ବିଶାଖାପାଟଣା ଟେଷ୍ଟ ପୂର୍ବରୁ ଶୁବମନଙ୍କୁ ଦିଆଯାଇଥିଲା ଅଲଟିମେଟମ, ବଞ୍ଚାଇ ଦେଲା ଶତକ

ନୂଆଦିଲ୍ଲୀ, ୪।୨: ହାଇଦ୍ରାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୂନରେ ଆଉଟ ହେବା ପରେ ଶୁବମନ ଗିଲଙ୍କୁ ଅଲଟିମେଟମ ଦେଇଥିଲା ଟିମ୍ ମ୍ୟାନେଜମେଣ୍ଟ। ଭାରତୀୟ ଟେଷ୍ଟ ଟିମରେ ତିନି ନମ୍ବର ସ୍ଥାନ ବଞ୍ଚାଇ ରଖିବା ପାଇଁ ବିଶାଖାପାଟଣା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସଫା ସଫା କହି ଦିଆଯାଇଥିଲା। ଏହା ବ୍ୟତୀତ ରାଜକୋଟ ଟେଷ୍ଟ ପୂର୍ବରୁ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ସପ୍ତାହ ବ୍ୟାପି ଥିବା ସମୟରେ ତାଙ୍କୁ ଘରୋଇ କ୍ରିକେଟ ଖେଳି ନିଜର ଲୟ […] The post ବିଶାଖାପାଟଣା ଟେଷ୍ଟ ପୂର୍ବରୁ ଶୁବମନଙ୍କୁ ଦିଆଯାଇଥିଲା ଅଲଟିମେଟମ, ବଞ୍ଚାଇ ଦେଲା ଶତକ appeared first on Dharitri Odia News.

ବିଶାଖାପାଟଣା ଟେଷ୍ଟ ପୂର୍ବରୁ ଶୁବମନଙ୍କୁ ଦିଆଯାଇଥିଲା ଅଲଟିମେଟମ, ବଞ୍ଚାଇ ଦେଲା ଶତକ

ନୂଆଦିଲ୍ଲୀ, ୪।୨: ହାଇଦ୍ରାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୂନରେ ଆଉଟ ହେବା ପରେ ଶୁବମନ ଗିଲଙ୍କୁ ଅଲଟିମେଟମ ଦେଇଥିଲା ଟିମ୍ ମ୍ୟାନେଜମେଣ୍ଟ। ଭାରତୀୟ ଟେଷ୍ଟ ଟିମରେ ତିନି ନମ୍ବର ସ୍ଥାନ ବଞ୍ଚାଇ ରଖିବା ପାଇଁ ବିଶାଖାପାଟଣା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସଫା ସଫା କହି ଦିଆଯାଇଥିଲା।

ଏହା ବ୍ୟତୀତ ରାଜକୋଟ ଟେଷ୍ଟ ପୂର୍ବରୁ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ସପ୍ତାହ ବ୍ୟାପି ଥିବା ସମୟରେ ତାଙ୍କୁ ଘରୋଇ କ୍ରିକେଟ ଖେଳି ନିଜର ଲୟ ଫେରିବାକୁ କୁହାଯାଇଥିଲା। ଯଦି ସେ ବିଶାଖାପାଟନମ୍‌ର ଦ୍ୱିତୀୟ ଇନିଂସରେ ମୂଲ୍ୟବାନ ଶତକ କରି ନ ଥାନ୍ତେ, ତେବେ ସେ ମୋହାଲିକୁ ଯାଇଥାନ୍ତେ, ଯେଉଁଠାରେ ପଞ୍ଜାବ ଫେବୃଆରୀ ୯ ରୁ ରଣଜୀ ଟ୍ରଫିରେ ଗୁଜରାଟ ସହିତ ମୁକାବିଲା କରିବ।