ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ବିଷୟରେ ମୁହଁ ଖୋଲିଲେ ଚମ୍ପାଇ ସୋରେନ: କହିଲେ- ମୁଁ କେବଳ ଆମ ଦଳରେ ଅଛି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଜେପିର ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶନିବାର ଏନେଇ ଚମ୍ପାନୀ ପ୍ରତକ୍ରିୟା ରଖିଛନ୍ତି।ଗୁଜବ ସମ୍ପର୍କରେ ମୁଁ ଜାଣି ନାହିଁ। ତେବେ ମୁଁ କୁଆଡ଼େ ଯିବି କଣ କରିବି ସେ କଥା ଜାଣି ନାହିଁ। ମୁଁ ବର୍ତ୍ତମାନ ଯେଉଁଠି ଅଛି ସେଇଠି। ପରେ ଆପଣଙ୍କୁ ଏ ବିଷୟରେ ଜଣାଇବି ବୋଲି ଚମ୍ପାଇ ସୋରେନ କହିଛନ୍ତି। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ ମାହୋଲ ଗରମ ହୋଇଛି। ନେତାଙ୍କ ଦଳ ଡିଆଁ ସମ୍ଭାବନା ରହିଛି। ମିଡିଆରେ ଚମ୍ପାଇ ସୋରେନ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ଝାଡ଼ଖଣ୍ଡ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଜେଏମ୍‌ଏମ୍‌ର କୌଣସି ସଦସ୍ୟ ବିଜେପିର ଯୋଗାଯୋଗରେ ନାହାନ୍ତି। ତେବେ ମିଡିଆରୁ ମୁଁ ଏହି ଖବର ଶୁଣୁଚି। ଚମ୍ପାନୀ ସୋରେନ ଜଣେ ବରିଷ୍ଠ ନେତା। ତେଣୁ ମୁଁ ତାଙ୍କ ବିଷୟରେ କୌଣସି ଅନୌପଚରାକି ଟିପ୍ପଣୀ କରିବାକୁ ଚାହୁଁନି ବୋଲି ବିଶ୍ୱ ଶର୍ମା କହିଛନ୍ତି। ସୂଚନା ଥାଉକି ବର୍ତ୍ତମାନର ହେମନ୍ତ ସୋରେନ୍‌ଙ୍କ ସରକାରରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଚମ୍ପାଇ ସୋରେନ୍ ଜାନୁଆରୀ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ସମ୍ବାଳିଥିଲେ। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ଚମ୍ପାଇ ମୁଖ

ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ବିଷୟରେ ମୁହଁ ଖୋଲିଲେ ଚମ୍ପାଇ ସୋରେନ: କହିଲେ- ମୁଁ କେବଳ ଆମ ଦଳରେ ଅଛି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଜେପିର ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶନିବାର ଏନେଇ ଚମ୍ପାନୀ ପ୍ରତକ୍ରିୟା ରଖିଛନ୍ତି।

ଗୁଜବ ସମ୍ପର୍କରେ ମୁଁ ଜାଣି ନାହିଁ। ତେବେ ମୁଁ କୁଆଡ଼େ ଯିବି କଣ କରିବି ସେ କଥା ଜାଣି ନାହିଁ। ମୁଁ ବର୍ତ୍ତମାନ ଯେଉଁଠି ଅଛି ସେଇଠି। ପରେ ଆପଣଙ୍କୁ ଏ ବିଷୟରେ ଜଣାଇବି ବୋଲି ଚମ୍ପାଇ ସୋରେନ କହିଛନ୍ତି। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ ମାହୋଲ ଗରମ ହୋଇଛି। ନେତାଙ୍କ ଦଳ ଡିଆଁ ସମ୍ଭାବନା ରହିଛି। 

ମିଡିଆରେ ଚମ୍ପାଇ ସୋରେନ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ଝାଡ଼ଖଣ୍ଡ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଜେଏମ୍‌ଏମ୍‌ର କୌଣସି ସଦସ୍ୟ ବିଜେପିର ଯୋଗାଯୋଗରେ ନାହାନ୍ତି। ତେବେ ମିଡିଆରୁ ମୁଁ ଏହି ଖବର ଶୁଣୁଚି। ଚମ୍ପାନୀ ସୋରେନ ଜଣେ ବରିଷ୍ଠ ନେତା। ତେଣୁ ମୁଁ ତାଙ୍କ ବିଷୟରେ କୌଣସି ଅନୌପଚରାକି ଟିପ୍ପଣୀ କରିବାକୁ ଚାହୁଁନି ବୋଲି ବିଶ୍ୱ ଶର୍ମା କହିଛନ୍ତି। ସୂଚନା ଥାଉକି ବର୍ତ୍ତମାନର ହେମନ୍ତ ସୋରେନ୍‌ଙ୍କ ସରକାରରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଚମ୍ପାଇ ସୋରେନ୍ ଜାନୁଆରୀ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ସମ୍ବାଳିଥିଲେ। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ଚମ୍ପାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ହେମନ୍ତ ସୋରେନ ଜାମିନ ପାଇ ପେରିବା ପରେ ଜୁଲାଇ ୩ ତାରିଖରେ ଚମ୍ପାଇ ସୋରେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା।