ବାଲିଯାତ୍ରାରେ ସିଲଭର୍ ସ୍କ୍ରିନର ଛବି । ଦର୍ଶକ ଦେଖିବେ ଓଡିଆ ସିନେମାର ପ୍ରତିଛବି

କନକ ବ୍ୟୁରୋ: ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ହେବ ବାଲିଯାତ୍ରା। ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ନେବ ପଦକ୍ଷେପ। ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ। ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାସ୍ତା କଡ କିମ୍ବା ଫୁଟପାଥ ଉପରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କରିଛନ୍ତି କୋର୍ଟ। ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ତେବେ ଚଳିତବର୍ଷ ପ୍ରଥମ ଥର ବାଲିଯାତ୍ରାରେ ଓଡିଆ ସିନେମା ଥିମ୍ ଏବଂ ଇନଫିନିଟି ଓ୍ବାର୍ଲ୍ଡର ନୂଆ ଅନୁଭୂତି ପାଇବେ ଦର୍ଶକ। ବାଲିଯାତ୍ରାରେ ସିଲଭର୍ ସ୍କ୍ରିନର ଛବି ଦର୍ଶକ ଦେଖିବେ ଓଡିଆ ସିନେମାର ପ୍ରତିଛବି ହଜାରେ ବର୍ଷର ସହର କଟକରେ ଓଡିଆ ଫିଲ୍ମର ଅୟଆରମ୍ଭ ହୋଇଥିବା ବେଳେ ଏବେ ଏହାକୁ ଉଜ୍ଜିବିତ ରଖିବାକୁ ପ୍ରୟାସ ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ। କଟକ-ଇନ୍-କଟକ ପ୍ରବେଶ ଦ୍ବାରରେ ଐତିହାସିକ ବାରବାଟୀ ଦୁର୍ଗର ସ୍ବାଗତ ତୋରଣ ନିର୍ମାଣ ହେଉଛି । ଏଠାରେ ପୁରୁଣା ଓଡିଆ ସିନେମାର ବିଭିନ୍ନ ପ୍ରତିଛବି ସ୍ଥାନ ପାଇବ। ଏହା ସହ ଏକ ମିନି ଥିଏଟରରେ ପୁରୁଣା ଓଡିଆ ସିନେମା ମଧ୍ୟ ପ୍ରଦର୍ଶିତ କରାଯିବ। ସେହିପରି ସେଲଫି ପଏଣ୍ଟଠାରୁ ଆରମ୍ଭ କରି ଦର୍ଶକଙ୍କ ପାଇଁ ଓଡିଆ ଚଳଚ୍ଚିତ୍ର ଡାଏଲଗ୍ କହିବାକୁ ଏକ ମଞ୍ଚ ପ୍ରସ୍ତୁତ ହେବ ।   ଏଥରର ଆକର୍ଷଣ ଇନଫିନି

ବାଲିଯାତ୍ରାରେ ସିଲଭର୍ ସ୍କ୍ରିନର ଛବି । ଦର୍ଶକ ଦେଖିବେ ଓଡିଆ ସିନେମାର ପ୍ରତିଛବି

କନକ ବ୍ୟୁରୋ: ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ହେବ ବାଲିଯାତ୍ରା। ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ନେବ ପଦକ୍ଷେପ। ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ। ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାସ୍ତା କଡ କିମ୍ବା ଫୁଟପାଥ ଉପରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କରିଛନ୍ତି କୋର୍ଟ। ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ତେବେ ଚଳିତବର୍ଷ ପ୍ରଥମ ଥର ବାଲିଯାତ୍ରାରେ ଓଡିଆ ସିନେମା ଥିମ୍ ଏବଂ ଇନଫିନିଟି ଓ୍ବାର୍ଲ୍ଡର ନୂଆ ଅନୁଭୂତି ପାଇବେ ଦର୍ଶକ।

