କାମ ଦେବ ତ ଭତ୍ତା ଥୋପ ?
ମାତ୍ର ଦିଇଟା ମାସ ପରେ ଭୋଟ୍। ଆଉ ଏତିକି ବେଳେ ମଧୁବାବୁ ପେନସନ୍ ସ୍କିମର ସହାୟତା ରାଶିରେ ୫ ଶହ ଟଙ୍କା ବୃଦ୍ଧି କରିଛନ୍ତି ସରକାର।
ଥିଲା ୫୦୦, ହେଲା ହଜାରେ। ଦୀର୍ଘଦିନର ଦାବି ପରେ ମଧୁବାବୁ ପେନସନ୍ ସ୍କିମରେ ସର୍ବନିମ୍ନ ଭତ୍ତା ରାଶିକୁ ହଜାରେ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହେଲେ ବର୍ତ୍ତମାନର ବଜାର ଦରକୁ ଦେଖି ସରକାରଙ୍କ ନିଷ୍ପତ୍ତିରେ ବିଲକୁଲ ଖୁସି ନାହାନ୍ତି ହିତାଧିକାରୀ। ସେପଟେ ଅଧିକାଂଶ ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଯାଏଁ ଭତ୍ତା ମିଳୁଥିବା ବେଳେ ଭୋଟ୍ ପୂର୍ବରୁ ସରକାରଙ୍କ ଇଏ ଲଲିପପ୍ ବୋଲି କହି ବର୍ଷିଛନ୍ତି ବିରୋଧୀ।