ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ
ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍ ଅବସରରେ ଗୁରୁବାର ଭଦ୍ରକ ଇଦ୍ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ ନମାଜ ପାଠ କରିଛନ୍ତି। ଦୀର୍ଘ ଗୋଟିଏ ମାସ ରୋଜା ବା ଉପବାସ ରଖିବା ପରେ ଇଦ୍ ପାଳନ କରିଛନ୍ତି। ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଛନ୍ତି। ଭଦ୍ରକ ସହର ୩୬ଟି ମସ୍ଜିଦରେ ଶ୍ରଦ୍ଧାଳୁମାନେ ନୂଆ ବସ୍ତ୍ର ପରିଧାନ କରି ମହାଆଡ଼ମ୍ବରରେ ସହକାରେ ପାଳନ କରୁଛନ୍ତି ଇଦ୍। ଏହି ଅବସରରେ […] The post ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ appeared first on Dharitri Odia News.
ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍ ଅବସରରେ ଗୁରୁବାର ଭଦ୍ରକ ଇଦ୍ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ ନମାଜ ପାଠ କରିଛନ୍ତି। ଦୀର୍ଘ ଗୋଟିଏ ମାସ ରୋଜା ବା ଉପବାସ ରଖିବା ପରେ ଇଦ୍ ପାଳନ କରିଛନ୍ତି।
ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଛନ୍ତି। ଭଦ୍ରକ ସହର ୩୬ଟି ମସ୍ଜିଦରେ ଶ୍ରଦ୍ଧାଳୁମାନେ ନୂଆ ବସ୍ତ୍ର ପରିଧାନ କରି ମହାଆଡ଼ମ୍ବରରେ ସହକାରେ ପାଳନ କରୁଛନ୍ତି ଇଦ୍। ଏହି ଅବସରରେ ଭଦ୍ରକ ସହରର କୁଅଁlସ ଇଦ୍ଗାହା ପରିସରରେ ୭ ହଜାରରୁ ଊଦ୍ଧର୍ବ ଶ୍ରଦ୍ଧାଳୁମାନେ ସମୂହ ନମାଜ ପାଠ, କୋରାନ ପାଠ କରିବା ସହ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି। ଏହି ପବିତ୍ର ପର୍ବକୁ ମୁସ୍ଲିମ୍ ଧର୍ମାବଲମ୍ବୀମାନେ ଦୀର୍ଘ ଗୋଟିଏ ମାସ ରୋଜା ବା ଉପବାସ ରଖିବା ସହ ଦାନ ଧର୍ମ କରି ରମଜାନ ମାସକୁ ବେଶ ନିଷ୍ଠାର ସହ ପାଳନ କରିଛନ୍ତି। ତେବେ ଭଦ୍ରକରେ ଏହି ପର୍ବକୁ ଭାଇଚାରା ରୀତିରେ ଅନୁଷ୍ଠିତ ହେଉଥିବା ବେଳେ ହିନ୍ଦୁ ଓ ମୁସ୍ଲିମ ସମ୍ପ୍ରଦାୟର ଲୋକମାନେ ଏହି ପର୍ବରେ ସାମିଲ ହୋଇ ପରସ୍ପରକୁ ଜଣାଇଛନ୍ତି ଇଦ୍ ମୁବାରକ। ଏମ୍ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, କଂଗ୍ରେସ ନେତା ନଳିନୀ ମହାନ୍ତି, ପଞ୍ଚାନନ ମଣ୍ଡଳ, ଯୁବନେତା ଅସିତ ପଟ୍ଟନାୟକ, ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ସମେତ ନେତୃ ମଣ୍ଡଳୀ ପହଞ୍ଚି ଇଦ୍ ମୁବାରକ ଜଣାଇଥିଲେ। ସେହିପରି ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଏସ୍ପି ବରୁଣ ଗୁଣ୍ଟୁପାଲି, ସିଟି ଡିଏସ୍ପି ଅଂଶୁମାନ ଦ୍ବିବେଦୀ, ଟାଉନ ଥାନାଧିକାରୀ ବୀରେନ୍ଦ୍ର ସେନାପତି ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ଉପରେ ନଜର ରଖିଥିଲେ। ସହରରେ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
The post ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ appeared first on Dharitri Odia News.