହେଲା ବିନମ୍ରତା, ସତ କହିବା। ବିନମ୍ରତା: ଚାଣକ୍ୟଙ୍କ ମତରେ ବ୍ୟକ୍ତିଙ୍କୁ ସର୍ବଦା ବିନମ୍ର ହେବା ଉଚିତ। ଏଭଳି ବ୍ୟକ୍ତି ଲୋକଙ୍କ ହୃଦୟ ଜିତିଥାନ୍ତି। କାରଣ ସେ କ୍ରୋଧମୁକ୍ତ […] The post ମନୁଷ୍ୟ ନିକଟରେ ଏହି ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ଚାଣକ୍ୟ କହିଛନ୍ତି… appeared first on Dharitri Odia News.

ମନୁଷ୍ୟ ନିକଟରେ ଏହି ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ଚାଣକ୍ୟ କହିଛନ୍ତି…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା ମଣିଷ ଜୀବନରେ ସଫଳତା ପାଇଥାଏ। ଏହି କ୍ରମରେ ଚାଣକ୍ୟ ଶତ୍ରୁଙ୍କୁ ମିତ୍ର କରିବାର ଦୁଇଟି ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକ ହେଲା ବିନମ୍ରତା, ସତ କହିବା।

ବିନମ୍ରତା: ଚାଣକ୍ୟଙ୍କ ମତରେ ବ୍ୟକ୍ତିଙ୍କୁ ସର୍ବଦା ବିନମ୍ର ହେବା ଉଚିତ। ଏଭଳି ବ୍ୟକ୍ତି ଲୋକଙ୍କ ହୃଦୟ ଜିତିଥାନ୍ତି। କାରଣ ସେ କ୍ରୋଧମୁକ୍ତ ଥାନ୍ତି। ତାଙ୍କୁ ମାନସମ୍ମାନ ମିଳି ନ ଥାଏ। ଧୌର୍ଯ୍ୟ ସହକାରେ କରାଯାଇଥିବା କାମରେ ସଫଳତା ମିଳିଥାଏ। ଏଣୁ କ୍ରୋଧ ଉପରେ ବିଜୟ ପାଇବାକୁ ବ୍ୟକ୍ତିଙ୍କୁ ବିନମ୍ର ହେବା ଉଚିତ। ଏହି ଗୁଣ ଯୋଗୁ ଶତ୍ରୁ ମଧ୍ୟ ଆପଣଙ୍କ ସାମ୍ନାରେ ମୁଣ୍ଡ ନୁଆଇଥାନ୍ତି। ଏପରିକି ନିଜ ତରଫରୁ ବନ୍ଧୁତା କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି।

ସତ କହିବା: ଚାଣକ୍ୟ କୁହନ୍ତି କୌଣସି ପରିସ୍ଥିତିରେ ମିଛ କହିବା ଉଚିତ ନୁହେଁ। କାରଣ ମିଛ କହିଲେ ନିଜର ପ୍ରତିଭାକୁ କ୍ଷତି ପହଞ୍ଚିଥାଏ। ଏଭଳି ବ୍ୟକ୍ତିଙ୍କୁ କେହି ସମ୍ମାନ ଦେଇ ନ ଥାନ୍ତି। ଏମାନଙ୍କଠାରୁ ଲୋକ ଦୂରରେ ରହିଥାଏ। ଏପରିକି କେହି ବିଶ୍ୱାସ କରନ୍ତି ନାହିଁ। ଏଣୁ ବ୍ୟକ୍ତିକୁ ସର୍ବଦା ମିଛଠାରୁ ଦୂରରେ ରହିବା ଉଚିତ। ଶତ୍ରୁ ମଧ୍ୟ ଏଥିରେ ପରାଜୟ ବରଣ କରନ୍ତି ବୋଲି ସେ କହିଛନ୍ତି।

The post ମନୁଷ୍ୟ ନିକଟରେ ଏହି ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ଚାଣକ୍ୟ କହିଛନ୍ତି… appeared first on Dharitri Odia News.