IAS ସ୍ତରରେ ଅଦଳବଦଳ; ବିଷ୍ଣୁଙ୍କ ସ୍ଥାନରେ ସଞ୍ଜୀବ, ମନୋଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ

କନକ ବ୍ୟୁରୋ : IAS ସ୍ତରରେ ଅଦଳବଦଳ । ବିବାଦ ପରେ ପଦରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ । ଆଇଏଏସ୍‌ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ ମିଳିଛି । ସେ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିଲେ । ମନୋଜ ସାହୁ ଅନ୍ତଃ ରାଜ୍ୟ ଡେପୁଟେସନ୍‌ରେ ଆସିଛନ୍ତି ଓଡ଼ିଶା । ବିଷ୍ଣୁପଦଙ୍କ ସ୍ଥାନରେ ସଞ୍ଜୀବ ମିଶ୍ରଙ୍କୁ Sc/St, ଭିନ୍ନକ୍ଷମ, ସାମାଜିକ ସୁରକ୍ଷା ଓ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱ ମିଳିଛି । ଉଭୟ ସଞ୍ଜୀବ ମିଶ୍ର ଓ ମନୋଜ ସାହୁ କେନ୍ଦ୍ରୀୟ ଡେପୁଟେସନରେ ଫେରିଛନ୍ତି । ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଉପରେ ମୋହନ ସରକାରଙ୍କ ଛାଟ । ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇର ସମନ ପରେ ବିଷ୍ଣୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ଦାୟିତ୍ୱରେ ଥିବା ୩ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରିଛନ୍ତି ସରକାର । ଏହାସହ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ତାଙ୍କୁ ଦାୟିତ୍ୱ ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବାରମ୍ବାର ସମନ ସତ୍ତ୍ୱେ ମଧ୍ୟ ବିଷ୍ଣୁପଦ ସିବିଆଇରେ ହାଜର ହେଉନଥିବା କୁହାଯାଉଛି । ଏହା ଭିତରେ ଆସନ୍ତାକାଲି ପୁଣି ଥରେ ବିଷ୍ଣୁପଦଙ୍କୁ ସିବିଆଇରେ ହାଜର ହେବାକୁ ସମନ ମିଳିଥିବା ସୂଚନା ମିଳିଛି । ବିଷ୍ଣୁପଦଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୀବ କୁମାର ମିଶ୍ରଙ୍କୁ ଦାୟିତ୍

IAS ସ୍ତରରେ ଅଦଳବଦଳ; ବିଷ୍ଣୁଙ୍କ ସ୍ଥାନରେ ସଞ୍ଜୀବ, ମନୋଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ

କନକ ବ୍ୟୁରୋ : IAS ସ୍ତରରେ ଅଦଳବଦଳ । ବିବାଦ ପରେ ପଦରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ । ଆଇଏଏସ୍‌ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ ମିଳିଛି । ସେ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିଲେ । ମନୋଜ ସାହୁ ଅନ୍ତଃ ରାଜ୍ୟ ଡେପୁଟେସନ୍‌ରେ ଆସିଛନ୍ତି ଓଡ଼ିଶା । ବିଷ୍ଣୁପଦଙ୍କ ସ୍ଥାନରେ ସଞ୍ଜୀବ ମିଶ୍ରଙ୍କୁ Sc/St, ଭିନ୍ନକ୍ଷମ, ସାମାଜିକ ସୁରକ୍ଷା ଓ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱ ମିଳିଛି । ଉଭୟ ସଞ୍ଜୀବ ମିଶ୍ର ଓ ମନୋଜ ସାହୁ କେନ୍ଦ୍ରୀୟ ଡେପୁଟେସନରେ ଫେରିଛନ୍ତି ।

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଉପରେ ମୋହନ ସରକାରଙ୍କ ଛାଟ । ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇର ସମନ ପରେ ବିଷ୍ଣୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ଦାୟିତ୍ୱରେ ଥିବା ୩ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରିଛନ୍ତି ସରକାର । ଏହାସହ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ତାଙ୍କୁ ଦାୟିତ୍ୱ ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ବାରମ୍ବାର ସମନ ସତ୍ତ୍ୱେ ମଧ୍ୟ ବିଷ୍ଣୁପଦ ସିବିଆଇରେ ହାଜର ହେଉନଥିବା କୁହାଯାଉଛି । ଏହା ଭିତରେ ଆସନ୍ତାକାଲି ପୁଣି ଥରେ ବିଷ୍ଣୁପଦଙ୍କୁ ସିବିଆଇରେ ହାଜର ହେବାକୁ ସମନ ମିଳିଥିବା ସୂଚନା ମିଳିଛି । ବିଷ୍ଣୁପଦଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୀବ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସଞ୍ଜୀବ କୁମାର ମିଶ୍ର କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ସେହିଭଳି ଆନ୍ତଃକ୍ୟାଡର ଡେପୁଟେସନରେ ଆସିଥିବା ୨୦୦୬ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଗୁରୁଦାୟିତ୍ୱ ମିଳିଛି । ବିଷ୍ଣୁପଦଙ୍କ ପାଇଁ ବିବାଦ ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ଦୁର୍ନୀତି ଅଭିଯୋଗ ଆସିଛି ।