ଏହି ଦିନ ଏକାସମୟରେ ଖେଳାଯିବ ୧୦୦୦ ମ୍ୟାଚ୍: ଜାଣନ୍ତୁ କ’ଣ ପାଇଁ…
ମହାବଲିପୁରମ,୨୭ା୭: ଆସନ୍ତା ନଭେମ୍ବର ୭ ତାରିଖରେ ଭାରତୀୟ ହକି ଅଭିଯାନକୁ ୧୦୦ବର୍ଷ ପୂରିବାକୁ ଯାଉଥିବାରୁ ହକି ଇଣ୍ଡିଆ(ଏଚ୍ଆଇ)ର ୧୫ତମ କଂଗ୍ରେସରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଭାରତୀୟ ହକିକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଉତ୍ସବ ପାଳନ କରାଯିବ, ଯେଉଁଥିରେ ଏକାସମୟରେ ୧୦୦୦ ମ୍ୟାଚ୍ ଆୟୋଜନ କରାଯିବ। ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ ପୁରୁଷ ଓ ମହିଳା ମ୍ୟାଚ୍ ଖେଳାଯିବ। ଏଥିରେ ମୋଟ ଉପରେ ୩୬,୦୦୦ ଖେଳାଳି ଭାଗ ନେବେ। ଦେଶର ପ୍ରତ୍ୟେକ […] The post ଏହି ଦିନ ଏକାସମୟରେ ଖେଳାଯିବ ୧୦୦୦ ମ୍ୟାଚ୍: ଜାଣନ୍ତୁ କ’ଣ ପାଇଁ… appeared first on Dharitri Odia News.
ମହାବଲିପୁରମ,୨୭ା୭: ଆସନ୍ତା ନଭେମ୍ବର ୭ ତାରିଖରେ ଭାରତୀୟ ହକି ଅଭିଯାନକୁ ୧୦୦ବର୍ଷ ପୂରିବାକୁ ଯାଉଥିବାରୁ ହକି ଇଣ୍ଡିଆ(ଏଚ୍ଆଇ)ର ୧୫ତମ କଂଗ୍ରେସରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।
ଭାରତୀୟ ହକିକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଉତ୍ସବ ପାଳନ କରାଯିବ, ଯେଉଁଥିରେ ଏକାସମୟରେ ୧୦୦୦ ମ୍ୟାଚ୍ ଆୟୋଜନ କରାଯିବ। ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ ପୁରୁଷ ଓ ମହିଳା ମ୍ୟାଚ୍ ଖେଳାଯିବ। ଏଥିରେ ମୋଟ ଉପରେ ୩୬,୦୦୦ ଖେଳାଳି ଭାଗ ନେବେ। ଦେଶର ପ୍ରତ୍ୟେକ କୋଣରୁ ହକି ଖେଳାଳିଙ୍କୁ ଏକତ୍ରିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଜାତୀୟ ଓ ତୃଣମୂଳସ୍ତରରେ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଦିଆଯାଉଥିବା ଆର୍ଥିକ ସହାୟତାରେ ଆଖିଦୃଶିଆ ବୃଦ୍ଧି କରାଯାଇଛି। ଏବେଠାରୁ ଜାତୀୟ ସିନିୟର ପୁରୁଷ ଓ ମହିଳା ଚାମ୍ପିୟନଶିପ୍ ଆୟୋଜନ ଲାଗି ୭୦ ଲକ୍ଷ ଦିଆଯିବ। ସେହିଭଳି ଜୁନିୟର ବାଳକ, ବାଳିକା, ସବ୍-ଜୁନିୟର ବାଳକ ଓ ସବ୍-ଜୁନିୟର ବାଳିକା ଜାତୀୟ ଚାମ୍ପିୟନଶିପ୍ ଲାଗି ୩୦ ଲକ୍ଷ ଲେଖାଏ ଫେଡେରେଶନ ପକ୍ଷରୁ ଦିଆଯିବ। ଏହା ବ୍ୟତୀତ ପ୍ରତ୍ୟେକ ରାଜ୍ୟକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଓ ଜିଲା ସଂଗଠନକୁ ସମର୍ଥନ କରିବା ପାଇଁ ୨୫ ଲକ୍ଷ ଲେଖାଏ ଦିଆଯିବ ବୋଲି ଏଚ୍ଆଇ ପକ୍ଷରୁ ଘୋଷଣା କରାଯାଇଛି।
ସ୍ଥାନୀୟ ସ୍ତରରେ ଆର୍ଥିକ ବାଧାକୁ ହ୍ରାସ କରି ଭିତ୍ତିଭୂମିକୁ ସଶକ୍ତ କରିବା, ପ୍ରତିଯୋଗିତାର କ୍ୱାଲିଟିରେ ବୃଦ୍ଧି ଓ ଅଧିକରୁ ଅଧିକ ଦଳକୁ ପ୍ରତିଯୋଗିତାରେ ସାମିଲ କରିବା ପାଇଁ ଅନୁଦାନରେ ବୃଦ୍ଧି କରାଯାଇଛି। ଏହାଦ୍ୱାରା ହଜାର ହଜାର ଉଦୀୟମାନ ଖେଳାଳି, କୋଚ୍, ତୃଳମୂଳ ସ୍ତରର ଅଧିକାରୀ ଲାଭବାନ ହେବେ, ଯେଉଁମାନେ ଭାରତୀୟ ହକିର ଭବିଷ୍ୟତର ମେରୁଦଣ୍ଡ ବୋଲି ଏଚ୍ଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଏଚ୍ଆଇ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ କହିଛନ୍ତି, ଭାରତୀୟ ହକିକୁ ୧୦୦ ବର୍ଷ ପୂରିବାକୁ ଯାଉଥିବାରୁ ସାରା ଦେଶରେ ଉତ୍ସବ ଜରିଆରେ ଭାରତୀୟ ହକିକୁ ଆଗକୁ ନେଇଥିବା ପ୍ରତ୍ୟେକ ଖେଳାଳି, କୋଚ୍ ଓ ପ୍ରଶଂସକଙ୍କ ପ୍ରତି ସମ୍ମାନ ପ୍ରଦର୍ଶିତ କରାଯିବ। ଘୋଷଣା ହୋଇଥିବା ଆର୍ଥିକ ସମର୍ଥନ ଜରିଆରେ ଆମେ ଭବିଷ୍ୟତ ପିଢ଼ିର ସ୍ବପ୍ନ ଉପରେ ନିବେଶ କରିବୁ।
The post ଏହି ଦିନ ଏକାସମୟରେ ଖେଳାଯିବ ୧୦୦୦ ମ୍ୟାଚ୍: ଜାଣନ୍ତୁ କ’ଣ ପାଇଁ… appeared first on Dharitri Odia News.