ଫେରାର ଘୋଷିତ ହେଲେ ବଲିଉଡ ଅଭିନେତ୍ରୀ ଜୟାପ୍ରଦା, ପୁଲିସ ଖୋଜି ଆଣି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ

ପ୍ରତିଷ୍ଠିତ ବଲିଉଡ ଅଭିନେତ୍ରୀ ଜୟାପ୍ରଦାଙ୍କୁ ଏକ କୋର୍ଟ ଫେରାର ଘୋଷିତ କରିଛନ୍ତି । ତାଙ୍କୁ ଖୋଜି ଆଣି କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଅବମାନନା ଜୟାଙ୍କ ପାଇଁ ମହଙ୍ଗା ପଡିଛି । ଆସନ୍ତୁ ଜାଣିବା କ’ଣ ପାଇଁ ଜୟାପ୍ରଦାଙ୍କୁ ଫେରାର ଘୋଷିତ କଲେ କୋର୍ଟ । ୨୦୧୯ ଲୋକସଭା ସାଧାରଣ ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ଥିବା ଜୟାପ୍ରଦାଙ୍କ ଉପରେ ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ଏକ ମାମଲା ରାମପୁରରେ […] The post ଫେରାର ଘୋଷିତ ହେଲେ ବଲିଉଡ ଅଭିନେତ୍ରୀ ଜୟାପ୍ରଦା, ପୁଲିସ ଖୋଜି ଆଣି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ appeared first on KNews Odisha.

ଫେରାର ଘୋଷିତ ହେଲେ ବଲିଉଡ ଅଭିନେତ୍ରୀ ଜୟାପ୍ରଦା, ପୁଲିସ ଖୋଜି ଆଣି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ
jaya

ପ୍ରତିଷ୍ଠିତ ବଲିଉଡ ଅଭିନେତ୍ରୀ ଜୟାପ୍ରଦାଙ୍କୁ ଏକ କୋର୍ଟ ଫେରାର ଘୋଷିତ କରିଛନ୍ତି । ତାଙ୍କୁ ଖୋଜି ଆଣି କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଅବମାନନା ଜୟାଙ୍କ ପାଇଁ ମହଙ୍ଗା ପଡିଛି । ଆସନ୍ତୁ ଜାଣିବା କ’ଣ ପାଇଁ ଜୟାପ୍ରଦାଙ୍କୁ ଫେରାର ଘୋଷିତ କଲେ କୋର୍ଟ । ୨୦୧୯ ଲୋକସଭା ସାଧାରଣ ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ଥିବା ଜୟାପ୍ରଦାଙ୍କ ଉପରେ ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ଏକ ମାମଲା ରାମପୁରରେ ଦାୟର ହୋଇଥିଲା ।

ଏହାର ଶୁଣାଣି ରାମପୁରର ଏମପି-ଏମଏଲଏ କୋର୍ଟରେ ଚାଲୁରହିଛି । ତେବେ ଜୟାପ୍ରଦା ଏହାର ଶୁଣାଣି ବେଳେ କୋର୍ଟରେ ହାଜର ହୋଇନଥିଲେ । କୋର୍ଟ ୧୨ରୁ ଉର୍ଦ୍ଧ୍ୱ ଥର ତାଙ୍କୁ ସମନ ଜାରି କରିଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇନଥିଲେ । ଫଳରେ ଜୟାପ୍ରଦାଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି ହୋଇଥିଲା । ଜୟାପ୍ରଦା ତଥାପି କୋର୍ଟରେ ହାଜର ହୋଇନଥିଲେ ।

ବାରମ୍ବାର ଓ୍ଵାରେଣ୍ଟ ପରେ ଜୟାପ୍ରଦା ହାଜିର ନହେବାରୁ ତାଙ୍କ ବିରୋଧରେ ୭ ଥର ଜାମିନ ବିହୀନ ପରଓ୍ଵାନା (ନନ୍‌ ବେଲେବଲ ଓ୍ଵାରେଣ୍ଟ )ଜାରି ହୋଇଥିଲା । ହେଲେ ତଥାପି ସେ କୋର୍ଟରେ ହାଜର ହୋଇନଥିଲେ । ଶେଷରେ କୋର୍ଟ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଜୟାଙ୍କୁ ଫେରାର ଘୋଷିତ କରିବା ସହ ତାଙ୍କ ବିରୋଧରେ ୮୨ ସିଆରପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଫଳରେ ଏକ ପୋଲିସ ଟିମ ତାଙ୍କୁ ଖୋଜି ଆଣି ଆସନ୍ତା ମାର୍ଚ୍ଚ ୬ ତାରିଖରେ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

The post ଫେରାର ଘୋଷିତ ହେଲେ ବଲିଉଡ ଅଭିନେତ୍ରୀ ଜୟାପ୍ରଦା, ପୁଲିସ ଖୋଜି ଆଣି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ appeared first on KNews Odisha.