ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ ଦାବି କରି ହିନ୍ଦୁ ପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁକ୍ରବାର ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଛନ୍ତି ଯେ, ଜ୍ଞାନବାପିର ଅବଶିଷ୍ଟ ଅଂଶର ଏଏସ୍‌ଆଇ ସର୍ଭେ କରାଯିବ ନାହିଁ। ତେବେ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ହିନ୍ଦୁ ପକ୍ଷ କହିଛନ୍ତି। ଜ୍ଞାନବାପି ମାମଲାର ମୁଖ୍ୟ ମାମଲାରେ ୩୩ […] The post ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା appeared first on Dharitri Odia News.

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ ଦାବି କରି ହିନ୍ଦୁ ପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁକ୍ରବାର ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଛନ୍ତି ଯେ, ଜ୍ଞାନବାପିର ଅବଶିଷ୍ଟ ଅଂଶର ଏଏସ୍‌ଆଇ ସର୍ଭେ କରାଯିବ ନାହିଁ। ତେବେ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ହିନ୍ଦୁ ପକ୍ଷ କହିଛନ୍ତି।

ଜ୍ଞାନବାପି ମାମଲାର ମୁଖ୍ୟ ମାମଲାରେ ୩୩ ବର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବାରାଣସୀର ଏଫ୍‌ଟିସି କୋର୍ଟ ଜ୍ଞାନବାପି କମ୍ଲେକ୍ସର ଅତିରିକ୍ତ ସର୍ଭେ ଦାବିକୁ ଖାରଜ କରିଛନ୍ତି। ଏହା ସହ ଜଡ଼ିତ ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଥିବା ଯୋଗୁ କୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି।

ଅପରପକ୍ଷେ ମୁସଲମାନ ପକ୍ଷ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମୁସଲମାନ ପକ୍ଷର ଓକିଲ ଅଖଲାକ ଅହମ୍ମଦ କହିଛନ୍ତି ଯେ, କୋର୍ଟ ଆମ ଦଲିଲ ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଆମ ସପକ୍ଷରେ ଆସିଛି। ଆମେ ପୂର୍ବରୁ କହିଛୁ ଯେ ଏଥିସହ ଜଡ଼ିତ ମାମଲା ଉଚ୍ଚ ନ୍ୟାୟାଳୟରେ ଚାଲିଛି। ତେଣୁ ଏହି ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ଉଚିତ। କୋର୍ଟ ଏହାକୁ ଗ୍ରହଣ କରିଥିବାରୁ ଆମେ ଖୁସି ବୋଲି ସେମାନେ କହିଛନ୍ତି।

The post ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା appeared first on Dharitri Odia News.