ମେଷ

ଆଜି ଅଟକିଥିବା କାମ ଯୁଦ୍ଧକାଳୀନଭିତ୍ତିରେ କରିବାକୁ ବନ୍ଧୁଙ୍କ ନିକଟରେ ପ୍ରତିଶ୍ରୁତିବଦ୍ଧ ହେବେ। ବାଣିଜ୍ୟ, ପରିବହନରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଅଶାନ୍ତି ଦୂର ହେବା ପାଇଁ ପଡୋଶୀଙ୍କ ସାହାଯ୍ୟ ନେଇପାରନ୍ତି। ସୁଖ ସମ୍ମାନ ପଇଲେ ସୁଦ୍ଧା ଏକାକୀତ୍ୱ ଅନୁଭବ କରି ଦୁଃଖିତ ହେବେ।
ବୃଷ

ସ୍ବାସ୍ଥ୍ୟ ହାନି ସାଙ୍ଗକୁ କେଉଁଥିରେ ନ ଥାଇ ମଧ୍ୟ ସବୁ ଝମେଲାର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରନ୍ତି। ଗମନାଗମନ ସମୟରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହୋଇପାରନ୍ତି। ଆଜି ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ, ମାତ୍ର ବନ୍ଧୁ ଭଲ ପାଇବେ ନାହିଁ।
ମିଥୁନ

ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ବନ୍ଧୁଙ୍କ ସହ ତର୍କବିତର୍କଜନିତ ମନ ଉତ୍ତେଜିତ ରହିବ। ବିବାଦୀୟ ପରିସ୍ଥିତିରେ କିମ୍ବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ। ଆର୍ଥିକ ଦୃଷ୍ଟିକୋଣରୁ ଦୀର୍ଘଦିନର ଆଶା ଫଳବତୀ ହେବାର ସାଧାରଣ ସୂଚନା ରହିଛି। ଉପରିସ୍ଥ ଅଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି କାମ ହାସଲରେ ସମର୍ଥ ହେବେ।
କର୍କଟ

ଯେତେ ଚେଷ୍ଟା କଲେ ମଧ୍ୟ ସ୍ଥଗିତ କାମ ହାସଲ କଷ୍ଟକର ହୋଇପାରେ। କେତେକ କ୍ଷେତ୍ରରେ ମନ ଚାହୁଁ ନ ଥିଲେ ମଧ୍ୟ ସହକର୍ମୀଙ୍କ ସହ ଅପ୍ରିୟ ସତ୍ୟ କହି ବନ୍ଧୁ ବିରୋଧୀ ହେବେ। ଶିଳ୍ପ,ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟା ସୁଧାରି ନେବା ପାଇଁ ପ୍ରଯନତ୍ କରିବେ। ବନ୍ଧୁ ଗୃହକୁ ଗମନ କରିପାରନ୍ତି।
ସି˚ହ

ଅକୁହା କଥାକୁ ବନ୍ଧୁଙ୍କ ଆଗରେ ବଖାଣି ଓ ପରାମର୍ଶ ପୂର୍ବକ କାର୍ଯ୍ୟ କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ପାରିବାରିକ ପରିସ୍ଥିତି ଓ ପିଲାମାନଙ୍କ ଚାଲିଚଳଣି ନିଜକୁ ଭଲ ଲାଗିବନାହିଁ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଆଶ୍ୱସ୍ଥି ଲାଭ କରିବେ। ଘରୋଇ ବ୍ୟାପାରରେ ପ୍ରିୟଜନମାନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
କନ୍ୟା

ଆଜି ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି କାମକୁ ଆଗକୁ ବଢାଇ ନେଇପାରନ୍ତି। ତରବରିଆ ଯାତ୍ରାରେ ଭୁଲବଶତଃ ଘରେ ଟଙ୍କା ଛାଡିଦେଇ ବାଟରେ ହଇରାଣ ହେବାକୁ ପଡିପାରେ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ୍ଚ ଘଟିପାରେ। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।
ତୁଳା