  • ବାଲିଯାତ୍ରାରେ ସିଲଭର୍ ସ୍କ୍ରିନର ଛବି
  • ଦର୍ଶକ ଦେଖିବେ ଓଡିଆ ସିନେମାର ପ୍ରତିଛବି

ହଜାରେ ବର୍ଷର ସହର କଟକରେ ଓଡିଆ ଫିଲ୍ମର ଅୟଆରମ୍ଭ ହୋଇଥିବା ବେଳେ ଏବେ ଏହାକୁ ଉଜ୍ଜିବିତ ରଖିବାକୁ ପ୍ରୟାସ ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ। କଟକ-ଇନ୍-କଟକ ପ୍ରବେଶ ଦ୍ବାରରେ ଐତିହାସିକ ବାରବାଟୀ ଦୁର୍ଗର ସ୍ବାଗତ ତୋରଣ ନିର୍ମାଣ ହେଉଛି । ଏଠାରେ ପୁରୁଣା ଓଡିଆ ସିନେମାର ବିଭିନ୍ନ ପ୍ରତିଛବି ସ୍ଥାନ ପାଇବ। ଏହା ସହ ଏକ ମିନି ଥିଏଟରରେ ପୁରୁଣା ଓଡିଆ ସିନେମା ମଧ୍ୟ ପ୍ରଦର୍ଶିତ କରାଯିବ। ସେହିପରି ସେଲଫି ପଏଣ୍ଟଠାରୁ ଆରମ୍ଭ କରି ଦର୍ଶକଙ୍କ ପାଇଁ ଓଡିଆ ଚଳଚ୍ଚିତ୍ର ଡାଏଲଗ୍ କହିବାକୁ ଏକ ମଞ୍ଚ ପ୍ରସ୍ତୁତ ହେବ ।  

  • ଏଥରର ଆକର୍ଷଣ ଇନଫିନିଟି ଓ୍ବାର୍ଲ୍ଡ
  • ୮୦ ଲକ୍ଷ ବଜେଟରେ ଚାଲିଛି ତିଆରି

ସେହିପରି ବାଲିଯାତ୍ରାରେ ଆଉ ଏକ ନୂଆ ଅନୁଭୂତି ପାଇବେ ଦର୍ଶକ। ବାଲିଯାତ୍ରା ତଳ ପଡିଆରେ ପ୍ରସ୍ତୁତ ହେଉଥିବା ଇନଫିନିଟି ଓ୍ବାର୍ଲ୍ଡରେ ଭିନ୍ନ ଏକ ଦୁନିଆ ଦେଖିବେ ଦର୍ଶକ। ସିଙ୍ଗାପୁର ଏବଂ ଦୁବାଇ ପରେ ଭାରତରେ ପ୍ରଥମ ଥର ପାଇଁ କଟକ ବାଲିଯାତ୍ରାକୁ ଆସିଥିବା ଏହି ଇନଫିନିଟି ଓ୍ବାର୍ଲ୍ଡର ମଜା ନେବେ ଦର୍ଶକ। କାଚ ଘର ଭିତରେ ବିଭିନ୍ନ ୩ଡି ଲାଇଟ୍ ସହ ହଲିଉଡ୍ ଫିଲ୍ମ  ଅବତାର ଆନିମେସନର ଆକର୍ଷଣ ଦେଖିବାକୁ ମିଳିବ । ଚେନ୍ନାଇ ଏବଂ ତାମିଲନାଡୁର ଇଞ୍ଜିନିୟରମାନେ ଆସି ଏହାକୁ ପ୍ରସ୍ତୁତ କରୁଥିବା କହିଛନ୍ତି ଆୟୋଜକ।

ଦିନକୁ ଦିନ ବଢୁଛି ଐତିହାସିକ ବାଲିଯାତ୍ରାର ଆକର୍ଷଣ। ତେଣୁ ଚଳିତବର୍ଷ ଓଡିଆ ସିନେମା ଥିମ୍ ଏବଂ ଇନଫିନିଟି ଓ୍ବାର୍ଲ୍ଡ ବାଲିଯାତ୍ରାରେ ଏକ ବଡ ଆକର୍ଷଣ ହେବ ବୋଲି ଆଶା କରାଯାଉଛି।