ଗଣେଶଙ୍କ ଦର୍ଶନ ପାଇଁ CM ଏକନାଥ ସିନ୍ଦେଙ୍କ ଘରେ ପହଞ୍ଚିଲେ ସଲମାନ ଖାନ, ଭାଇଜାନଙ୍କ ସହ ଭଉଣୀ ଅର୍ପିତା ଆସିଲେ ନଜର
ମୁମ୍ଵାଇ ୧୬।୦୯: ବଲିଉଡର ଭାଇଜନ ସଲମାନ ଖାନ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘରେ ଭଉଣୀ ଅର୍ପିତାଙ୍କ ସହ ସଲମାନ ଗଣେଶଙ୍କ ଦର୍ଶନ କରିଛନ୍ତି। ସିନ୍ଦେଙ୍କ ସହ ସଲମାନ ଗଣେଶଙ୍କ ପୂଜାର୍ଚ୍ଚନା କରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।View this post on InstagramA post shared by Eknath Shinde - एकनाथ शिंदे (@mieknathshinde)ଭାଇରାଲ ହେଉଥିବା ଫଟୋରେ ସଲମାନ ନୀଳ ରଙ୍ଗର ଶର୍ଟ ଓ ଜିନ୍ସ ପିନ୍ଧିଛନ୍ତି। ଫ୍ୟାନ୍ସ ତାଙ୍କ କାଜୁଆଲ ଲୁକ୍କୁ ବେଶ୍ ପସନ୍ଦ କରୁଛନ୍ତି । ସେ ପୂଜା ପାଇଁ ଗଣେଶଙ୍କ ପ୍ରତିମୂର୍ତ୍ତି ଆଗରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି। ତାଙ୍କ ପାଖରେ ଭଉଣୀ ଅର୍ପିତା ମଧ୍ୟ ନଜର ଆସିଛନ୍ତି। ଅନ୍ୟ ଫଟୋରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଗୋଟିଏ ଫୁଲତୋଡ଼ା ଓ ଉତ୍ତରୀୟ ସଲମାନଙ୍କୁ ଦେଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନିଜେ ପୋଷ୍ଟ ସେୟାର କରିଛନ୍ତି।ଏହାପୂର୍ବରୁ ଗଣେଶ ପ୍ରତିମୂର୍ତ୍ତିର ବିସର୍ଯନ ଉତ୍ସବରେ ପୂରା ଖାନ ପରିବାର ଏକାଠି ହୋଇଥିଲେ। ଅର୍ପିତା ଓ ତାଙ୍କ ସ୍ୱାମୀ ଆୟୁଷ ଗଣେଶ ପୂଜା ଉତ୍ସବ ପାଳନ କରିଥିଲେ। ଏତିକି ନୁହେଁ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଘରେ ଆୟୋଜିତ ଗଣେଶ ଉତ୍ସବରେ ମଧ୍ୟ ସଲମାନ ଯୋଗ ଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।
ମୁମ୍ଵାଇ ୧୬।୦୯: ବଲିଉଡର ଭାଇଜନ ସଲମାନ ଖାନ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘରେ ଭଉଣୀ ଅର୍ପିତାଙ୍କ ସହ ସଲମାନ ଗଣେଶଙ୍କ ଦର୍ଶନ କରିଛନ୍ତି। ସିନ୍ଦେଙ୍କ ସହ ସଲମାନ ଗଣେଶଙ୍କ ପୂଜାର୍ଚ୍ଚନା କରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଫଟୋରେ ସଲମାନ ନୀଳ ରଙ୍ଗର ଶର୍ଟ ଓ ଜିନ୍ସ ପିନ୍ଧିଛନ୍ତି। ଫ୍ୟାନ୍ସ ତାଙ୍କ କାଜୁଆଲ ଲୁକ୍କୁ ବେଶ୍ ପସନ୍ଦ କରୁଛନ୍ତି । ସେ ପୂଜା ପାଇଁ ଗଣେଶଙ୍କ ପ୍ରତିମୂର୍ତ୍ତି ଆଗରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି। ତାଙ୍କ ପାଖରେ ଭଉଣୀ ଅର୍ପିତା ମଧ୍ୟ ନଜର ଆସିଛନ୍ତି। ଅନ୍ୟ ଫଟୋରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଗୋଟିଏ ଫୁଲତୋଡ଼ା ଓ ଉତ୍ତରୀୟ ସଲମାନଙ୍କୁ ଦେଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନିଜେ ପୋଷ୍ଟ ସେୟାର କରିଛନ୍ତି।
ଏହାପୂର୍ବରୁ ଗଣେଶ ପ୍ରତିମୂର୍ତ୍ତିର ବିସର୍ଯନ ଉତ୍ସବରେ ପୂରା ଖାନ ପରିବାର ଏକାଠି ହୋଇଥିଲେ। ଅର୍ପିତା ଓ ତାଙ୍କ ସ୍ୱାମୀ ଆୟୁଷ ଗଣେଶ ପୂଜା ଉତ୍ସବ ପାଳନ କରିଥିଲେ। ଏତିକି ନୁହେଁ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଘରେ ଆୟୋଜିତ ଗଣେଶ ଉତ୍ସବରେ ମଧ୍ୟ ସଲମାନ ଯୋଗ ଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।