କାନରୁ କାଢ଼ି ଫଟୋଗ୍ରାଫରଙ୍କୁ ସୁନା କାନଫୁଲ ଉପହାର ଦେଲେ ରବିନା ଟଣ୍ଡନ: ଭିଡିଓ ଭାଇରାଲ୍
ମୁମ୍ବାଇ: ବର୍ତ୍ତମାନ ସୋସିଆଲ୍ ମିଡିଆରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନାଁ ଟ୍ରେଣ୍ଡିଂରେ ରହିଛି। କାରଣ ରବିନା ଏୟାରପୋର୍ଟରେ ତାଙ୍କ ଫ୍ୟାନ୍ଙ୍କୁ ଏମିତି ଏକ ଉପହାର ଦେଇଛନ୍ତି, ଯାହାକୁ ନେଇ ତାଙ୍କ ଫ୍ୟାନ୍ କହୁଛନ୍ତି ୟେସ୍ ସି ଇଜ୍ ଦ ବଲିଉଡ୍ କ୍ୱିନ୍। ନିକଟରେ ରବିନା ଟଣ୍ଡନଙ୍କୁ ତାଙ୍କ ଝିଅ ରାଶା ଥଦାନୀଙ୍କ ସହିତ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ସେ ବିମାନବନ୍ଦରରେ ପହଞ୍ଚିବା ପରେ ଜଣେ ଫଟୋଗ୍ରାଫର ତାଙ୍କୁ ଡ୍ରେସିଂ ସେନ୍ସ ଦେଖି ପ୍ରଶଂସା କରିଥିଲେ। ରବିନା ପିନ୍ଧିଥିବା କାନଫୁଲ ବି ଫଟୋଗ୍ରାଫରଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଏହାପରେ ରବିନା ତାଙ୍କ ପାଖକୁ ଆସି ପଚାରିଥିଲେ କେଉଁଟା ତୁମକୁ ଭଲ ଲାଗୁଛି ? ଆଶ୍ଚର୍ଯ୍ୟର କଥା ହେଲା ଫଟୋଗ୍ରାଫର ଯେଉଁ କାନଫୁଲଟା ପସନ୍ଦ ଆସୁଛି ବୋଲି କହିଲେ ରବିନା ତୁରନ୍ତ ତାକୁ କାନରୁ କାଢ଼ି ସେହି ଫଟୋଗ୍ରାଫରଙ୍କୁ ଉପହାର ଦେଲେ। ଫ୍ୟାନ୍ଙ୍କ ପ୍ରତି ରବିନାଙ୍କର ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏମିତିକି ପାଖରେ ଛିଡ଼ା ହୋଇଥିବା ରବିନାଙ୍କ ଝିଅ ରାଶା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମାଆଙ୍କୁ ଅନାଇଥିଲେ। ଏହାପରେ ରାଶା ଓ ରବିନା ସେଠାରୁ ଚାଲିଯାଇଥିଲେ। ରବିନାଙ୍କ ଏଭଳି ଆଚରଣ ନୂଆ ନୁହେଁ। ପୂର୍ବରୁ ମଧ୍ୟ ରବିନା ଫ୍ୟାନ୍ଙ୍କୁ ଉପହାର ଦେଇ ଲୋକଙ୍କ ମନ ଜିଣିଛନ୍ତି। View this post on InstagramA post shared by Viral Bhayani (@viralb
ମୁମ୍ବାଇ: ବର୍ତ୍ତମାନ ସୋସିଆଲ୍ ମିଡିଆରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନାଁ ଟ୍ରେଣ୍ଡିଂରେ ରହିଛି। କାରଣ ରବିନା ଏୟାରପୋର୍ଟରେ ତାଙ୍କ ଫ୍ୟାନ୍ଙ୍କୁ ଏମିତି ଏକ ଉପହାର ଦେଇଛନ୍ତି, ଯାହାକୁ ନେଇ ତାଙ୍କ ଫ୍ୟାନ୍ କହୁଛନ୍ତି ୟେସ୍ ସି ଇଜ୍ ଦ ବଲିଉଡ୍ କ୍ୱିନ୍।
