ଶ୍ରୀମନ୍ଦିରରେ ପୁଣି ଲାଗିଲା ଲାଇଟ୍, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟଶାସନ ସଚିବ

ପୁରୀ,୮।୬: ପୁଣି ଚମକିବ ଶ୍ରୀମନ୍ଦିର, ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍। ଶ୍ରୀମନ୍ଦିରରୁ ଲାଇଟ ଖୋଲି ନେଇଯିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଶନିବାର ନିଜେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ସ୍ଥିତି ବଦଳିଛି। ଲାଇଟ୍ ଖୋଲି ନେଇଥିବା ସଂସ୍ଥା ଶନିବାର ପୁଣି ଲାଇଟ୍ ଲଗାଇଛି। ରାଜ୍ୟରେ ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆଲୋକୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ରାତା ରାତି ଲାଇଟ୍ ଖୋଲି […] The post ଶ୍ରୀମନ୍ଦିରରେ ପୁଣି ଲାଗିଲା ଲାଇଟ୍, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟଶାସନ ସଚିବ appeared first on Dharitri Odia News.

ଶ୍ରୀମନ୍ଦିରରେ ପୁଣି ଲାଗିଲା ଲାଇଟ୍, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟଶାସନ ସଚିବ

ପୁରୀ,୮।୬: ପୁଣି ଚମକିବ ଶ୍ରୀମନ୍ଦିର, ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍। ଶ୍ରୀମନ୍ଦିରରୁ ଲାଇଟ ଖୋଲି ନେଇଯିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଶନିବାର ନିଜେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ସ୍ଥିତି ବଦଳିଛି। ଲାଇଟ୍ ଖୋଲି ନେଇଥିବା ସଂସ୍ଥା ଶନିବାର ପୁଣି ଲାଇଟ୍ ଲଗାଇଛି।

ରାଜ୍ୟରେ ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆଲୋକୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ରାତା ରାତି ଲାଇଟ୍ ଖୋଲି ନେଇଯିବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଶ୍ରୀମାନିର ସେବାୟତ ଏବଂ ସାଧାରଣ ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହାପରେ ଶନିବାର ସକାଳୁ ମୁଖ୍ୟା ଶାସନ ସଚିବ ପ୍ରଦୀପ ଜେନା ଘଟଣାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ପୂର୍ବରୁ ଆଲୋକୀକରଣ ପାଇଁ ନିୟୋଜିତ ଥିବା ଠିକା ସଂସ୍ଥା ଲାଇଟ ଖୋଲି ନେଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଭିତରେ କେବୁଲ୍ ଖୋଲୁଥିବା ବେଳେ ୪ ଜଣଙ୍କୁ ଅଟକ ରଖିଥିଲା ବଡଦାଣ୍ଡ ପୋଲିସ। ଆଲୋକୀକରଣ ବନ୍ଦ ପରେ ସେମାନେ କେବୁଲ୍ ଖୋଲୁଥିଲେ।

କିନ୍ତୁ ଦିନ ୨ ଟା ବେଳକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଯେଉଁ ସଂସ୍ଥା ଲାଇଟ ଖୋଲି ନେଇଥିଲା ପୁଣି ସଂସ୍ଥାର ୧୦ ଜଣ କର୍ମଚାରୀ ଲାଇଟ୍ ଲଗାଉଛନ୍ତି। ଠିକା ସଂସ୍ଥା ”ଥାର୍ଡ ୱେବ” ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ନିୟୋଜିତ ଅଛି।

The post ଶ୍ରୀମନ୍ଦିରରେ ପୁଣି ଲାଗିଲା ଲାଇଟ୍, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟଶାସନ ସଚିବ appeared first on Dharitri Odia News.