ମୋ ସ୍ତ୍ରୀ, ଓ ଝିଅ ଆଉ ନାହାଁନ୍ତି, ପୁଅ ଅଛି ହେଲେ କେଉଁଠି ଅଛି ମୁଁ ଜାଣିନି ... ରାଜକୁମାରଙ୍କ ଆଖିଭିଜା ବୟାନ
କନକ ବ୍ୟୁରୋ: ଦିଲ୍ଲୀରୁ ବିହାର ନୱାଦା ଯାଉଥିଲା ପୁରା ପରିବାର । ରାଜକୁମାରଙ୍କ ସାଙ୍ଗରେ ଥିଲେ ସ୍ତ୍ରୀ, ୮ ବର୍ଷର ଝିଅ, କୁନି ପୁଅ । କାଲି ପରିବାରରେ ୪ ଜଣ ଥିଲେ ହେଲେ ଆଜି କେବଳ ୨ ଜଣ ବାକି ଅଛନ୍ତି। ଦିଲ୍ଲୀ ଟେସନରେ ଦଳାଚକଟା ପରେ ବିହାରର ବାସିନ୍ଦା ରାଜକୁମାର ମଂଝୀଙ୍କ ଦୁନିଆ ଉଜୁଡିଯାଇଛି । ସ୍ତ୍ରୀ ଓ ପତ୍ନୀଙ୍କ ମୃତ୍ୟୁ ହୋଇସାରିଛି ବୋଲି ରେଳ ବିଭାଗ ଲିଷ୍ଟ ଜାରି କରିସାରିଛି । ରାଜକୁମାର କୁହନ୍ତି, ସେ ଦିଲ୍ଲୀରୁ ନୱାଦା ଘରକୁ ଯାଉଥିଲେ । ତାଙ୍କ ଟ୍ରେନ ୧୦ଟା ୧୫ରେ ଥିଲା । ୭ ନମ୍ବର ପ୍ଲାଟଫର୍ମରେ ତାଙ୍କ ଟ୍ରେନ ଲାଗିଥାନ୍ତା । ହେଲେ ହଠାତ୍ ଟେନ ଅଲଗା ପ୍ଲାଟଫର୍ମରେ ଲାଗିବ ବୋଲି ଘୋଷଣା ହେଲା । ହଠାତ୍ ଦୌଡିବାକୁ ଲାଗିଲେ ଲୋକେ । ସେତେବେଳେ ସେ ତାଙ୍କ ପରିବାରକୁ ନେଇ ପ୍ଲାଟଫର୍ମର ସିଢିରେ ଓହ୍ଲଉଥିଲେ । ଦୌଡାଦୌଡିରେ ତାଙ୍କ ହାତ ଧରିଥିବା ଝିଅ, ପୁଅ ଓ ସ୍ତ୍ରୀ କିଏଲ କୁଆଡେ ଚାଲିଗଲେ । ସେ ବି ଦଳାଚକଟାରେ ବେହୋସ ହୋଇଗଲେ। ଆଉ ଆଖି ଖୋଲିଲା ବେଳକୁ ତାଙ୍କ ପାଖରେ କେହି ନାହାଁନ୍ତି । ସେ ପ୍ଲାଟଫର୍ମରେ ବିକଳରେ ଖୋଜିଲେ ଆଉ ରେଲୱେ ଅଧିକାରୀଙ୍କ ଠାରୁ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ଓ ଝିଅର ମୃତ୍ୟୁ ହୋଇଛି। ତାଙ୍କ ପୁଅ ଅଛି ବୋଲି କାହାର କଲ ଆସିଲା । ହେଲେ କେଉଁଠି ପୁଅ ଅଛି ଏଯାଏଁ ସେ ଜାଣିନାହାନ୍ତି ବୋଲି କହିଛନ୍ତି ରାଜକୁମାର । ଦିଲ୍ଲୀ ରେଲୱେ ଷ୍ଟେସନରେ ବଡ଼ ଅଘଟଣ। ଦଳାଚକଟାରେ ୧୮ ଜଣଙ୍କ ମୃତ
