କଣ୍ଡୋମରେ ନିର୍ବାଚନ ପ୍ରଚାର, ଘର ଘର ବୁଲି ବାଣ୍ଟୁଛନ୍ତି ଦଳୀୟ କର୍ମୀ
ନୂଆଦିଲ୍ଲୀ,୨୨।୨: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି ସବୁ ଦଳ। ଏନେଇ ଅଣ୍ଟା ଭିଡିଲେଣି ସବୁ ଦଳ। ନିର୍ବାଚନରେ ଏକାଠି ଲଢିବାକୁ ନେଇ ଗଡ ତିଆରିଥିବା ଇଣ୍ଡିଆ ମେଣ୍ଟ ଏବେ ଅଧାଗଢା ଘରେ ଏକାକୀ ପଡିଯାଇଛି। ଟିଏମସି, ଏଏପି ଓ ଜେଡୁୟୁ ହାତ ଛାଡିଦେଇଥିବାବେଳେ ଏବେ କଂଗ୍ରେସର ସାହାରା ସାଜିଛି ସମାଜବାଦୀ ପାର୍ଟି। ସେପଟେ ଭାଜପାର ଶୀର୍ଷ ନେତୃତ୍ୱମାନେ ରାଜ୍ୟକୁ ରାଜ୍ୟ ଗସ୍ତ କରି ତୃଳମୂଳ ସ୍ତରର ନେତାଙ୍କ କାନରେ ଗୁରୁମନ୍ତ୍ର […] The post କଣ୍ଡୋମରେ ନିର୍ବାଚନ ପ୍ରଚାର, ଘର ଘର ବୁଲି ବାଣ୍ଟୁଛନ୍ତି ଦଳୀୟ କର୍ମୀ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି ସବୁ ଦଳ। ଏନେଇ ଅଣ୍ଟା ଭିଡିଲେଣି ସବୁ ଦଳ। ନିର୍ବାଚନରେ ଏକାଠି ଲଢିବାକୁ ନେଇ ଗଡ ତିଆରିଥିବା ଇଣ୍ଡିଆ ମେଣ୍ଟ ଏବେ ଅଧାଗଢା ଘରେ ଏକାକୀ ପଡିଯାଇଛି। ଟିଏମସି, ଏଏପି ଓ ଜେଡୁୟୁ ହାତ ଛାଡିଦେଇଥିବାବେଳେ ଏବେ କଂଗ୍ରେସର ସାହାରା ସାଜିଛି ସମାଜବାଦୀ ପାର୍ଟି। ସେପଟେ ଭାଜପାର ଶୀର୍ଷ ନେତୃତ୍ୱମାନେ ରାଜ୍ୟକୁ ରାଜ୍ୟ ଗସ୍ତ କରି ତୃଳମୂଳ ସ୍ତରର ନେତାଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କୁଛନ୍ତି। କେବଳ ଏହି ଦୁଇଟି ଦଳ ନୁହେଁ ଦେଶର ଅନ୍ୟ ସମସ୍ତ ଦଳ ମଧ୍ୟ ନିର୍ବାଚନ ନେଇ ଅଣ୍ଟା ଭିଡିଛନ୍ତି। ନିଜ ନିଜର ଖାସ୍ ଅନ୍ଦାଜରେ ସେମାନେ ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।
ତେବେ ଏହି ଭିନ୍ନ ଢଙ୍ଗରେ ପ୍ରଚାର ପ୍ରସାର ଭିତରେ ପଛରେ ପଡିନାହିଁ ଆନ୍ଧ୍ର ପ୍ରଦେଶର ଦୁଇ ଆଞ୍ଚଳିକ ଦଳ YSR Congress ଓ ତେଲଗୁ ଦେଶମ ପାର୍ଟି(TDP)। କହିବାର କାରଣ, ଆପଣ ସବୁ ଦଳକୁ ପୋଷ୍ଟର ଲଗାଇ , ମାଗଣା ରାଶନ ବାଣ୍ଟି ପ୍ରଚାର ପ୍ରସାର କରୁଥିବାର ଜାଣିଥିବେ। କିନ୍ତୁ ଆନ୍ଧ୍ରର ଏହି ଦୁଇଟି ପାର୍ଟି କଣ୍ଡୋମ ମାଧ୍ୟମରେ ନିର୍ବାଚନ ପାଇଁ ପ୍ରଚାର ପ୍ରସାର କରୁଛନ୍ତି। ପାର୍ଟି ପାଇଁ କଣ୍ଡୋମ ଏକ କ୍ୟାମ୍ପେନ ଟୁଲ୍ ଭାବେ ବ୍ୟବହୃତ ହେଉଛି। ଏନେଇ ଇଣ୍ଡିଆ ଟୁଡେରେ ଏକ ରିପୋର୍ଟ ପ୍ରକାଶ ପାଇଛି।
ସୋସିଆଲ ମିଡିଆରେ ଏହି କଣ୍ଡୋମ ଫଟୋ ଭାଇରାଲ ହେବାରେ ଲାଗିଛି। ପ୍ୟାକେଟରେ ଦଳର ଚିହ୍ନ ଥିବା ଦେଖାଯାଇଛି। ଭାଇରାଲ ଭିଡିଓରେ କୁହାଯାଇଛି କି, ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଏହି ପ୍ୟାକେଟ୍କୁ ଭୋଟର୍ଙ୍କୁ ବଣ୍ଟା ଯାଉଛି। ଭାଇରାଲ ଭିଡିଓରେ ଜଣେ ଟିଡିପି କାର୍ଯ୍ୟକର୍ତ୍ତାଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି, ‘ଯଦି ବହୁତ ପିଲା ଜନ୍ମ ହେବେ ତେବେ ଦଳକୁ ବେଶୀ ଟଙ୍କା ବାଣ୍ଟିବାକୁ ପଡିବ, ତେଣୁ ଆମେ କଣ୍ଡୋମ ବାଣ୍ଟୁଛୁ’।
ତେବେ କଣ୍ଡୋମ ବାଣ୍ଟି ପ୍ରଚାର କରିବାକୁ ଟିଡିପି ଉପରେ ବର୍ଷିଛି ଓ୍ବାଇଏସଆର୍ କଂଗ୍ରେସ। ଟିଡିପି ହୀନ ରାଜନୀତି କରୁଛି ବୋଲି ଜଗମୋହନ ରେଡ୍ଡୀଙ୍କ ପାର୍ଟି କଟାକ୍ଷ କରିଛି। ତେବେ ଏହି ସମୟରେ ଓ୍ବାଇଏସଆର କଂଗ୍ରେସକୁ ପାଲଟା ଜବାବ ଦେଇଛି ଟିଡିପି। ଓ୍ବାଇଏସଆର୍ କଂଗ୍ରେସ ଦଳୀୟ ଚିହ୍ନ ଥାଇ କଣ୍ଡୋମ ବାଣ୍ଟୁଥିବା ଫଟୋ ଟିଡିପି ଫଟୋ ପୋଷ୍ଟ କରିଛି। ଯାହାକୁ ନେଇ ରାଜନୀତି ଜୋର୍ ଧରିଛି।
The post କଣ୍ଡୋମରେ ନିର୍ବାଚନ ପ୍ରଚାର, ଘର ଘର ବୁଲି ବାଣ୍ଟୁଛନ୍ତି ଦଳୀୟ କର୍ମୀ appeared first on Dharitri Odia News.