ନିକଟରେ ରବିନା ଟଣ୍ଡନଙ୍କୁ ତାଙ୍କ ଝିଅ ରାଶା ଥଦାନୀଙ୍କ ସହିତ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ସେ ବିମାନବନ୍ଦରରେ ପହଞ୍ଚିବା ପରେ ଜଣେ ଫଟୋଗ୍ରାଫର ତାଙ୍କୁ ଡ୍ରେସିଂ ସେନ୍ସ ଦେଖି ପ୍ରଶଂସା କରିଥିଲେ। ରବିନା ପିନ୍ଧିଥିବା କାନଫୁଲ ବି ଫଟୋଗ୍ରାଫରଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଏହାପରେ ରବିନା ତାଙ୍କ ପାଖକୁ ଆସି ପଚାରିଥିଲେ କେଉଁଟା ତୁମକୁ ଭଲ ଲାଗୁଛି ? ଆଶ୍ଚର୍ଯ୍ୟର କଥା ହେଲା ଫଟୋଗ୍ରାଫର ଯେଉଁ କାନଫୁଲଟା ପସନ୍ଦ ଆସୁଛି ବୋଲି କହିଲେ ରବିନା ତୁରନ୍ତ ତାକୁ କାନରୁ କାଢ଼ି ସେହି ଫଟୋଗ୍ରାଫରଙ୍କୁ ଉପହାର ଦେଲେ।
ଫ୍ୟାନ୍ଙ୍କ ପ୍ରତି ରବିନାଙ୍କର ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏମିତିକି ପାଖରେ ଛିଡ଼ା ହୋଇଥିବା ରବିନାଙ୍କ ଝିଅ ରାଶା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମାଆଙ୍କୁ ଅନାଇଥିଲେ। ଏହାପରେ ରାଶା ଓ ରବିନା ସେଠାରୁ ଚାଲିଯାଇଥିଲେ। ରବିନାଙ୍କ ଏଭଳି ଆଚରଣ ନୂଆ ନୁହେଁ। ପୂର୍ବରୁ ମଧ୍ୟ ରବିନା ଫ୍ୟାନ୍ଙ୍କୁ ଉପହାର ଦେଇ ଲୋକଙ୍କ ମନ ଜିଣିଛନ୍ତି।
ନିକଟରେ ସେ ଏକ ସାମୂହିକ ବିବାହରେ ଯୋଗ ଦେଇଥିଲେ। ଯେଉଁଠାରେ ସେ ତାଙ୍କର ବିବାହ ସମୟରେ ଚୁଡ଼ିକୁ ନବବିବାହିତ ଦମ୍ପତିଙ୍କୁ ଉପହାର ଦେଇଥିଲେ। ଏନେଇ ସେ ଏକ ଭିଡିଓରେ ରବିନା ତାଙ୍କର ହୃଦୟର କଥା ଲୋକଙ୍କ ସାମ୍ମୁଖରେ ରଖିଥିଲେ। ସେ କହିଥିଲେ “ପଞ୍ଜାବୀ ବିବାହରେ, କନ୍ୟାମାନେ ୪୦ ଦିନ ପାଇଁ ଚୁଡ଼ା ପିନ୍ଧନ୍ତି। ମୁଁ ମୋ ବିବାହ ପରଠାରୁ ଏହି ଚୁଡି ପିନ୍ଧି ଆସୁଛି। ମୁଁ ମୋ ନାଁ ଖୋଦିତ ଗୋଇଥିବା ଚୁଡିକୁ କନ୍ୟାକୁ ଏବଂ ମୋ ସ୍ୱାମୀଙ୍କ ନାଁ ଖୋଦିତ ଚୁଡିକୁ ବରକୁ ଦେଉଛି।”
ରବିନାଙ୍କର ଏଭଳି ଆଚରଣ ଦେଖି ଇନ୍ଷ୍ଟାଗ୍ରାମ୍ରେ ଫ୍ୟାନ୍ମାନେ ଭୁରି ଭୁରି ପ୍ରଶଂସା କରୁଛନ୍ତି। କିଏ ତାଙ୍କୁ ୯୦ ଦଶକର କ୍ୱିନ୍ କହୁଥିବା ବେଳେ କିଏ ତାଙ୍କ ସଂସ୍କାରକୁ ପ୍ରଶଂସା କରିଛନ୍ତି।
ସୂଚନା ଥାଉକି ରବିନାଙ୍କୁ ଶେଷଥର ହିନ୍ଦୀ ସିନେମା ‘ଘୁଡଚଢ଼ି’ରେ ଦେଖିବାକୁ ମିଳିଥିଲା। ଏଥିରେ ରବିନାଙ୍କ ସହିତ ସଞ୍ଜୟ ଦତ୍ତ, ପାର୍ଥ ସମଥାନ, ଖୁଶାଲୀ କୁମାର ଓ ଅରୁଣା ଇରାନୀଙ୍କ ମଧ୍ୟ ଅଭିନୟ କରିଥିଲେ।