ସୁପ୍ରିମକୋର୍ଟଙ୍କ ରାୟ, ଏବେ ନେତ୍ରହୀନ ବି ହୋଇ ପାରିବେ ଜଜ୍

ନୂଆଦିଲ୍ଲୀ ୩।୩: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି ଯେ ନେତ୍ରହୀନଙ୍କୁ ବିଚାର ବିଭାଗୀୟ ସେବା ନିମନ୍ତେ ‘ଅଯୋଗ୍ୟ’ ମନେ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.ବି.ପାରଦୀୱାଲା ଓ ଜଷ୍ଟିସ୍ ଆର.ମହାଦେବନଙ୍କ ପୀଠ ସେହି ନିବେଦନର ଶୁଣାଣିରେ ଏହି ନିଷ୍ପତ୍ତି ଦେଇଛନ୍ତି ଯେଉଁଥିରେ ବିଚାରବିଭାଗୀୟ ସେବାରେ ନେତ୍ର ହୀନ ଓ କ୍ଷୀଣ ଦୃଷ୍ଟିଶକ୍ତି ସମ୍ପନ୍ନ  ପ୍ରାର୍ଥୀଙ୍କୁ ରିଜର୍ଭେସନ ଦିଆଯାଉ ନଥିବାର ପ୍ରଶ୍ନ ଉଠାଯାଇଥିଲା। କୋର୍ଟ ବିଶେଷ କରି ମଧ୍ୟପ୍ରଦେଶ ବିଚାରବିଭାଗୀୟ ସେବା ନିୟମର ୬-ଏ ର ନିୟମକୁ ଅସାମ୍ବିଧାନିକ ବୋଲି କହିଛନ୍ତି, କାରଣ ଏଥିରେ ନେତ୍ରହୀନ ପ୍ରାର୍ଥୀଙ୍କୁ ଆବେଦନ କରିବାର ଅନୁମତି ଦିଆଯାଉନଥିଲା। ଏହା ସହିତ ନିୟମ ୭ର ସେହି ପ୍ରାବଧାନକୁ ମଧ୍ୟ ନିରସ୍ତ କରାଯାଇଛି ଯେଉଁଥିରେ ପ୍ରାର୍ଥୀଙ୍କ ନିମନ୍ତେ ବାଧ୍ୟତାମୂଳକ ରୂପେ ୩ ବର୍ଷର ଓକିଲାତିର ଅଭିଜ୍ଞତା ଅଥବା ପ୍ରଥମ ଥରରେ ୭୦ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବାର ସର୍ତ୍ତ ଥିଲା। କୋର୍ଟ ଏହାକୁ ସମାନତାର ଅଧିକାର ଉଚିତ ଅବସର ସିଦ୍ଧାନ୍ତର ବିପରୀତ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ସକରାତ୍ମକ ପଦକ୍ଷେପ ନେବା ଦରକାର ଯାହାଦ୍ୱାରା ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଲାଗି ଏକ ଅନ୍ତର୍ଭୁକ୍ତିମୂଳକ ଚୟନ ପ୍ରକ୍ରିୟା ପ୍ରସ୍ତୁତ କରାଯାଇ ପାରିବ। କୋର୍ଟ ଏ କଥା ଉପରେ ମଧ୍ୟ ଗୁର

ସୁପ୍ରିମକୋର୍ଟଙ୍କ ରାୟ, ଏବେ ନେତ୍ରହୀନ ବି ହୋଇ ପାରିବେ ଜଜ୍

ନୂଆଦିଲ୍ଲୀ ୩।୩: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି ଯେ ନେତ୍ରହୀନଙ୍କୁ ବିଚାର ବିଭାଗୀୟ ସେବା ନିମନ୍ତେ ‘ଅଯୋଗ୍ୟ’ ମନେ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.ବି.ପାରଦୀୱାଲା ଓ ଜଷ୍ଟିସ୍ ଆର.ମହାଦେବନଙ୍କ ପୀଠ ସେହି ନିବେଦନର ଶୁଣାଣିରେ ଏହି ନିଷ୍ପତ୍ତି ଦେଇଛନ୍ତି ଯେଉଁଥିରେ ବିଚାରବିଭାଗୀୟ ସେବାରେ ନେତ୍ର ହୀନ ଓ କ୍ଷୀଣ ଦୃଷ୍ଟିଶକ୍ତି ସମ୍ପନ୍ନ  ପ୍ରାର୍ଥୀଙ୍କୁ ରିଜର୍ଭେସନ ଦିଆଯାଉ ନଥିବାର ପ୍ରଶ୍ନ ଉଠାଯାଇଥିଲା। 

