ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ ରଖିବାକୁ ପଡିଲା, ତଥାପି ଲଞ୍ଚ ପାଇଁ କୌଣସି ନୂତନ ତାରିଖ ଘୋଷଣା କରାଯାଇ ନାହିଁ। ତୃତୀୟ ଥର ପାଇଁ ସୁନୀତା ମହାକାଶକୁ ଯାତ୍ରା କରିବାକୁ ଯାଉଥିଲେ। ସେ ବୋଇଙ୍ଗର ନୂତନ ଷ୍ଟାରଲାଇନର୍‌ ସ୍ପେସ କ୍ୟାପସୁଲ ମାଧ୍ୟମରେ ମହାକାଶକୁ ଉଡ଼ିବାର କାର୍ଯ୍ୟକ୍ରମ ଥିଲା। ଜ୍ୟୋର୍ତିବିଜ୍ଞାନ ବଚ ୱିଲମୋର ସୁନୀତାଙ୍କ ସହ ଯାତ୍ରା […] The post ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ appeared first on Dharitri Odia News.

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ ରଖିବାକୁ ପଡିଲା, ତଥାପି ଲଞ୍ଚ ପାଇଁ କୌଣସି ନୂତନ ତାରିଖ ଘୋଷଣା କରାଯାଇ ନାହିଁ।

ତୃତୀୟ ଥର ପାଇଁ ସୁନୀତା ମହାକାଶକୁ ଯାତ୍ରା କରିବାକୁ ଯାଉଥିଲେ। ସେ ବୋଇଙ୍ଗର ନୂତନ ଷ୍ଟାରଲାଇନର୍‌ ସ୍ପେସ କ୍ୟାପସୁଲ ମାଧ୍ୟମରେ ମହାକାଶକୁ ଉଡ଼ିବାର କାର୍ଯ୍ୟକ୍ରମ ଥିଲା। ଜ୍ୟୋର୍ତିବିଜ୍ଞାନ ବଚ ୱିଲମୋର ସୁନୀତାଙ୍କ ସହ ଯାତ୍ରା କରିବାକୁ ଯାଉଥିଲେ।
ବୋଇଙ୍ଗ ଷ୍ଟାରଲାଇନ ମାଧ୍ୟମରେ ଭାରତୀୟ ସମୟ ସକାଳ ୮ଟା ୪ ରେ ଫ୍ଲୋରିଡାର କେପ କାନଭେରାଲର କେନେଡି ସ୍ପେସ ସେଣ୍ଟରରୁ ସୁନୀତା ଉତକ୍ଷେପଣ କରିବାର କାର୍ଯ୍ୟକ୍ରମ ଥିଲା। ଏହି ମିଶନ ସଫଳ ହେବା ପାଇଁ ଏଲୋନ ମସ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୋଇଙ୍ଗ ଷ୍ଟାରଲାଇନର ପ୍ରତିଦ୍ୱନ୍ଦ୍ୱୀ ଏଲୋନ ମସ୍କଙ୍କ ସ୍ପେସ ଏକ୍ସର ଡ୍ରାଗନ କ୍ୟାପସୁଲ ପାଇଁ ଡିଜାଇନ କରିଥିଲା, ଯାହା ମେ ୨୦୨୦ରେ ଏହାର କ୍ରୁଡ ଫ୍ଲାଇଟ ପରୀକ୍ଷା କରିଥିଲା। ଏହା ପରେ ସ୍ପେସ ଏକ୍ସ ନାସାର ଅଧିକାଂଶ କ୍ରୁ ପରିବହନ ପରିବହନ ଆବଶ୍ୟକତାକୁ ନିୟନ୍ତ୍ରଣ କରିଛ।

The post ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ appeared first on Dharitri Odia News.