କନକ ବ୍ୟୁରୋ: ଦିଲ୍ଲୀରୁ ବିହାର ନୱାଦା ଯାଉଥିଲା ପୁରା ପରିବାର । ରାଜକୁମାରଙ୍କ ସାଙ୍ଗରେ ଥିଲେ ସ୍ତ୍ରୀ, ୮ ବର୍ଷର ଝିଅ, କୁନି ପୁଅ । କାଲି ପରିବାରରେ ୪ ଜଣ ଥିଲେ ହେଲେ ଆଜି କେବଳ ୨ ଜଣ ବାକି ଅଛନ୍ତି। ଦିଲ୍ଲୀ ଟେସନରେ ଦଳାଚକଟା ପରେ ବିହାରର ବାସିନ୍ଦା ରାଜକୁମାର ମଂଝୀଙ୍କ ଦୁନିଆ ଉଜୁଡିଯାଇଛି । ସ୍ତ୍ରୀ ଓ ପତ୍ନୀଙ୍କ ମୃତ୍ୟୁ ହୋଇସାରିଛି ବୋଲି ରେଳ ବିଭାଗ ଲିଷ୍ଟ ଜାରି କରିସାରିଛି ।
ରାଜକୁମାର କୁହନ୍ତି, ସେ ଦିଲ୍ଲୀରୁ ନୱାଦା ଘରକୁ ଯାଉଥିଲେ । ତାଙ୍କ ଟ୍ରେନ ୧୦ଟା ୧୫ରେ ଥିଲା । ୭ ନମ୍ବର ପ୍ଲାଟଫର୍ମରେ ତାଙ୍କ ଟ୍ରେନ ଲାଗିଥାନ୍ତା । ହେଲେ ହଠାତ୍ ଟେନ ଅଲଗା ପ୍ଲାଟଫର୍ମରେ ଲାଗିବ ବୋଲି ଘୋଷଣା ହେଲା । ହଠାତ୍ ଦୌଡିବାକୁ ଲାଗିଲେ ଲୋକେ । ସେତେବେଳେ ସେ ତାଙ୍କ ପରିବାରକୁ ନେଇ ପ୍ଲାଟଫର୍ମର ସିଢିରେ ଓହ୍ଲଉଥିଲେ । ଦୌଡାଦୌଡିରେ ତାଙ୍କ ହାତ ଧରିଥିବା ଝିଅ, ପୁଅ ଓ ସ୍ତ୍ରୀ କିଏଲ କୁଆଡେ ଚାଲିଗଲେ । ସେ ବି ଦଳାଚକଟାରେ ବେହୋସ ହୋଇଗଲେ। ଆଉ ଆଖି ଖୋଲିଲା ବେଳକୁ ତାଙ୍କ ପାଖରେ କେହି ନାହାଁନ୍ତି । ସେ ପ୍ଲାଟଫର୍ମରେ ବିକଳରେ ଖୋଜିଲେ ଆଉ ରେଲୱେ ଅଧିକାରୀଙ୍କ ଠାରୁ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ଓ ଝିଅର ମୃତ୍ୟୁ ହୋଇଛି। ତାଙ୍କ ପୁଅ ଅଛି ବୋଲି କାହାର କଲ ଆସିଲା । ହେଲେ କେଉଁଠି ପୁଅ ଅଛି ଏଯାଏଁ ସେ ଜାଣିନାହାନ୍ତି ବୋଲି କହିଛନ୍ତି ରାଜକୁମାର ।
ଦିଲ୍ଲୀ ରେଲୱେ ଷ୍ଟେସନରେ ବଡ଼ ଅଘଟଣ। ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ବହୁ ଲୋକ ଆହତ ହୋଇଛନ୍ତି । ମହାକୁମ୍ଭରେ ଯୋଗଦେବାକୁ ପ୍ରୟାଗରାଜ ଯିବା ପାଇଁ ଲୋକମାନେ ଦିଲ୍ଲୀ ରେଲୱେ ଷ୍ଟେସନରେ ଏକାଠି ହୋଇଥିଲେ । ହେଲେ ଏତେ ଭିଡ଼ ହୋଇଥିଲା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ରେଳ ଷ୍ଟେସନର ୧୪ ଓ ୧୬ ନମ୍ବର ପ୍ଲାଟଫର୍ମରେ ଏହି ଅଘଟଣ ଘଟିଛି ।