ନୂତନ କର୍ମସଂସ୍ଥାନ, ଋଣସୂତ୍ରରେ ଅର୍ଥପ୍ରାପ୍ତି, ଧର୍ମକାର୍ଯ୍ୟରେ ଅନୁରାଗୀ ହୋଇପାରନ୍ତି। ଅତି ନିକଟରେ ରହି ସାହାଯ୍ୟ କରୁଥିବା ବ୍ୟକ୍ତି ପ୍ରତି ସନ୍ଦେହୀ ହୋଇପାରନ୍ତି। ଗୁରୁଜନଙ୍କୁ ପ୍ରତାରିତ କରି ଅନୁଶୋଚନା କରିପାରନ୍ତି। ସଂଘୀୟ ବ୍ୟବସ୍ଥାରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବାଜନିତ ଦୁଶ୍ଚିନ୍ତା ବଢ଼ିପାରେ।
ବିଛା

ଗୋଟିଏ ସମସ୍ୟାର ସମାଧାନ ନ ହେଉଣୁ ଅନ୍ୟ ଏକ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ। ବ୍ୟବସାୟିକ କାରବାର, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ଆଇନ, ନିର୍ମାଣ ପାଇଁ ଦିନଟି ଭଲ। ପଡୋଶୀଙ୍କ ପକ୍ଷ ସମର୍ଥନ କାରଣରୁ ବିବାଦୀୟ ପରିସ୍ଥିତିରେ ପାଟି ଖୋଲିବାର ସାହସ ପାଇବେ। ଆଧ୍ୟାମତ୍ିକ ଭାବଧାରାରେ ଉଦ୍ବୁଦ୍ଧ ହୋଇପାରନ୍ତି।
ଧନୁ

ସମ୍ପର୍କୀୟମାନେ ପରିବାରର ଅସଜଡା ପରିସ୍ଥିତିକୁ ସଜାଡି ନେବାରେ ସାହାଯ୍ୟ କରିବେ। ଅଭାବ ଓ ଅସୁବିଧା ନ ଥିଲେ ମଧ୍ୟ ଦୁଶ୍ଚିନ୍ତା ମନକୁ ଆକ୍ରାନ୍ତ କରିପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ନିଷ୍ପତ୍ତି ନେବାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି।
ମକର

ଆଜି ଦୂରଯାତ୍ରା ସାଙ୍ଗକୁ ଆନୁଷ୍ଠାନିକ କିମ୍ବା ଧାର୍ମିକ କାର୍ଯ୍ୟରେ ଦାନ, ଧର୍ମ ସକାଶେ ଅନୁପ୍ରେରିତ କରାଇପାରନ୍ତି। ବନ୍ଧୁଙ୍କ ସହ ମିଳିମିଶି କାମ କରିବାକୁ ବାଧ୍ୟ ହେବେ। ଆର୍ଥିକ ସ୍ଥିତି ମନ୍ଦ ନ ହେହେଲ ମଧ୍ୟ ପକେଟ ପୂରିବ ନାହିଁ। ବ୍ୟବସାୟୀମାନେ ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରି ନେବେ।
କୁମ୍ଭ

ପ୍ରତ୍ୟେକ କ୍ଷେତ୍ରରେ ପଛଧାଡିରେ ରହି କାମ କରିବାକୁ ପସନ୍ଦ କରିପାରନ୍ତି। ପରିବାରରେ କୌଣସି ପିଲାର ସ୍ବାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ସାହିତ୍ୟ, କଳା, କ୍ରୀଡ଼ା, ସଙ୍ଗୀତ ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହେବ। ବାଣିଜ୍ୟ, ପରିବହନ, ଯାତ୍ରା ଓ ଆଲୋଚନା କ୍ଷେତ୍ର ଭଲ ରହିବ।
ମୀନ
ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଭଲରେ ଅତିବାହିତ ହେବ। ଆର୍ଥିକ ଉନ୍ନତି, ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ଓ ସାମାଜିକ ସମ୍ମାନ ପାଇ ଖୁସି ରହିବେ। ଯାହା କିଛି ସାଧାରଣ ସମସ୍ୟା ରହିଛି ତାହା ହିଁ ଆଜି ଦିନର ମୁଖ୍ୟ ଚିନ୍ତାର କାରଣ ହୋଇପାରେ। ପରିବାରରେ ପିତୃ ଅର୍ଜିତ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ସୂଚନା ରହିଛି। ଘରକୁ ଅଜଣା ବନ୍ଧୁଙ୍କ ଆଗମନକୁ ସହଜେ ଗ୍ରହଣ କରିପାରିବେ ନାହିଁ।
The post ରାଶିଫଳ: ବୁଧବାର, ଜୁନ୍ ୧୨ ତାରିଖ – Daily Horoscope appeared first on Dharitri Odia News.