ପନ୍ତଙ୍କ ମୁଣ୍ଡରେ ବାଜିଲା ବଲ୍‌, ତା’ପରେ ଯାହା ଘଟିଲା ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସିଡନୀ,୩।୧: ସିଡନୀ ଟେଷ୍ଟରେ ରିଷଭ ପନ୍ତଙ୍କ ମୁଣ୍ଡରେ ବଳ୍‌ ବାଜିଛି। ମିଚେଲ ଷ୍ଟାର୍କ ପ୍ରଥମ ଦିନର ଦ୍ୱିତୀୟ ଅଧିବେଶନରେ ବୋଲିଂ କରିବାକୁ ଆସିଥିଲେ। ତାଙ୍କ ବଲ ଙ୍‌ପନ୍ତଙ୍କ ହେଲମେଟ୍ର ବାଜିଥିଲା। ଏହା ବ୍ୟତୀତ ଏକ ବଲ ମଧ୍ୟ ତାଙ୍କ ହାତରେ ବାଜିଥିଲା। ଫଳରେ ତାଙ୍କ ହାତ ଲାଲ ପଡ଼ିଯାଇଥିଲା। ଭାରତୀୟ ଇନିଂସର ୩୭ତମ ଓଭରରେ ଏହି ଘଟଣା ଘଟିଛି। ଷ୍ଟାର୍କ ଦ୍ୱିତୀୟ ବଲକୁ ଘଣ୍ଟା ପ୍ରତି ୧୪୪.୬ କିଲୋମିଟର ବେଗରେ ବୋଲିଂ କରିଥିଲେ। ପନ୍ତ ଏହାକୁ ଏଡାଇବାକୁ […] The post ପନ୍ତଙ୍କ ମୁଣ୍ଡରେ ବାଜିଲା ବଲ୍‌, ତା’ପରେ ଯାହା ଘଟିଲା ଦେଖିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.

ପନ୍ତଙ୍କ ମୁଣ୍ଡରେ ବାଜିଲା ବଲ୍‌, ତା’ପରେ ଯାହା ଘଟିଲା ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସିଡନୀ,୩।୧: ସିଡନୀ ଟେଷ୍ଟରେ ରିଷଭ ପନ୍ତଙ୍କ ମୁଣ୍ଡରେ ବଳ୍‌ ବାଜିଛି। ମିଚେଲ ଷ୍ଟାର୍କ ପ୍ରଥମ ଦିନର ଦ୍ୱିତୀୟ ଅଧିବେଶନରେ ବୋଲିଂ କରିବାକୁ ଆସିଥିଲେ। ତାଙ୍କ ବଲ ଙ୍‌ପନ୍ତଙ୍କ ହେଲମେଟ୍ର ବାଜିଥିଲା। ଏହା ବ୍ୟତୀତ ଏକ ବଲ ମଧ୍ୟ ତାଙ୍କ ହାତରେ ବାଜିଥିଲା। ଫଳରେ ତାଙ୍କ ହାତ ଲାଲ ପଡ଼ିଯାଇଥିଲା।
ଭାରତୀୟ ଇନିଂସର ୩୭ତମ ଓଭରରେ ଏହି ଘଟଣା ଘଟିଛି। ଷ୍ଟାର୍କ ଦ୍ୱିତୀୟ ବଲକୁ ଘଣ୍ଟା ପ୍ରତି ୧୪୪.୬ କିଲୋମିଟର ବେଗରେ ବୋଲିଂ କରିଥିଲେ। ପନ୍ତ ଏହାକୁ ଏଡାଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ଉଚ୍ଚ ବେଗରେ ଆସୁଥିବା ଏହି ମାରାତ୍ମକ ବଲ ପନ୍ତଙ୍କ ହେଲମେଟକୁ ଧକ୍କା ଦେଇଥିଲା। ଏହି ବଲ ପନ୍ତଙ୍କ କାନରେ ବାଜିଥିଲା। ତତକ୍ଷଣାତ୍‌ ଫିଜିଓ ପଡ଼ିଆକୁ ଆସି ପନ୍ତଙ୍କ ଅବସ୍ଥା ବିଷୟରେ ପଚାରିଲେ। ଏହି ସମୟରେ ଖେଳ ଦୀର୍ଘ ସମୟ ଧରି ବନ୍ଦ ହୋଇଯାଇଥିଲା, କିନ୍ତୁ ଭଲ କଥା ହେଲା ସେ କୌଣସି କୌଣସି ଗୁରୁତର ଆହତ ହୋଇନାହାଁନ୍ତି।
ବଲ ପନ୍ତଙ୍କ ହେଲମେଟକୁ ଧକ୍କା ଦେବା ମାତ୍ରେ ମିଚେଲ ଷ୍ଟାର୍କ ଆସି ପନ୍ତଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ୨୦୨୪ରେ ଅଷ୍ଟ୍ରେଲିଆର ଫିଲ ହ୍ୟୁଜ ଏକ ବଲରେ ମୁଣ୍ଡରେ ଆଘାତ ପାଇବା ପରେ ମୃତ୍ୟୁବରଣ କରିଥିଲେ।

 

The post ପନ୍ତଙ୍କ ମୁଣ୍ଡରେ ବାଜିଲା ବଲ୍‌, ତା’ପରେ ଯାହା ଘଟିଲା ଦେଖିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.