କୋର୍ଟ ବିଶେଷ କରି ମଧ୍ୟପ୍ରଦେଶ ବିଚାରବିଭାଗୀୟ ସେବା ନିୟମର ୬-ଏ ର ନିୟମକୁ ଅସାମ୍ବିଧାନିକ ବୋଲି କହିଛନ୍ତି, କାରଣ ଏଥିରେ ନେତ୍ରହୀନ ପ୍ରାର୍ଥୀଙ୍କୁ ଆବେଦନ କରିବାର ଅନୁମତି ଦିଆଯାଉନଥିଲା। ଏହା ସହିତ ନିୟମ ୭ର ସେହି ପ୍ରାବଧାନକୁ ମଧ୍ୟ ନିରସ୍ତ କରାଯାଇଛି ଯେଉଁଥିରେ ପ୍ରାର୍ଥୀଙ୍କ ନିମନ୍ତେ ବାଧ୍ୟତାମୂଳକ ରୂପେ ୩ ବର୍ଷର ଓକିଲାତିର ଅଭିଜ୍ଞତା ଅଥବା ପ୍ରଥମ ଥରରେ ୭୦ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବାର ସର୍ତ୍ତ ଥିଲା। କୋର୍ଟ ଏହାକୁ ସମାନତାର ଅଧିକାର ଉଚିତ ଅବସର ସିଦ୍ଧାନ୍ତର ବିପରୀତ ବୋଲି କହିଛନ୍ତି। 

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ସକରାତ୍ମକ ପଦକ୍ଷେପ ନେବା ଦରକାର ଯାହାଦ୍ୱାରା ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଲାଗି ଏକ ଅନ୍ତର୍ଭୁକ୍ତିମୂଳକ ଚୟନ ପ୍ରକ୍ରିୟା ପ୍ରସ୍ତୁତ କରାଯାଇ ପାରିବ। କୋର୍ଟ ଏ କଥା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଯେ କଠୋର କଟ୍-ଅଫ ମାର୍କ ଅଥବା ଜଟିଳ ଚୟନ ପ୍ରକ୍ରିୟା ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ନିମନ୍ତେ ଅପ୍ରତ୍ୟକ୍ଷ ଭେଦଭାବର କାରଣ ହୋଇପାରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ମଧ୍ୟରୁ ଗୋଟିଏ ହେଉଛି ନେତ୍ରହୀନ ପ୍ରାର୍ଥୀଙ୍କ ଲାଗି ପ୍ରତ୍ୟେକ ପର୍ଯ୍ୟାୟ ଚୟନ ପରୀକ୍ଷାରେ ଅଲଗା କଟ-ଅଫ ନିର୍ଦ୍ଧାରଣ କରାଯିବ। ଏଥିରୁ ଏହା ସୁନିଶ୍ଚିତ ହେବ ଯେ ସେମାନଙ୍କ ଯୋଗ୍ୟତାକୁ ଉଚିତ ରୂପେ ଅଙ୍କା ଯାଇ ପାରିବ। ଯହାଦ୍ୱାରା ସେମାନେ ସମାନ ଆଧାରରେ ପ୍ରତିଯୋଗୀତାରେ ସାମିଲ ହୋଇ ପାରିବେ। 

ସୁପ୍ରିମକୋର୍ଟ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪,୧୫ ଓ ୧୬ର ଉଦାହରଣ ଦେଇ କହିଛନ୍ତି ଯେ ସମାନତା ଓ ଅନ୍ତର୍ଭୁକ୍ତି ଭାରତୀୟ ନ୍ୟାୟିକ ପ୍ରଣାଳୀର ଭିତ୍ତିଭୂମି। ଏହି ରାୟ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାର୍ବଜନିକ ସେବାରେ ସମାନ ଅବସର ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କୋର୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବିଚାରବିଭାଗୀୟ ଅଧିକାରୀ ନିଯୁକ୍ତି ପ୍ରକ୍ରିୟାକୁ ୩ ମାସରେ ପୁରା କରାଯାଉ ଓ ନେତ୍ରହୀନ ପ୍ରାର୍ଥୀଙ୍କୁ ସମାନ ଅବସର ଦିଆଯାଉ। ରାୟରେ ସମ୍ବିଧାନ ସଂଶୋଧନର ମଧ୍ୟ ଉଲ୍ଲେଖ କରାଯାଇଛି। ଯେଉଁଥିରେ ଦୁର୍ବଳ ବର୍ଗ ଯେପରିକି ଦିବ୍ୟାଙ୍ଗଙ୍କ ଅଧିକାର ସୁନିଶ୍ଚିତ କରିବାର କଥା କୁହାଯାଇଛି।