କହୁ କହୁ ଏମିତି କହିଦେଲେ କେଜ୍‌ରିଓ୍ବାଲ୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୬।୬:ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରାଯାଇଥିଲା। ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ତ୍ରୀ ସୁନୀତା କେଜ୍‌ରିୱାଲ କହିଛନ୍ତି, ଏହା ଏକ ଆଇନ ନୁହେଁ। ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରିକାଳୀନ ପରିସ୍ଥିତି। କେଜ୍‌ରିୱାଲଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଦାବି କରିଛି। ସୋସିଆଲ ମିଡିଆ ପୋଷ୍ଟରେ ସୁନୀତା କହିଛନ୍ତି, ଅରବିନ୍ଦ କେଜ୍‌ରିୱାଲଙ୍କୁ ଜୁନ ୨୦ରେ ଜାମିନ ମିଳିଥିଲା। ସଙ୍ଗେ ସଙ୍ଗେ ଇଡି ଏହା ଉପରେ ଷ୍ଟେ ଲଗାଇଥିଲେ। ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିଥିଲା ଏବଂ […] The post କହୁ କହୁ ଏମିତି କହିଦେଲେ କେଜ୍‌ରିଓ୍ବାଲ୍‌ଙ୍କ ସ୍ତ୍ରୀ appeared first on Dharitri Odia News.

କହୁ କହୁ ଏମିତି କହିଦେଲେ କେଜ୍‌ରିଓ୍ବାଲ୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୬।୬:ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରାଯାଇଥିଲା। ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ତ୍ରୀ ସୁନୀତା କେଜ୍‌ରିୱାଲ କହିଛନ୍ତି, ଏହା ଏକ ଆଇନ ନୁହେଁ। ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରିକାଳୀନ ପରିସ୍ଥିତି। କେଜ୍‌ରିୱାଲଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଦାବି କରିଛି।
ସୋସିଆଲ ମିଡିଆ ପୋଷ୍ଟରେ ସୁନୀତା କହିଛନ୍ତି, ଅରବିନ୍ଦ କେଜ୍‌ରିୱାଲଙ୍କୁ ଜୁନ ୨୦ରେ ଜାମିନ ମିଳିଥିଲା। ସଙ୍ଗେ ସଙ୍ଗେ ଇଡି ଏହା ଉପରେ ଷ୍ଟେ ଲଗାଇଥିଲେ। ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିଥିଲା ଏବଂ ଆଜି ତାଙ୍କୁ ଗିରଫ କରିଛି। ସମଗ୍ର ସିଷ୍ଟମ ଚେଷ୍ଟା କରୁଛି ସେହି ବ୍ୟକ୍ତିଙ୍କୁ ବାହାରକୁ ନ ଆସିବା ପାଇଁ। ଏହା ଆଇନ୍‌ ନୁହେଁ, ଏକଛତ୍ରବାଦୀ ଶାସନ। ଏହା ଜରୁରିକାଳୀନ ପରିସ୍ଥିତି।
ତିହାର ଜେଲରୁ କେଜ୍‌ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ସିବିଆଇ ତାଙ୍କୁ ଗିରଫ କରିବାକୁ ଅନୁମତି ମାଗିଥିଲା। ଏକ୍ସାଇଜ ପଲିସି ମାମଲାରେ କେଜ୍‌ରିୱାଲ ଜେଲରେ ଅଛନ୍ତି। ଇଡି ଏହି ଘଟଣାର ଅନୁସନ୍ଧାନ କରୁଛି।
ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଛି ଯେ ସିଏମଙ୍କୁ ପଚରାଉଚରା କରିବାର ଆବଶ୍ୟକତା ରହିଛି। ଏହି ମାମଲାରେ ପ୍ରମାଣ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସହ କେଜ୍‌ରିଓ୍ବାଲ୍‌ଙ୍କ ମୁହାଁମୁହିଁ ହେବାର ଆବଶ୍ୟକତା ରହିଛି ବୋଲି ଅନୁସନ୍ଧାନକାରୀ ସଂସ୍ଥା କହିଛି।

The post କହୁ କହୁ ଏମିତି କହିଦେଲେ କେଜ୍‌ରିଓ୍ବାଲ୍‌ଙ୍କ ସ୍ତ୍ରୀ appeared first on Dharitri Odia News.